Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝୋଟ ବ୍ୟାଗ ବାଣ୍ଟି ୨୪୭ କୋଟି ଉଡାଇଥିଲା ବିଜେଡି !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଝୋଟ ବ୍ୟାଗ ବାଣ୍ଟି ୨୪୭ କୋଟି ଉଡାଇଥିଲା ବିଜେଡି  !

Key Points

  • ଝୋଟ ବ୍ୟାଗ ବାଣ୍ଟି ୨୪୭ କୋଟି ଉଡାଇଥିଲା ବିଜେଡି
  • ବିଧାନସଭାରେ ମନ୍ତ୍ରୀ ଦେଲେ ସ୍ପଷ୍ଟ ଉତ୍ତର
  • ନିର୍ବାଚନ ପୂର୍ବରୁ ବ୍ୟାଗ ସହ ପରିବାର ପିଛା ମିଳିଥିଲା ୧ ହଜାର ଟଙ୍କା

ଅର୍ଗସ ବ୍ୟୁରୋ: ନିଇତି ବିଧାନସଭାରେ ପୋଲ ଖୋଲୁଛି ବିଜେଡି ସରକାରର । କେମିତି ୨୪ ବର୍ଷର ସରକାର ଯୋଜନା କରି ଭୋଟ ହାତେଇବାକୁ ଚକ୍ରାନ୍ତ କରିଥିଲା ଏବଂ ରାଜସ୍ଵକୁ ନଷ୍ଟ କରିଥିଲା ସେନେଇ ଗୋଟି ଗୋଟି ଉତ୍ତର ଦେଉଛନ୍ତି ମନ୍ତ୍ରୀ । ଶାସକ ଦଳର ଉତ୍ତରରେ ବିରୋଧୀ ବିଜେଡି ନେତା ବି ଘାଇଲା । ଗୃହରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ, ବିଜେଡି ସରକାର ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ କରିଥିଲେ ପାଣି ଭଳି ଟଙ୍କା ।  ନିଜ ପ୍ରଚାର ପାଇଁ ଝୋଟ ବ୍ୟାଗ୍ ବାଣ୍ଟି ୨୪୭ କୋଟି ଉଡ଼ାଇ ଦେଇଥିଲେ ପୂର୍ବ ସରକାର । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ଦେଇଛନ୍ତି । ମୋଟ୍‌ ୨୪୭ କୋଟି ୩୬ ଲକ୍ଷ ୬୪ ହଜାର ୨୯୭ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହାସହ ପ୍ରତି ପରିବାର ପିଛା ଦିଆଯାଇଥିଲା ୧ ହଜାର ଟଙ୍କା । ଏଥିଲାଗି ବ୍ୟୟ ବରାଦ ହୋଇଥିଲା ୯୫୯ କୋଟି ୫ ଲକ୍ଷ ୨୬ ହଜାର ଟଙ୍କା ।

ବିଜେଡିର ଅଣଓଡ଼ିଆ ପ୍ରୀତି । ଏ କଥା ଆମେ ନୁହେଁ ବରଂ ବିଧାନସଭାରେ ମନ୍ତ୍ରୀ ଦେଉଥିବା ଉତ୍ତରରୁ ସ୍ପଷ୍ଟ ହେଉଛି । ମନେଥିବ ନିଶ୍ଚୟ, ସାଧାରଣ ନିର୍ବାଚନ ପୂର୍ବରୁ ପରିବାରକୁ ମିଳିଥିଲା ୨ଟି ଲେଖାଏଁ ଝୋଟ ବ୍ୟାଗ । ଖାଲି ବ୍ୟାଗ ମିଳିଥିଲା ତାହା ନୁହେଁ ବରଂ ହଜାରେ ଲେଖାଏଁ ବି ଟଙ୍କା ମିଳିଥିଲା । କିନ୍ତୁ ସ୍ଥାନୀୟ MSME ମାନଙ୍କୁ କାହିଁକି ଦିଆଗଲାନାହିଁ କାମ ? ତାହାକୁ ନେଇ ଉଠିଥିଲା ପ୍ରଶ୍ନ ।

ସୂଚନା ଅନୁସାରେ, ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଦିଆଯାଉଥିବା ୨ଟି ଝୋଟ ବ୍ୟାଗ ବାହାର ରାଜ୍ୟରୁ ଆସିଥିଲା । ଖାଲି ଏତିକି ନୁହେଁ ବରଂ ଆମ ଓଡିଶା ନବୀନ ଓଡିଶାର ଟି-ସାର୍ଟ ବି ଆସିଥିଲା ତାମିଲନାଡୁରୁ । ପାଖାପାଖି ୨ କୋଟି ଝୋଟ ବ୍ୟାଗ ଓ ୫ ଲକ୍ଷ ଟି-ସାର୍ଟ ମଗାଇଥିଲେ ରାଜ୍ୟ ସରକାର । ଓଡ଼ିଆ ଉଦ୍ୟୋଗୀଙ୍କୁ ଭକୁଆ ବନେଇବା ପାଇଁ ଲୋକ ଦେଖାଣିଆ ଟେଣ୍ଡର ଡାକିଥିଲେ କି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଲୋକାର୍ପଣ ହେଉ ଅବା କାର୍ଯ୍ୟକ୍ରମ ଜରିଆରେ ଟି -ସାର୍ଟ, ଝୋଟ ବ୍ୟାଗ ଓ ସ୍କୁଲ ଡ୍ରେସ ଆଦି ଯୋଗାଣ କରିବାର ଦାୟିତ୍ୱ ବାହାର ରାଜ୍ୟର କମ୍ପାନୀକୁ ମିଳୁଥିଲା ଅଥଚ ରାଜ୍ୟରେ ଅନେକ ଛୋଟ MSME ଉଦ୍ୟୋଗୀ, ମହିଳା ଉଦ୍ୟୋଗୀ ଅଛନ୍ତି, ହେଲେ ସେମାନଙ୍କୁ କାହିଁକି ଏ କାର୍ଯ୍ୟାଦେଶ ଦିଆଯାଇନଥିଲା ତାହା ଏବେ ବି ପ୍ରଶ୍ନ ଘେରରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଥା ହେଲା, କେବଳ ମିଛ ଶିଳ୍ପାୟନର ସୁନେଲୀ ସ୍ଵପ୍ନ ଦେଖାଇ ଓଡିଆଙ୍କୁ ବୋକା ବନାଇଥିଲା ବିଜେଡି ସରକାର । କେବଳ ଝୋଟ ବ୍ୟାଗ କି ଟି-ସାର୍ଟ ନୁହେଁ ବରଂ ବିଭିନ୍ନ ପ୍ରକଳ୍ପର କାମ ବି ଅଣଓଡ଼ିଆଙ୍କୁ ଟେକି ଦେଇଥିଲେ ପୂର୍ବ ସରକାର । ଏଇ ଯେମିତି ସମଲେଇ ପ୍ରକଳ୍ପରେ ବି ଅଣ ଓଡିଆ ଠିକାଦାରଙ୍କୁ ପ୍ରାଧାନ୍ୟ ଦେଇଥିଲେ ରାଜ୍ୟ ସରକାର । ୨୦୦ କୋଟି ଟଙ୍କାର ସମଲେଇ ପ୍ରକଳ୍ପରୁ ୧୪୦ କୋଟି ଟଙ୍କାର କାମ କରିଥିଲା ତାମିଲନାଡୁର ୟୁଆରଏସ୍ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲାମିଟେଡ୍ । ତାମିଲନାଡୁର ଏହି କମ୍ପାନୀ ସମଲେଇ ପ୍ରକଳ୍ପ ପାଇଁ ତାର ସୋସିଆଲ୍ ମିଡିଆ ପେଜରେ ରାଜ୍ୟ ସରକାର କି ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତାରେ ପୋତି ପକାଇଥିଲା । ସେ ଯାହା ହି ହେଉ, ଝୋଟ ବ୍ୟାଗରେ ବି ଯେମିତି ପାଣି ପରି ଟଙ୍କା ଖର୍ଚ୍ଚ କରି ବିଜେଡି ତାହାର ଏବେ ଗୁମର ଖୋଲିଛନ୍ତି ଯୋଗାଣ ମନ୍ତ୍ରୀ ।
 

Sponsored
5T Jute Bags | Argus News