Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେପି ଘୋଷଣା କଲାଣି, ବିଜେଡି କାହିଁକି ଡେରି କରୁଛି ?

Odisha

ବିଜେପି ଘୋଷଣା କଲାଣି, ବିଜେଡି କାହିଁକି ଡେରି କରୁଛି ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେପି ଘୋଷଣା କଲାଣି, ବିଜେଡି କାହିଁକି ଡେରି କରୁଛି ?

Key Points

  • ପ୍ରାର୍ଥୀ ଘୋଷଣା କରିବାକୁ କୁନ୍ଥୁକୁନ୍ଥୁ ବିଜେଡି
  • ଏପଟ ସେପଟେ ହେଲେ ହାରିବା ଭୟ ଘାରୁଛି
  • ଶାସକ ଦଳ ଏତେ ଡେରି କରିବା ପଛର କାରଣ କ'ଣ ?

ଅର୍ଗସ ବ୍ୟୁରୋ : ପ୍ରାର୍ଥୀ ଘୋଷଣା କରିବାରେ ଏତେ ଡେରି କାହିଁକି କରୁଛି ବିଜେଡି ? ଟିକଟ ଦେଲେ ଗୋଷ୍ଠୀ କନ୍ଦଳ ସହ ବିରୋଧ ହେବାର ଡର ଘାରୁଛି କି ? ନା ଆଉ କିଛି କାରଣ ରହିଛି ? କାରଣ ଏହାରି ଭିତରେ ବିଜୁ ଜନତା ଦଳ ୧୭ ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରକୁ ନେଇ ନବୀନ ନିବାସରେ ସମୀକ୍ଷା ହୋଇଛି । କେବଳ ୪ଟି ଲୋକସଭା କ୍ଷେତ୍ର ବାକି ରହିଥିବା ବେଳେ ଆଜି ସେ ସବୁ ଉପରେ ଆଲୋଚନା ହେବ । କିନ୍ତୁ ଆଜି ଯାଏଁ କାହିଁକି ନବୀନ ବାବୁ ଟିକଟ ଘୋଷଣା କରିନାହାନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ।

ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଗତ ରବିବାର ଭାରତୀୟ ଜନତା ପାର୍ଟି ଓଡ଼ିଶାର ୧୮ ଯୋଦ୍ଧାଙ୍କ ନାଁ ଘୋଷଣା କରିସାରିଛି । ତେଣୁ ବିଜେଡି ବିଜେପିର ହେଭିୱେଟଙ୍କ ସହ କାହାକୁ ଲଢେଇ କରିବାକୁ ଛାଡିବ ସେନେଇ ଅଙ୍କକଷା ଚାଲୁଥିବା ଚର୍ଚ୍ଚା ଜୋର । ରାଜନୀତି ସମୀକ୍ଷକ କହିଲେଣି ଦିନେ କିମ୍ବା ଦୁଇଦିନ ଭିତରେ ଯଦି ବିଜେଡି ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା ନକରେ ତାହାଲେ ସମସ୍ୟା ହେବ । କାରଣ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତ କହିଥିଲେ । 

ବଛା ବଛା ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଯେମିତିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବଡ ଚେହେରା ସମ୍ବଲପୁରରୁ ଲଢେଇ କରିବାକୁ ଯାଉଛନ୍ତି । ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡାରେ ମଇଦାନକୁ ଓହ୍ଲାଇଛି ଦଳ । ଖାଲି ଏତିକି ନୁହେଁ ବରଂ ଯିଏ ଦିନେ ମୁଖ୍ୟମନ୍ତ୍ରୀଙ୍କ ହାତବାରିସି ସାଜିଥିଲେ ସିଏ ପୁଣି ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ । ତେଣୁ ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ଚେହେରାଙ୍କୁ କାଉଂଟର କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ଫଳରେ ଟିକେଟ ଘୋଷଣାରେ ବିଳମ୍ବ ହେଉଥିବା ନେଇ ଚର୍ଚ୍ଚା ଜୋର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ବିଜେଡି ଉପରେ ଏବେ ପୂରା ରାଜ୍ୟର ନଜର । କାରଣ ଗୋଷ୍ଠୀ କନ୍ଦଳ ଦଳରେ ଏତେ ଉଗ୍ର ରୂପ ନେଲାଣି ଯେ ଗୋଟିଏ ଜାଗାରେ ଅନେକ ଆଶାୟୀ ରହିଲେଣି । ତେଣୁ କାହାକୁ ବି ଅସନ୍ତୋଷ କରିବାକୁ ଚାହୁଁନି ଦଳ । ତେଣୁ ଭାବିଚିନ୍ତି ଦଳ ପଦକ୍ଷେପ ନେଉଥିବା ଚର୍ଚ୍ଚା ଜୋର ।
 


 

Sponsored
BJD MP Candidates | Argus News