|
logo
Live

Argus News - ଦେବଗଡ଼ରେ ବିଜେଡି ସ୍ଥିତି ଟଳମଳ : ନାରା ପଡିଲା ରୁନୁ ନାହିଁ ତ ବବି ନାହିଁ

Odisha

ଦେବଗଡ଼ରେ ବିଜେଡି ସ୍ଥିତି ଟଳମଳ : ନାରା ପଡିଲା ରୁନୁ ନାହିଁ ତ ବବି ନାହିଁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଦେବଗଡ଼ରେ ବିଜେଡି ସ୍ଥିତି ଟଳମଳ : ନାରା ପଡିଲା ରୁନୁ ନାହିଁ ତ ବବି ନାହିଁ

ଅର୍ଗସ ବ୍ୟୁରୋ: ଶଙ୍ଖ ଚିହ୍ନ ରହିବନି କି ବବି ରହିବେନି । ଇଏ ନାରା ପୁଣି ଦିଆଯାଉଛି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ । ହଁ...ସମ୍ବଲପୁର ସଂସଦୀୟ କ୍ଷେତ୍ରରେ । ଦେବଗଡ଼ ବିଧାନସଭା ଆସନରେ ବିଜେଡ଼ିରେ ମୁଣ୍ଡଟେକିଲାଣି ବଡ଼ ବିଦ୍ରୋହ । କାରଣ ଅରୁନ୍ଧତୀ ଦେବୀଙ୍କ ଟିକେଟ କାଟି ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କୁ ବିଜେଡ଼ି ଟିକେଟ ଦେବା ଚର୍ଚ୍ଚା ଶାସକ ଦଳରେ ବିଦ୍ରୋହ ସୂତ୍ରପାତ କରିଛି । ରାସ୍ତାକୁ ଓହ୍ଲାଇଛନ୍ତି ରାଣୀ ଅରୁନ୍ଧତୀ ଦେବୀଙ୍କ ସମର୍ଥକ । ଯଦି ରାଣୀଙ୍କ ଟିକେଟ୍ କାଟି ରୋମାଞ୍ଚ ରଞ୍ଜନଙ୍କୁ ବିଜେଡି ପ୍ରାର୍ଥୀ କରେ ସମୂହ ଇସ୍ତଫା ଦେବା ପାଇଁ ଖୋଲାଖୋଲି ଧମକ ଦେଇଛନ୍ତି ରାଣୀଙ୍କ ସମର୍ଥକ ।

ସମ୍ବଲପୁର ସଂସଦୀୟ କ୍ଷେତ୍ର । ଇଏ ଏମିତି ଏକ ନିର୍ବାଚନମଣ୍ଡଳୀ...ଯାହା ବିଜେଡିକୁ ନାକେଦମ୍‌ କଲାଣି । ନିଇତି ଦଳୀୟ କନ୍ଦଳ, ଅସନ୍ତୋଷ ପରି ଚିତ୍ର ସାମ୍ନାକୁ ଆସିଛି । ହେଲେ ରୀନାତନ୍ତି ବିଜେଡି ଛାଡିବା ପରେ ନବୀନଙ୍କ ଟେନସନ ଆହୁରି ବଢିଛି । କାରଣ ରୀନାଙ୍କ ପକେଟ୍‌ରେ ଥିଲା ହଜାର ହଜାର ଆଦିବାସୀ ଭୋଟ୍‌ । ତେଣୁ ସେ ଦଳ ଛାଡିବା ପରେ ଏବେ ଭୋଟ୍‌ ବି ଯିବ ବୋଲି ଲୋକେ କହିଲେଣି । 

ପୂର୍ବରୁ ରାଣୀଙ୍କୁ ଟିକେଟ୍ ଦିଆଯିବାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ରୋମାଞ୍ଚ ରଞ୍ଜନ ଓରଫ ରୁନୁ ବିଶ୍ବାଳଙ୍କ ସମର୍ଥକ। ରୁନୁ ନାହିଁ ତ ବବି ନାହିଁ ବୋଲି ସ୍ଲୋଗାନ ଦେବା ସବ ବିଜେଡି ପୋଷ୍ଟର ମରାଇ ଦିଆଯିବନାହିଁ ବୋଲି ଖୋଲାଖୋଲି ଦେଇଥିଲେ ଚେତାବନୀ...ହେଲେ ପୁଣି ଥରେ ରାଜରାସ୍ତାରେ ଏମିତି ବିରୋଧ ହେଉଥିବାରୁ ସମ୍ବଲପୁର ବିଜେଡିରେ ଦେଖାଯାଇଛି ଟେନସନ୍‌ । 

ମୋଟ୍‌ ଉପରେ , ଦେବଗଡ଼ରେ ବିଜେଡି ପାଇଁ ଏବେ ଜଟିଳ ପରିସ୍ଥିତି । କାରଣ ପାନରୁ ଚୂନ ଖସିଲେ ବିଜେଡି ହାତରୁ ଗଡ ଯିବ । ତେଣୁ କୌଣସି ପରିସ୍ଥିତିରେ ନେତାଙ୍କୁ ଅଶାନ୍ତି କରିବାକୁ ଚାହୁଁନି ଦଳ । ହେଲେ ବି ପଶ୍ଚିମ ଓଡ଼ିଶାରୁ ଯେମିତି ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି ତାହାକୁ ନେଇ ଚିନ୍ତାରେ ନବୀନ । ଏଠାରେ ସ୍ପଷ୍ଟ କରୁଛି କି, ରାସେଶ୍ଵରୀଙ୍କ ପରେ ପୁଣି ଜଣେ ଟାଣୁଆ ନେତା ଦଳ ଛାଡୁଥିବାରୁ ଆଗାମୀ ନିର୍ବାଚନ ବିଜେଡି ପାଇଁ ମହଙ୍ଗା ପଡିବ ବୋଲି କହିଲେଣି ରାଜନୈତିକ ସମୀକ୍ଷକ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
ଦେବଗଡ଼ରେ ବିଜେଡି ସ୍ଥିତି ଟଳମଳ : ନାରା ପଡିଲା ରୁନୁ ନାହିଁ ତ ବବି ନାହିଁ | Argus News