Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିର ଭୋଟ୍ ରାଜନୀତି ପାଇଁ ରାଜ୍ୟରେହୋଇପାରିନି ବିକାଶ:ମୁଖ୍ୟମନ୍ତ୍ରୀ

Sangram Tripathy
Browse all articles by Sangram Tripathy
·1 year ago·2 min read
ବିଜେଡିର ଭୋଟ୍ ରାଜନୀତି ପାଇଁ ରାଜ୍ୟରେହୋଇପାରିନି ବିକାଶ:ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:ବିକାଶ ଓ ଗଣତନ୍ତ୍ର ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଚାଲିଛି ଗଣତନ୍ତ୍ର, ଯାହାକୁ ସହିପାରୁନି ବିଜୁ ଜନତା ଦଳ। ନବୀନଙ୍କ ଶାସନରେ ଚାଲିଥିଲା ଅଫିସର ରାଜ୍,କେବଳ ଭୋଟ୍ ବ୍ୟାଙ୍କ ରାଜନୀତି ଯୋଗୁଁ ରାଜ୍ୟରେ ହୋଇପାରିଲା ନାହିଁ ବିକାଶ,ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ସବୁକ୍ଷେତ୍ରରେ ସବୁକ୍ଷେତ୍ରରେ ଚରମ ଅବହେଳା ଓ ପୂର୍ବସରକାରର ଅପାରଗତା ଯୋଗୁ ପଛରେ ପଡିଛି ଓଡ଼ିଶା। ବିଜେଡି,ଲୋକମତକୁ ବେଖାତିର କରିବା ବିଜେଡିକୁ ମହଙ୍ଗା ପଡ଼ିଛି କହି ବିଜୁ ଜନତା ଦଳକୁ ଟାର୍ଗେଟ କରିଛନ୍ତି ମୋହନ ମାଝୀ ।  ଗୋଟେପଟେ  କେନ୍ଦୁଝରରୁ ରାଜ୍ୟବାସୀଙ୍କୁ ବିଜେପି ସରକାରର ୧୦୦ ଦିନର ସଫଳ ବିକାଶ ଯାତ୍ରାର ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ପୂର୍ବ ବିଜେଡି ସରକାରର ବିଫଳତା, ଅପାରଗତାର ଲମ୍ବା ତାଲିକା ବି ରଖିଛନ୍ତି ।କେବଳ ସେତିକି ନୁହେଁ,ଭୋଟ୍ ପାଇଁ ଜଗନ୍ନାଥଙ୍କୁ ବି ବ୍ୟବହାର କରିଥିଲା ବିଜେଡି,ଯାହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଲୋକମତକୁ ବେଖାତିର କରିବା ବିଜେଡି ପାଇଁ ମହଙ୍ଗା ପଡ଼ିଛି, ଗଡିପଡିଛି ୨୪ ବର୍ଷର ସରକାର । 

କେବଳ ସେତିକି ନୁହେଁ  ଶ୍ରେୟ ଯିବା ଭୟରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରୁନଥିଲେ ବିଜେଡି ସରକାର। 5T ରୂପାନ୍ତରଣ ନାରେ କେବଳ ସ୍କୁଲର ପୁରୁଣା କାନ୍ଥରେ ରଙ୍ଗ ମରାଗଲା । ଭିତ୍ତିଭୂମି ଠିକ୍ ନଥିଲା, ଶିକ୍ଷକ ନଥିଲେ । ପିଲାଙ୍କ ଡ୍ରପ୍ ଆଉଟ୍ ଉପରେ କୌଣସି ଧ୍ୟାନ ଦେଇନଥିଲା ବିଜେଡି। ନିର୍ବାଚନର କିଛି ମାସ ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ନାଁରେ ଦଳୀୟ ପ୍ରଚାର କରାଗଲା। ନୂଆ ଓ ଯୋଜନା କରି କଲେଜ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରାଗଲା। କୃଷି ଓ ଜଳସେଚନ କ୍ଷେତ୍ରରେ ବି ବିଜେଡି ସରକାର କରିଛି ବଡ଼ ଅବହେଳା। ଯାହାର ଉଦାହରଣ ହେଉଛି କେନ୍ଦୁଝରର କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ। ଯାହା ୪୦ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି । ୨୦୩୬ ମସିହା ସୁଦ୍ଧା ବିକଶିତ ହେବ ଓଡ଼ିଶା। ପ୍ରଥମ ୫ ବର୍ଷରେ ରାଜ୍ୟ ଅତିକ୍ରମ କରିବ ବିକାଶର ଅନେକ ରାସ୍ତା  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡବଲ୍ ଇଞ୍ଜିନ ସରକାରରରେ ଓଡ଼ିଶା ବିକାଶ ଦ୍ରୁତ ଗତିର ହେବ ବୋଲି ଆଶା ରଖିଛନ୍ତି ରାଜ୍ୟବାସୀ

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored