Videos
|
Odisha

VK Padian / ସରକାରୀ ସଭାରେ ଦଳୀୟ ପ୍ରଚାର?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସରକାରୀ ସଭାରେ ଦଳୀୟ ପ୍ରଚାର?
BJD VK Pandian

Key Points

ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାର କଟକରେ ବିଜେଡି ଜିତିବ ବୋଲି ପାଣ୍ଡିଆନ କେମିତି ଜାଣିଲେ ? ଆକାଶରୁ ସ୍ଵପ୍ନ ଦେଖିଲେ, ବାସ୍ତବତାରେ କଣ ପୂରଣ ହୁଏ ?
 

ଅର୍ଗସ ବ୍ୟୁରୋ: ସରକାରୀ କାର୍ଯ୍ୟକ୍ରମରେ ଆଜି ପୁଣି ଦଳୀୟ ପ୍ରଚାର କଲେ ଫାଇଭ-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଚେୟାରମ୍ୟାନ ଭି.କେ ପାଣ୍ଡିଆନ । କହିଲେ ତ କହିଲେ ପୁଣି ବିଜେଡି ବିଜୟ ହେବ ବୋଲି ଦମ୍ଭୋକ୍ତି ବି ଦେଖାଇଲେ । ହେଲେ ସରକାରୀ କାର୍ଯ୍ୟକ୍ରମରେ ସେ କେମିତି ଦଳୀୟ ପ୍ରଚାର କଲେ ତାହାକୁ ନେଇ ଜୋର ଧରିଲାଣି ରାଜନୀତି ।

କଟକରେ ବିଜେଡି ସବୁ ଆସନରେ ବିଜୟ ହେବ । ହେଲେ ପାଣ୍ଡିଆନ ବୋଧହୁଏ ଭୁଲିଯାଇଛନ୍ତି କି କଟକ-ବାରବାଟୀ କଂଗ୍ରେସର ଷ୍ଟାଣ୍ଡିଂ ଏମଏଲଏ ମହମ୍ମଦ ମୋକିମଙ୍କର ଏବେ ସହରରେ ଭାରି ଦବଦବା ରହିଛି । କାରଣ ସିଏମସି ଲୋକଙ୍କ ସହ ଯେମିତି ଖେଳ ଖେଳିଛି, ଜାଣିଶୁଣି ଲୋକଙ୍କ ମୃତ୍ୟୁମୁଖକୁ ଠେଲି ଦେଇଛି ତାହାକୁ ନେଇ କଟକିଆଙ୍କ ମନରେ ପ୍ରବଳ ଅସନ୍ତୋଷ ରହିଛି । ଅସନ୍ତୋଷ କେବଳ ଏତିକି ନୁହେଁ ବରଂ ଜାଇକା ପ୍ରକଳ୍ପ ବର୍ଷବର୍ଷ ଧରି ସରୁନଥିବାରୁ ବର୍ଷାଦିନେ କେମିତି ନାଳପାଣିରେ ଆକ୍ତାମାକ୍ତା ହୁଅନ୍ତି କଟକିଆ ତାହା ଆଉ କହିବା ଦରକାର ନାହିଁ ।

ଇଏ ତ ଗଲା ମେୟରଙ୍କ ଉପରେ ଥିବା ଲୋକଙ୍କ ଅସନ୍ତୋଷ ।  ଏମିତିକି ସ୍ଥାନୀୟ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କୁ ନେଇ ଦଳ ମଧ୍ୟରେ ଅନେକ କନ୍ଦଳ ବି ରହିଛି । ତେଣୁ ବିଜେଡି ସେଠି କେମିତି ଜିତିବ ତାହା ଜଳଜଳ ହୋଇ ଦିଶୁଛି । ଆଉ ଏହାରି ଭିତରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିସାରିଛନ୍ତି ଖୁବଶୀଘ୍ର କଂଗ୍ରେସର ତିନିନେତାଙ୍କ ଉପରୁ ହଟିବ ନିଲମ୍ବନ ନିର୍ଦ୍ଦେଶ । ତେଣୁ ମୋକିମ୍‌ ଫର୍ମକୁ ଆସିଲେ ବିଜେଡି ନେତାଙ୍କର ସ୍ଥିତି ସଙ୍ଗୀନ ହେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବିଜେଡିର କନ୍ଦଳ ସେତିକି ବଢୁଛି । ପୂର୍ବରୁ ଆମେ ଦେଖିଛନ୍ତି ସାରା ରାଜ୍ୟରେ କେମିତି ଦଳୀୟ କନ୍ଦଳରେ ଆକ୍ତାମାକ୍ତା ହେଲେଣି ନେତା । ଆଉ ଏହାରି ଭିତରେ ବିଜେଡିକୁ ନେଇ ପାଣ୍ଡିଆନ ଯେମିତି ବାହାସ୍ଫୋଟ ମାରୁଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ କେବଳ ମିଛ କହିବାରେ ବ୍ୟସ୍ତ ବିଜେଡି ନେତା ।

Related Topics

Explore more stories

BJD ଜିତିବ ବୋଲି ପାଣ୍ଡିଆନଙ୍କ ଦମଦାର ଦାବି | VK Pandian | Argus News