'ଆମ ଲିଙ୍କରେ ଅନେକ ବିଜେଡି ନେତା ଅଛନ୍ତି '

ଅର୍ଗସ ବ୍ୟୁରୋ: ବିଜେଡ଼ିର ହେବ ଟ୍ରାନ୍ସଫରମେଶନ । ବିଜେଡି ଖୁବ୍ ଶୀଘ୍ର ବିଜେପିକୁ ଟ୍ରାନ୍ସଫରମେଶନ ହେବ । D ତଳକୁ ଆଉ ଟିକେ ଗାର ଲମ୍ବେଇ P କରାଯିବ । ସାରା ଦେଶରେ ଏବେ ଟ୍ରାନ୍ସଫରମେଶନର ସମୟ । ମୋଦିଙ୍କ ନେତୃତ୍ୱରେ ଟ୍ରାନ୍ସଫରମେଶନ ହେଉଛି । ଓଡ଼ିଶାରେ ବି ଟ୍ରାନ୍ସଫରମେଶନ ହେବ । ଆମ ଲିଙ୍କରେ ଅନେକ ବିଜେଡି ନେତା ଅଛନ୍ତି । ଖୁବ୍ ଶୀଘ୍ର ସେମାନେ ବିଜେପିରେ ଯୋଗ ଦେବେ । ବିଜୁ ଜନତା ଦଳ ଟ୍ରାନ୍ସଫରମେସନ ହୋଇ ଭାରତୀୟ ଜନତା ପାର୍ଟି ହୋଇଯିବା ନେଇ ସମ୍ଭାବନା ରହିଛି ବୋଲି କହିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ।
ଭାଙ୍ଗୁଛି ବିଜେଡି । ଦୁର୍ବଳ ହେଉଛି ଶଙ୍ଖ ଶିବିର । ଜଣେ ପରେ ଜଣେ ନେତା ଛାଡୁଛନ୍ତି ଦଳ । ବିଜେଡି ମ୍ୟାନେଜରଙ୍କ ଉପରେ ବିମୁଖ ଦଳୀୟ ନେତା । ନିର୍ବାଚନ ବେଳେ ହଜିଲାଣି ନବୀନଙ୍କ ନିଦ । ଟିକେଟ୍ ବଣ୍ଟା ପୂର୍ବରୁ ଟେନସନ୍ ରେ ମୁଖିଆ । ଦଳର ଅନୁଭବି ନେତା ବିଜେଡିକୁ ଦେଉଛନ୍ତି ବଡ ଝଟକା । ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଛାଡିବା ନବୀନଙ୍କ ଚିନ୍ତା ବଢାଇଛି । ଶଙ୍ଖ ଚିହ୍ନରେ ଲଢି ବିଧାୟକ ହୋଇଥିବା 5 ବିଧାୟକ ଆଉ ଦଳରେ ନାହାଁନ୍ତି ।
ସେପଟେ ଦଳ ପାଇଁ ଅଧିକ ଚ୍ୟାଲେଞ୍ଜ ବଢାଇଛି ଆଭ୍ୟନ୍ତରୀଣ ଅନ୍ତକନ୍ଦଳ । ଦଳୀୟ ନେତା ଟିକେଟ୍ ଆଶାରେ ପରସ୍ପର ବିରୁଦ୍ଧରେ କରୁଛନ୍ତି ବିଶୋଦଗାର । ନବୀନ ନିବାସ ଆଗରେ ବି ପ୍ରତିଦିନ ଲାଗୁଛି ଲାଗୁଛି ଲମ୍ବା ଲାଇନ । ତେଣୁ କେଉଁ ଆଶାୟୀଙ୍କୁ ଟିକେଟ୍ ଦେବେ ଆଉ କିପରି ଅସନ୍ତୁଷ୍ଟଙ୍କୁ ମନାଇବେ ସେଥିଲାଗି ଚିନ୍ତାରେ ବିଜେଡି ମୁଖିଆ ।
📱 Get Argus News App
✨ଅନ୍ୟପଟେ ବିଜେଡିରୁ ବାହାରି ଥିବା ନେତା ଜଣେ ପରେ ଜଣେ ବିଜେପି କ୍ୟାମ୍ପରେ ସାମିଲ ହୋଇ ମୁଖିଆଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ପ୍ରଦୀପ ପାଣିଗ୍ରୀହି, ପ୍ରଶାନ୍ତ ଜଗଦେବ ବିଜେପିରେ ସାମିଲ ହେବା ପରେ ଖୋର୍ଦ୍ଧା ଓ ଗଞ୍ଜାମର ବିଜେଡି ଗଣିତ ବିଗିଡି ପାରେ ବୋଲି ଆକଳନ କରାଯାଉଛି । ଦଳୀୟ ନେତାଙ୍କୁ ହରାଇ ଦୁର୍ବଳ ହେଉଥିବା ବିଜେଡି କିପରି ଅଧିକ ଆସନ ଜିତି ରେକର୍ଡ କରିବ ତାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଜୋର୍ ।
