Videos
|
Odisha

ଭୃଗୁ ବକ୍ସିପାତ୍ରଙ୍କ ସହ ଏହି 5 ଜଣ ବିଜେଡିର ଲୋକସଭା ପ୍ରାର୍ଥୀ

Smruti Parija
Browse all articles by Smruti Parija
·2 years ago·1 min read
ଭୃଗୁ ବକ୍ସିପାତ୍ରଙ୍କ ସହ ଏହି 5 ଜଣ ବିଜେଡିର ଲୋକସଭା ପ୍ରାର୍ଥୀ

ଅର୍ଗସ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଲୋକସଭା ଓ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ । 5ଟି ଲୋକସଭା ଓ 27ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।  

ଲୋକସଭା ପାଇଁ ବଲାଙ୍ଗୀରରୁ ସୁରେନ୍ଦ୍ର ସିଂ ଭୋଇ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ଭଦ୍ରକରୁ ପୁଣି ମଞ୍ଜୁଲତା ମଣ୍ଡଳଙ୍କୁ ମିଳିଛି ଶଙ୍ଖ ଟିକେଟ୍ । ଆଜି ବିଜେପି ଛାଡ଼ି ଶଙ୍ଖ ଧରିଥିବା ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁର ଆସନରୁ ଲୋକସଭା ପ୍ରାର୍ଥୀ କରିଛି ବିଜୁ ଜନତା ଦଳ। ସେହିପରି କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ ଓ ବରଗଡ଼ରୁ ପରିଣୀତା ମିଶ୍ର ହୋଇଛନ୍ତି ବିଜେଡିର ଲୋକସଭା ପ୍ରାର୍ଥୀ ।

ପୂର୍ବରୁ ବିଜେଡି ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଏହାର ଅର୍ଥ ଦଳ ରାଜ୍ୟର ୨୧ଟି ଲୋକସଭା ଆସନରୁ ୨୦ଟି ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି। ଏବେ କେବଳ ବାଲେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ବାକି ରହିଛି।

ବିଜେଡି ଘୋଷଣା କରୁଛି ପ୍ରାର୍ଥୀ ତାଲିକା : ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକଟ ?
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: