Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅପରାଧ କଲେ ବିଜେଡି ଦେବ କି ଟିକେଟ୍‌?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଅପରାଧ କଲେ ବିଜେଡି ଦେବ କି ଟିକେଟ୍‌?

Key Points

  • ଟେରର୍‌ ପଲିଟିକ୍ସରେ ବିଶ୍ଵାସ କରେ ବିଜେଡ଼ି
  • ଯିଏ ଯେତେ ଅପରାଧ କରିବ, ସିଏ ସେତେ ପୁରସ୍କାର ପାଇବ
  • ମର୍ଡର କେସ୍‌ ଥାଉ କି ଦୁଷ୍କର୍ମ ମାମଲା...
  • ପୋଷ୍ଟ ମିଳିବା କଥା ହିଁ ମିଳିବ
  • ବିଜୁ ଜନତା ଦଳ ଅପରାଧୀଙ୍କ ବଳ

ଅର୍ଗସ ବ୍ୟୁରୋ: ଅପରାଧ ଯିଏ  ଯେତେ କରିବ ସିଏ ସେତେ ପୁରସ୍କାର ପାଇବ । ଭଲ ପୋଷ୍ଟ ମିଳିବ...କୋର୍ଟ ସମନ ହେଲେ ବି ଦେହ ଖରାପର ଆଳ ଦେଖାଇ ନଗଲେ ବି ବଞ୍ଚାଇ ଦେବ ବିଜେଡି । ଏମିତିକି ମନ୍ତ୍ରୀ ପଦ ଯିବା ପରେ ବି ପର୍ଯ୍ୟବେକ୍ଷକ ପଦ ମିଳିବ । ଏ ସବୁ କଥା ଶୁଣିବା ପରେ ଆପଣ ନିଶ୍ଚୟ ଅନୁମାନ କରିପାରୁଥିବେ ଆମେ କାହା କଥା କହୁଛି । ହଁ...ମାହାଙ୍ଗା ଡ଼ବଲ ମର୍ଡର କେସ୍‌ର ଅଭିଯୁକ୍ତ ପ୍ରତାପ ଜେନାଙ୍କ କଥା ହିଁ କହୁଛୁ ।


ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଏବେର ବିଧାୟକ ପ୍ରତାପ ଜେନାଙ୍କ ସଂପୃକ୍ତି ରହିଛି । ଏମିତିକି କୋର୍ଟଙ୍କ ବାରମ୍ବାର ସମନ ପରେ ବି ଦେହ ଖରାପ ଆଳ କରି ନଯିବା...,ସ୍ଵାସ୍ଥ୍ୟ ଅବସ୍ଥା ଖରାପ ଆଳ ଦେଖାଇବାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେଡି ଏବେ ଅପରାଧୀଙ୍କର ସବୁଠୁ ସୁରକ୍ଷିତ ଦଳର ନୂଆ ପରିଚୟ ପାଇଛି । ହତ୍ୟା ପରି ସଙ୍ଗୀନ ମାମଲା ଥିବା ପରେ ବି ତାଙ୍କୁ ମିଳିଛି ଦଳର ପର୍ଯ୍ୟବେକ୍ଷକ ଦାୟିତ୍ଵ । 

କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଅଭିଯୋଗ ହେବା ପରେ ବି ପ୍ରତାପଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ତ ନେଲା ନାହିଁ ବରଂ ଗିଫ୍ଟ ଦେଲା । ଏଥିରୁ ସ୍ପଷ୍ଟ ଯେ ନୈତିକତାର ସଫେଦ୍‌ କୁର୍ତ୍ତା ପିନ୍ଧି ଭାଷଣ ଦେଉଥିବା ଦଳର ମୁଖିଆ ନର ହତ୍ୟା ଅଭିଯୁକ୍ତକୁ ହିଁ ଅଧିକ ପସନ୍ଦ କରୁଛନ୍ତି । କୁହାଯାଉଛି ରାଜନୈତିକ ଦଳର ନୁହେଁ ବରଂ ଅପରାଧର ପର୍ଯ୍ୟବେକ୍ଷକ ସାଜିବେ ପ୍ରତାପ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ପ୍ରତାପ ନୁହନ୍ତି ବରଂ ବିଜେଡିର ଗଣ୍ଡାଗଣ୍ଡା ନେତାଙ୍କ ନାଁରେ ଦୁଷ୍କର୍ମ, ହତ୍ୟା, ପ୍ରତାରଣା, ନିର୍ଯାତନା ସହ ଜମି ଜବରଦଖଲ ପରି ସଙ୍ଗୀନ ମାମଲା ବି ରହିଛି । ହେଲେ ଆଇନର କାଠ ଚଷମା ପିନ୍ଧି ସବୁ ଅପରାଧୀଙ୍କୁ ଆଣି ଦଳରେ ଏକଜୁଟ୍‌ କରି କେମିତି କଳ, ବଳ କୌଶଳ ଲଗାଇ ନିର୍ବାଚନରେ ଜିତିବେ ସେନେଇ ସ୍ଵପ୍ନ ଦେଖୁଛନ୍ତି ବିଜେଡି ସୁପ୍ରିମୋ । ହେଲେ ଲୋକେ ଏତେ ବୋକା ନାହାନ୍ତି । ଅଭିଯୁକ୍ତ ନେତାଙ୍କୁ ଭୋଟ୍‌ ଦେବେ, ଜିତାଇ ଦେବେ । ହେଲେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ବିଜେଡି ଚାହୁଁଛି ଅପରାଧ ।


 

Sponsored
Naveen Patnaik | Argus News