ବବିଙ୍କ ନାଁ ଶୁଣି ରାଗି ପଂଚମ ହେଲେ ଭୋଟର

Key Points
- ବବିଙ୍କ ନାଁ ଶୁଣି ରାଗି ପଂଚମ ହେଲେ ଭୋଟର
- କହିଲେ, ଯାଜପୁରରେ ତ କଲାନି
- ସମ୍ବଲପୁରରେ କରିବେ କଣ ?
- ଏଥର ହାରିବେ, ମଜା ଚାଖିବେ
ଅର୍ଗସ ବ୍ୟୁରୋ : ଗ୍ରାଉଣ୍ଡ ଜିରୋରେ ବବିଙ୍କୁ କେମିତି ଭଲ ପାଉଛନ୍ତି ତାଙ୍କ ନିର୍ବାଚନମଣ୍ଡଳିର ଲୋକେ । କାରଣ ତିନି ତିନିଥର ବିଧାୟକ ହେବା ପରେ ବି କେମିତି ଲୋକଙ୍କ ଲାଗି କିଛି କଲେନି । ବରଂ ସରକାରୀ ଯୋଜନାକୁ ବାଟମାରଣା କରି ନିଜ ପକେଟ୍ ଗରମ କଲେ । ଏ କଥା ଆମେ ନୁହେଁ ବରଂ ଖୋଦ ଭୋଟର ଭାଇ, ମାଆ ମାନେ କହୁଛନ୍ତି । ଖାଲି କହୁଛନ୍ତି ନୁହେଁ , କେମିତି ସମ୍ବଲପୁରରେ ସେ ହାରିବେ ସେନେଇ ପ୍ରାର୍ଥନା କରୁଛନ୍ତି । ଯାହାକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା ଜୋର ।
ବିଜେଡି ସରକାର ଉପରେ ବିମୁଖ ହେଲେଣି ଭୋଟର । ଖାଲି ବିମୁଖ ହେଲେନି ତାହା ନୁହେଁ ବହୁତ ଦିନ ହେଲାଣି ଭୋଟ୍ ଦେଉଛୁ, ଏଥର ସରକାର ବଦଳାଇବୁ ବୋଲି କହିଲେଣି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ୨୫ ବର୍ଷର ସ୍ଥିର ସରକାର ପରେ ବି ରାଜ୍ୟର ଯେମିତି ଉନ୍ନତି ହେବାର କଥା ସେମିତି ହୋଇନି କି ଲୋକଙ୍କୁ ଯାହା ସୁବିଧା ମିଳିବାର କଥା ମିଳିନି । ସେଇଥି ଲାଗି ତ ବିଜେଡି ସରକାର ଉପରେ ରାଗି ପଂଚମ ହେଲେଣି ଲୋକେ । ଏହାସହ ନିଷ୍ପତ୍ତି ନେଇଛନ୍ତି ଏଥର ହଟାଇବୁ ବିଜେଡି ସରକାର ।
ପ୍ରଣବ ପ୍ରକାଶ ଦାସ । ଯାଜପୁର ବିଧାୟକ ତଥା ବିଜେଡିର ପାୱାରଫୁଲ ନେତା । ଏବେ ଦଳ ତାଙ୍କୁ ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ କରିଛି । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ସେ ଜୋରସୋରରେ ପ୍ରଚାର ବି କରୁଛନ୍ତି । ହେଲେ ସେ ପ୍ରଚାର ସମୟରେ କେମିତି ଜନଆକ୍ରୋଶର ଶିକାର ହେଉଛନ୍ତି ସେ ଦୃଶ୍ୟ ଆମେ ଅନେକ ଥର ଦେଖାଇଛୁ । କିନ୍ତୁ ଏବେ ହୋମ ଡିସଷ୍ଟ୍ରିକ୍ରେ ବବି ଯେମିତି ବୋଲ୍ଡ ହେଲେଣି ସମ୍ବଲପୁରରେ ବି ସେମିତି ବୋଲ୍ଡ ହେବେ ବୋଲି ଲୋକେ କହିଲେଣି । ତେବେ ସମୟ କହିବ ରାଜନୈତିକ ପାଣିପାଗ ଯାଉଛି କୁଆଡ଼େ ?