Videos
|
Odisha

ସ୍ଥିତି ଜାହିର କରିବାକୁ ସରକାରଙ୍କୁ ଟାର୍ଗେଟ କଲା BJD, ଜବରଦସ୍ତ ଉତ୍ତର ରଖିଲା ବିଜେପି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ସ୍ଥିତି ଜାହିର କରିବାକୁ ସରକାରଙ୍କୁ ଟାର୍ଗେଟ କଲା BJD, ଜବରଦସ୍ତ ଉତ୍ତର ରଖିଲା ବିଜେପି

Key Points

ବିଜେପିକୁ କାଉଣ୍ଟର କରିବାକୁ ବିଜେଡିର ଜନଜାଗରଣ ଅଭିଯାନ ।
ବର୍ଷକ ତଳେ ମୁଖ୍ୟ ବିରୋଧୀରୁ ଶାସନ ଭାର ନେଇଥିଲା ବିଜେପି ।
୨୪ ବର୍ଷର ଶାସନ ପରେ କ୍ଷମତା ହରାଇ ବିରୋଧୀ ଆସନକୁ ଯାଇଥିଲା ବିଜେଡି ।

ବିଜେପି ସରକାରର ବର୍ଷ ପୂର୍ତ୍ତି ଉତ୍ସବକୁ କାଉଣ୍ଟର କରି ବିଜେଡିର ଜନ ଜାଗରଣ ଅଭିଯାନ । କର୍ମୀଙ୍କୁ ଜୋସ୍ ଦେବାକୁ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍ । ୨୪ ବର୍ଷ ଶାସନରେ ରହି କ୍ଷମତାରୁ ଯିବା ପରେ ଛଟପଟ ହେଉଛି କି ବିଜେଡି । ଚାଷୀ କାର୍ଡ ଖେଳି ସରକାରଙ୍କୁ ଘେରିବାକୁ କଂଗ୍ରେସର ଉଦ୍ୟମ ।

ବର୍ଷକ ତଳେ ମୁଖ୍ୟ ବିରୋଧୀରୁ ଶାସନ ଭାର ନେଇଥିଲା ବିଜେପି । ଆଉ ୨୪ ବର୍ଷର ଶାସନ ପରେ କ୍ଷମତା ହରାଇ ବିରୋଧୀ ଆସନକୁ ଯାଇଥିଲା ବିଜେଡି । ବର୍ଷକର ଉପଲବ୍ଧି ନେଇ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ନିଜ ଉପସ୍ଥିତି ଜାହିର କରିବାକୁ ପ୍ରାଣ ପଣେ ଉଦ୍ୟମ ଆରମ୍ଭ କରିଛି ବିଜେଡି । ଶଙ୍ଖ ଭବନରେ ଆୟୋଜିତ ଜନ ଜାଗରଣ ସମାବେଶରେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧନ କରି ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ବିଜେଡିକୁ ଆଇନା ଦେଖାଇବା ସହ ନବୀନଙ୍କୁ କଡ଼ା କାଉଣ୍ଟର କରିଛନ୍ତି ବିଜେପି ରାଜ୍ୟ ସଭାପତି।

ସେପଟେ ବୀମା କରି ଟଙ୍କା ପାଇନଥିବା ଚାଷୀଙ୍କୁ ଭେଟି ଆଲୋଚନା କରିବା ସହ ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବର କାଉଣ୍ଟର କରି ସରକାରଙ୍କ ବିଫଳତା ଦର୍ଶାଇବାକୁ ଏକ ରିପୋର୍ଟ କାର୍ଡ ଉପସ୍ଥାପନ କରିବାକୁ ଯୋଜନା କରିଛି କଂଗ୍ରେସ।

ବିଜେପିର ଦାବି, ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିବା ୨୧ଟି ବଡ଼ ସଂକଳ୍ପରୁ ବର୍ଷକ ଭିତରେ ୧୧ଟି ପୂରଣ କରାଯାଇଛି । ବିଜେଡି କ୍ଷମତାରୁ ଯିବା ପରେ ଛଟପଟ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJD targets government to clarify position, BJP gives strong reply | Argus News