Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ୱାକଫ ବିଲ୍ ନେଇ BJDରେ କମ୍ପନ, ବିରୋଧ କରିବାକୁ କହି ୟୁ ଟର୍ଣ୍ଣ କାହିଁକି ନେଲେ ନବୀନ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ୱାକଫ ବିଲ୍ ନେଇ BJDରେ କମ୍ପନ, ବିରୋଧ କରିବାକୁ କହି ୟୁ ଟର୍ଣ୍ଣ କାହିଁକି ନେଲେ ନବୀନ ?

ରାଜ୍ୟ ସଭାରେ ପାରିତ ହେଲା ୱାକଫ ବିଲ୍ । ବିଜେଡିରେ କମ୍ପନ, ଲୋକସଭାରେ ଶୁନ । ରାଜ୍ୟସଭାରେ ବିପର୍ଯ୍ୟୟ । ଶଙ୍ଖଭବନରୁ ନବୀନ ନିବାସ ।

ଲୋକସଭା ପରେ ରାଜ୍ୟସଭାରେ ବି ପାରିତ ହେଲା ୱାକଫ ବିଲ୍ । ତାପରେ ବିଜେଡିରେ ହେଲା କମ୍ପନ । ୱାକଫ ବିଲ୍‌କୁ ନେଇ ବିଜେଡିରେ ୱାର । ବିରୋଧ କରିବାକୁ କହି ବିବେକ ଉପରେ ଛାଡିଦେଲେ ନବୀନ । ଉଭୟ ସପକ୍ଷ ଓ ବିପକ୍ଷରେ ଭୋଟ ଦେଇ ଦଳକୁ ବିଭାଜିତ କରାଇଦେଲେ ନେତା । ସମଗ୍ର ଦେଶରେ ଏହି ବିଲ୍‌କୁ ନେଇ ଯେତିକି ଚର୍ଚ୍ଚା ତାଠୁ ଅଧିକ ଚର୍ଚ୍ଚା ବିଲ୍‌ ପାସ ବେଳେ ବିଜେଡି ଆପଣେଇଥିବା ଆଭିମୁଖ୍ୟକୁ ନେଇ ।

କାହିଁକି ନା ବିଜେଡି ୱାକଫ ବିଲ୍‌କୁ ବିରୋଧ କରିବ ବୋଲି ସଂସଦୀୟ ବୋର୍ଡ ବୈଠକ ଡାକି ସେପ୍ଟେମ୍ବର ୫ରେ ନିଷ୍ପତି ନେଇଥିଲେ ନବୀନ । ସହି ଅନୁଯାୟୀ ଚାଲିଥିଲା ସବୁ କାର୍ଯ୍ୟକ୍ରମ । ଏପରିକି ନଭେମ୍ବର ୨୪ରେ ବିଜେଡି ପକ୍ଷରୁ ୱାକଫ୍ ବିଲ୍‌କୁ ବିରୋଧ କରି ରାଜଧାନୀରେ କରାଯାଇଥିଲା ବିଶାଳ ବିକ୍ଷୋଭ । କିନ୍ତୁ ଏମିତି କଣ ହେଲା କେଜାଣି ରାଜ୍ୟସଭାରେ ବିଲ୍‌ ପାସ ହେବାର ୨୪ ଘଣ୍ଟା ପୂର୍ବରୁ ବଦଳିଗଲା ସବୁ ଗଣିତ ।

ହଠାତ ଆଭିମୁଖ୍ୟ ବଦଳାଇ ୟୁ-ଟର୍ଣ୍ଣ ନେଲା ବିଜେଡି । ବିଜେଡି ସଂସଦୀୟ ଦଳ ନେତା ଟୁଇଟ କରି ଜଣାଇଲେ ଯେ ୱାକଫ୍ ବିଲ୍‌କୁ ନେଇ ସଭାପତି କୌଣସି ହୁଇପ ଜାରି କରିନଥିବା ବେଳେ ବିବେକ ଅନୁଯାୟୀ ଭୋଟ ଦେବାକୁ କହିଛନ୍ତି । ଦିଲ୍ଲୀ ଦରବାରରେ ଅଧରାତିରେ ଘଟିଥିବା ବିଜେଡି ବିଭାଜିତର ସେହି ବାର୍ତା ସକାଳୁ ସକାଳୁ ପୁର ପଲ୍ଲୀରେ ସୃଷ୍ଟି କରିଥିଲା କମ୍ପନ।

ଆଉ ଏପଟେ ଦଳର ପରିଚାଳନା ନେଇ ପୂର୍ବରୁ ଖପା ଥିବା ବରିଷ୍ଠ ଗୋଷ୍ଠୀଙ୍କୁ ରାଜ୍ୟସଭା ଡ୍ରାମା ପୁଣି ଥରେ କରାଇ ଦେଇଥିଲା ଏକାଠି । ପୂର୍ବରୁ ପ୍ରସନ୍ନଙ୍କ ଘରେ ମେଳି ବାନ୍ଧିଥିବା ବିଜୁ ଲିଗାସିର ନେତା ଆଜି ଶଙ୍ଖ ଭବନରେ ମେଳି ବାନ୍ଧି ଖୋଦ ନବୀନଙ୍କ ନିଷ୍ପତ୍ତି ବିରୁଦ୍ଧରେ ଦେଇଥିଲେ ଯୁଦ୍ଧଂ ଦେହି ଡାକରା ।

ପରେ ନବୀନ ନିବାସ ଯାଇ କରିଥିଲେ ଆଲୋଚନା । ଏପରିକି ଦଳର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ସଭାପତିଙ୍କ ନିର୍ଦ୍ଦେଶ ପରେ କାହିଁକି ଏମିତି ହେଲା ତାହା ଚିନ୍ତା ଜନକ । ୱାକଫ ବୋର୍ଡ ବିଲରେ କିଛି ଖେଳ ହୋଇଥିବା କହିଛନ୍ତି ବଦ୍ରି । ପ୍ରସନ୍ନ କହିଛନ୍ତି କାହିଁକି ନିଷ୍ପତ୍ତି ବଦଳିଲା ସୁପ୍ରିମୋ ହିଁ କହିପାରିବେ ।

ପୂର୍ବରୁ ରାଜନୈତିକ ବିଶାରଦ ତଥା ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ କହିଥିଲେ କ୍ଷମତାରୁ ଗଲେ ସଫା ହୋଇଯିବ ବିଜେଡି । ଦଳର ଏଭଳି ବିଭାଜିତ ପରିସ୍ଥିତି ଦେଖି ଲାଗୁଛି ଖୁବଶୀଘ୍ର ସତ ହୋଇଯିବ କି ରାଜନୈତିକ ବିଶାରଦଙ୍କ ଭବିଷ୍ୟବାଣୀ ।

ସାଧାରଣ ନିର୍ବାଚନରେ ଲୋକସଭାରେ ବିଜେଡି ଶୂନ୍ୟ ହୋଇ ଯାଇଥିବା ବେଳେ ନିକଟରେ ରାଜ୍ୟସଭାରେ ବି ଦୁଇଟି ଆସନ ହରାଇଛି । ଦୁଇ ସାଂସଦ ବିଜେଡି ଛାଡି ବିଜେପିରେ ହୋଇଛନ୍ତି ସାମିଲ । ଆଉ ଏଭଳି ପରିସ୍ଥିତିରେ ଦିଲ୍ଲୀ ଦରବାରରେ ସଂସଦୀୟ ଦଳ ଆପଣେଇଥିବା ଫର୍ମୁଲା ବିଜେଡିକୁ କେଉଁ ଆଡ଼କୁ ନେଉଛି ତାହା ଉପରେ ସମସ୍ତଙ୍କ ନଜର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD shaken over Waqf Bill, why did Naveen take a U-turn after asking to oppose it? | Argus News