Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - SHG ଗ୍ରୁପର ଟଙ୍କା ଲୁଟି ଫେରାର୍ ବିଜେଡି ସମିତି ସଭ୍ୟା  

Odisha

SHG ଗ୍ରୁପର ଟଙ୍କା ଲୁଟି ଫେରାର୍ ବିଜେଡି ସମିତି ସଭ୍ୟା  

Manini Pattanayak
Browse all articles by Manini Pattanayak
·2 years ago·1 min read
SHG ଗ୍ରୁପର ଟଙ୍କା ଲୁଟି ଫେରାର୍ ବିଜେଡି ସମିତି ସଭ୍ୟା  

ଯାଜପୁର:  SHG ଗ୍ରୁପର ଟଙ୍କା ଲୁଟି ଫେରାର୍ ବିଜେଡି ସମିତି ସଭ୍ୟା । ଯାଜପୁର ଜିଲ୍ଲା ସୁକିନ୍ଦା କାଳିଆପାଣି ଥାନା ରଂଶୋଳ ପଞ୍ଚାୟତର ବିଜେଡି ସମିତି ସଭ୍ୟା ଉମାରାଣୀ ପ୍ରଧାନଙ୍କ ନାଁରେ ସାଘାଂତିକ ଅଭିଯୋଗ । ୭ ଲକ୍ଷ ୮ ‌ହଜାର ଟଙ୍କା ଚଳୁ କରି ଫେରାର । ୨୦୨୨ରେ ବିଜେଡି ସମିତି ସଭ୍ୟା ଭାବେ ଲଢିବା ପାଇଁ ରଂଶୋଳ ପଞ୍ଚାୟତଠାରେ କୁସୁମୁଣ୍ଡିଆ ଗାଁର ୯ଟି SHG ଗ୍ରୁପରୁ ୭ ଲକ୍ଷ ୮ ହଜାର ଟଙ୍କା ନେଇ ବିଜେଡି ସମିତି ସଭ୍ୟା ଭାବେ ଲଢିଥିଲେ ।

ସେତେବେଳେ ନିର୍ବାଚନରେ ଜିତିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଭତ୍ତା, ରାସନ କାଡ ଓ ଜବକାର୍ଡ ଦେବେ । ହେଲେ ଠକିଦେଲେ ସମିତି ସଭ୍ୟା ଉମାରାଣୀ । ଏନେଇ କାଳିଆପାଣି ଥାନାରେ ସମିତି ସଭ୍ୟାଙ୍କ ନାଁରେ ଏସଏଚଜି ମହିଳା ଏତଲା ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଓ ପ୍ରୀତି ରଞ୍ଜନ ଘଡେଇଙ୍କର ପାଖ ଲୋକ ହେଉଛନ୍ତି ସମିତି ସଭ୍ୟା ଉମାରାଣୀ ପ୍ରଧାନ । ସେଥିପାଇଁ ପୋଲିସ୍ କୌଣସି ଆକ୍ସନ୍ ନନେଇ କେବଳ ମାମଲା ରୁଜୁ କରି ବସିଥିବା ଅଭିଯୋଗ ହୋଇଛି । ପୋଲିସ୍ ତୁରନ୍ତ ସମିତି ସଭ୍ୟାଙ୍କୁ ଗିରଫ ନକଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଫିସ୍ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ଏସଏଚଜି ଗ୍ରୁପ୍ ମହିଳା।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD Samithi members looting SHG group's money | Argus News