Videos
|
Odisha

BJDକୁ 'ବିଦ୍ରୋହ' ଭୟ, ମୁହଁ ଖୋଲିବାରୁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବିତ କଲା ଦଳ

Sushanta Sahoo
Browse all articles by Sushanta Sahoo
·1 year ago·2 min read
BJDକୁ 'ବିଦ୍ରୋହ' ଭୟ, ମୁହଁ ଖୋଲିବାରୁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବିତ କଲା ଦଳ

Key Points

ମୋର ସଦସ୍ୟତା ଅଛି, ସକ୍ରିୟତା ନାହିଁ । ଦଳ ସଠିକ୍ ଭାବରେ ନ ଚାଲିଲେ, ବିଜେଡିରୁ ଦୂରେଇ ଯିବି । ଗୁରୁବାର ବରିଷ୍ଠ ବିଜେଡି ନେତା ଏହି ମନ୍ତବ୍ୟ ଦେବାର କେଇ ଘଣ୍ଟା ମଧ୍ୟରେ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଭୁବନେଶ୍ଵର: ମୁଁ ବର୍ତ୍ତମାନ ବିଜୁ ଜନତା ଦଳ (BJD)ର କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତ ହେଉ ନାହିଁ, ମୁଁ ଏଥିରୁ ନିବୃତ ରହିଛି । ମୋତେ ଲାଗିଲା ମୁଁ ସାମାଜିକ କାର୍ଯ୍ୟ କରିବି, କାହିଁକି ଦଳରେ କରିବି । ମୋର ସଦସ୍ୟତା ଅଛି, ସକ୍ରିୟତା ନାହିଁ । ଦଳ ସଠିକ୍ ଭାବରେ ନ ଚାଲିଲେ, ବିଜେଡିରୁ ଦୂରେଇ ଯିବି । ଗୁରୁବାର ବରିଷ୍ଠ ବିଜେଡି ନେତା ଏହି ମନ୍ତବ୍ୟ ଦେବାର କେଇ ଘଣ୍ଟା ମଧ୍ୟରେ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।


ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବିତ କରିଛି । ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡିରୁ ନିଲମ୍ବିତ ନେଇ ପ୍ରେସ୍ ନୋଟ୍‌ରେ ସୂଚନା ଦେଇଛନ୍ତି ଦଳର ଉପସଭାପତି ପ୍ରତାପ ଜେନା । ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବିତ କରି ବିଜେଡି ଅନ୍ୟ ନେତାମାନଙ୍କୁ କାର୍ଯ୍ୟାନୁଷ୍ଠାନ ଭୟର ବାର୍ତ୍ତା ଦେଉଥିବା ଚର୍ଚ୍ଚା ହେଉଛି ।


କେବଳ ପ୍ରଫୁଲ୍ଲ ମଲ୍ଲିକ ନୁହଁନ୍ତି ବିଜେଡିର ଅନେକ ତୁଙ୍ଗ ନେତା ଦଳକୁ ସଂଗଠିତ କରିବା ଲାଗି ମତ ଦେଉଛନ୍ତି । ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ, ରାଜା ସ୍ଵାଇଁ, ବଦ୍ରି ପାତ୍ର, ଅଶୋକ ପଣ୍ଡା, ଭୂପିନ୍ଦର ସିଂଙ୍କ ଭଳି ନେତା ନିର୍ଦ୍ଦିଷ୍ଟ ଗୋଷ୍ଠୀର କାର୍ଯ୍ୟକଳାପକୁ ନେଇ ମୁହଁ ଖୋଲିଥିବା ବେଳେ ବିଜେଡି ପ୍ରଫୁଲ୍ଲଙ୍କୁ ଅସ୍ତ୍ର କରି ଅନ୍ୟମାନଙ୍କୁ ନିଲମ୍ବନ କରିବାର ଭୟ ଦେଖାଇଛି ।


୨୦୨୪ ସାଧାରଣ ନିର୍ବାଚନରେ ବିଜେଡି କ୍ଷମତାରୁ ଯିବା ପରେ ଦଳର ଅନେକ ତୁଙ୍ଗ ନେତା ନବୀନଙ୍କ ବିଶ୍ଵସ୍ତ ପାଣ୍ଡିଆନଙ୍କ ବିରୋଧରେ ସ୍ଵର ଉଠାଇଛନ୍ତି । ଆଉ ପାଣ୍ଡିଆନ୍‌ଙ୍କ ବିରୋଧରେ ପରୋକ୍ଷରେ କହିବା ଏବେ ପ୍ରଫୁଲ୍ଲ ସାମଲଙ୍କୁ ଏକ ପ୍ରକାର ଭାରି ପଡ଼ିଛି । ପ୍ରଫୁଲ୍ଲଙ୍କ ମନ୍ତବ୍ୟର କେଇ ଘଣ୍ଟାରେ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: