ବିଜେଡିରେ, ଅଘୋଷିତ ବସଙ୍କ ହିଟଲରି ଶାସନର ହେଲା କି ଶୁଭାରମ୍ଭ?

Key Points
ମୁହଁ ଖୋଲିଲେ ମୁଣ୍ଡ କାଟ
ବିଜେଡିରେ, ଅଘୋଷିତ ବସ୍ ଙ୍କ ହିଟଲରି ଶାସନର ହେଲା କି ଶୁଭାରମ୍ଭ?
ବିଚାର ଆଦର୍ଶ କଥା କହି ବସ୍ ଙ୍କ କୋଟେରୀକୁ ଟାର୍ଗେଟ କରିବାରୁ ବିଦା ହେଲେ ପ୍ରଫୁଲ୍ଲ
ପ୍ରଫୁଲ୍ଲ କହିଲେ ଦଳ ନିଲମ୍ବିତ କରିନି, ମୁଁ ଦେଇଛି ଇସ୍ତଫା
ବିଜେଡିକୁ ଘାରିଛି ବଦହଜମୀ ରୋଗ । ସତ କହିଲେ ଶୂଳୀରେ ଚଢ଼ାଉଛନ୍ତି ଅଘୋଷିତ ବସ୍ । ପରାମର୍ଶ ନୁହେଁ ପାଟିଚୁପ ର ଦିଆଯାଉଛି ଚେତାବନୀ । ବସ୍ ଙ୍କ କଥା ମାନି ଚୁପ ବସ ନ ହେଲେ ବିଦା ହୁଅ ଏଭଳି ହିଟଲରି ଫଣ୍ଡା ଆପଣେଇଛି ବିଜୁ ଜନତା ଦଳର କୋଟେରୀ ଗ୍ରୁପ । ସତ କହି ପରାମର୍ଶ ଦେବା ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ପଡ଼ିଛି ମହଙ୍ଗା । ମିଡ଼ିଆରେ ମନ୍ତବ୍ୟ ଦେବାର ୨୪ ଘଣ୍ଟା ଭିତରେ ବିଜେଡିରୁ ବିଦା ହୋଇଛନ୍ତି ବର୍ଷିଆନ ନେତା ପ୍ରଫୁଲ୍ଲ ମଲ୍ଲିକ । ଦଳ ବିରୋଧୀ କାର୍ଯ୍ୟ କହି ପ୍ରଫୁଲ୍ଲଙ୍କୁ ବିଦା କରିଛି ବିଜୁ ଜନତା ଦଳ । ମାତ୍ର ପ୍ରଫୁଲ୍ଲ କହିଛନ୍ତି ମୁଁ ନିଲମ୍ବନ ପୂର୍ବରୁ ଦଳ ଛାଡିସାରିଛି । ଇସ୍ତଫା ଦେଇ ତାଙ୍କୁ ସୁବିଧାବାଦୀ ନେତା କହିଥିବା ପ୍ରତାପ ଜେନାଙ୍କ ଉପରେ ବର୍ଷିଛନ୍ତି ପ୍ରଫୁଲ୍ଲ ।
କିଛି ମାସ ଧରି ପର୍ଯ୍ୟାୟ କ୍ରମେ ଅସନ୍ତୁଷ୍ଟ ଜାହିର କରି ବିଷୋଦଗାର କରିଆସୁଛନ୍ତି ବିଜେଡିର ଅନେକ ବରିଷ୍ଠ ନେତା । ଦେବାଶିଷ ସମାନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରୀ ନାରାୟଣ ପାତ୍ର, ଅଶୋକ ପଣ୍ଡା, ଭୁପିନ୍ଦର ସିଂ, ଅରୁଣ ସାହୁ, ଶ୍ରୀମୟୀ ମିଶ୍ରଙ୍କ ଭଳି ନେତା ବିଜେଡିର ନୂଆ ବସ୍ ଙ୍କୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ କରି ଆସୁଛନ୍ତି ଟାର୍ଗେଟ । ଯାହାକି ବସ୍ ଓ ତାଙ୍କ ଚାଟୁ କାରିତା କରୁଥିବା କୋଟେରୀ ଗ୍ରୁପଙ୍କ ପାଇଁ ବଢ଼ାଉଥିଲା ଅଡୁଆ । ତେଣୁ ବରିଷ୍ଠଙ୍କ ଏଭଳି ବୟାନବାଜିରେ ବ୍ରେକ ଲଗାଇ ମୁହଁ ବନ୍ଦ କରି ବାକୁ ପ୍ରଫୁଲ୍ଲଙ୍କ ଆକ୍ସନ ଫର୍ମୁଲା ସାମ୍ନାକୁ ଅଣା ଯାଇଥିବା କୁହାଯାଉଛି । ତେଣୁ ଦୀର୍ଘଦିନ ହେବ ଦଳୀୟ କାର୍ଯ୍ୟକ୍ରମରୁ ଦୁରେଇ ରହିଥିବା ପ୍ରଫୁଲ୍ଲ ମଲ୍ଲିକ ଦଳ ବିରୋଧୀ କାର୍ଯ୍ୟ କରୁଥିବା କହି ଆକ୍ସନ ନେବା ସହ ଅନ୍ୟମାନଙ୍କୁ ବି ଚେତାବନୀ ଦେଇଛନ୍ତି ଦଳୀୟ ମୁଖପାତ୍ର।
ସେପଟେ ସେପଟେ ଦଳ ଛାଡ଼ିବା ପରେ ଦକ୍ଷିଣ ଓଡିଶାରେ ନିଜ ଦମ ଦେଖାଇଛନ୍ତି ଏନ ଭାସ୍କର ରାଓ । ରାୟଗଡ଼ା ପୌର ପରିଷଦ ଭାଙ୍ଗିବାକୁ ଅନାସ୍ଥା ଆଣିଛନ୍ତି ଭାସ୍କରଙ୍କ ଗୋଷ୍ଠୀ । ବିଜେଡିରୁ ଇସ୍ତଫା ଦେଲେ ନା ତଡା ଖାଇଲେ ଏସବୁର ଦ୍ଵନ୍ଦ ଭିତରେ ବିଜେଡି ନେତାଙ୍କୁ ନୀତି ଆଉ ନୈତିକତା ର ପାଠ ପଢ଼ାଇଛନ୍ତି ପ୍ରଫୁଲ୍ଲ । ସେପଟେ ବହୁ ନେତା ମୁଁହ ଖୋଲିଥିବା ବେଳେ ପ୍ରଫୁଲ୍ଲଙ୍କ ଭଳି ବରିଷ୍ଠ ନେତା ଙ୍କ ଉପରେ ଆକ୍ସନ କାହା ନିର୍ଦ୍ଧେଶ ରେ ତାକୁ ନେଇ ନାନା ପ୍ରଶ୍ନ ।