Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics: ଭାଙ୍ଗିଯିବ BJD, ବିଜୁଙ୍କ ନାଁରେ ହେବ ନୂଆ ଦଳ !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Odisha Politics: ଭାଙ୍ଗିଯିବ BJD, ବିଜୁଙ୍କ ନାଁରେ ହେବ ନୂଆ ଦଳ !

Key Points

ବିଜୁ ଜନତା ଦଳ ପାଇଁ ମହଙ୍ଗା ପଡିପାରେ ଗୋଷ୍ଠୀ କନ୍ଦଳ
ରାଜ୍ୟ ରାଜନୀତିରେ ନୂଆ ବିଜେଡିର ଆଭାସ !
ବରିଷ୍ଠ ରାଜନେତା ଅମର ଶତପଥୀ ଦେଲେ ବଡ଼ ସଂକେତ

ବିଜୁ ଜନତା ଦଳ ପାଇଁ ମହଙ୍ଗା ପଡ଼ିପାରେ ଗୋଷ୍ଠୀ କନ୍ଦଳ । ମହାରାଷ୍ଟ୍ର ଭଳି ନୂଆ ସମୀକରଣରେ ଗଠନ ହେବ କି ନୂଆ ବିଜେଡି ? । ବରିଷ୍ଠ ନେତା ଅମର ଶତପଥୀ କହିଲେ ଲୋକ ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି ବିଜେଡି । ସେପଟେ ନବୀନ ନିବାସରେ ପହଞ୍ଚିଲା ବାଲେଶ୍ବର ବିଜେଡି କଳି । ଛାମୁଆ ସଂଗଠନରେ ମଧ୍ୟ ବଢୁଛି ବିଦ୍ରୋହ ।

ସାଧାରଣ ନିର୍ବାଚନ ପରେ ବିଜେଡିକୁ ବାଏ ବାଏ କରିଥିବା ବରିଷ୍ଠ ନେତା ଅମର ଶତପଥୀ ବୁଧବାର ଗଣମାଧ୍ୟମକୁ ଦେଇଥିବା ବୟାନ ଏଭଳି କିଛି ଦିଗ ଆଡକୁ ଇସାରା କରୁଛି । ଅମରଙ୍କ ବୟାନ ବର୍ତ୍ତମାନର ବିଜେଡି... ଜନତା ଓ କର୍ମୀଙ୍କ ଠାରୁ ଦୂରେଇ ଯାଉଛି । ବିଜେଡି ଲୋକ ହିଁ ଗଠନ କରିବେ ନୂଆ ବିଜେଡି । କିଛି ଦିନ ତଳେ ଅମରଙ୍କ ଗଡ଼ରେ ଏକାଠି ହୋଇଥିଲେ ପୂର୍ବତନ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ, ପ୍ରଭାତ ତ୍ରିପାଠୀ, ରବି ପାଣି ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ । ପୁରୁଖା ନେତାଙ୍କ ଏଭଳି ବୈଠକ ନୂଆ ଦଳ ଗଠନ ନେଇ ଆଭାସ ଦେଉଥିବା ବେଳେ ଗତକାଲି ଭାଷ୍କର ରାଓ ଓ ଲାଲ ବିହାରୀ ହିମିରିକା ବିଜେଡି ଛାଡି ବିଜୁ ସ୍ବାଭିମାନ ମଞ୍ଚ ଗଠନ କରିବା ଘଟଣା ଏଥିରେ ବଡ଼ ଖୋରାକ ଯୋଗାଇଛି ।

ସେପଟେ ବିଜେଡିରେ ଗାଷ୍ଠୀ କନ୍ଦଳ ଏବେ ଥମିବାର ନା ନେଉନାହିଁ । ନବୀନ ନିବାସରେ ପହଞ୍ଚିଛି ବାଲେଶ୍ଵର ବିଜେଡି କଳି । ରବି ଜେନାଙ୍କୁ ଜିଲ୍ଲା ସଭାପତି କରିବାକୁ ଦାବି ନେଇ ଶଶୀ ସାହୁଙ୍କ ପତ୍ନୀ ତଥା ସିମୁଳିଆ ବିଧାୟିକା ପ୍ରାର୍ଥୀ ସୁବାସିନୀ ସାହୁ, ରେମୁଣା ପ୍ରାର୍ଥୀ ବିଦୁସ୍ମିତା ମହାଳିକଙ୍କ ସହ ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି, ପୌରାଧ୍ୟକ୍ଷ ପ୍ରମୂଖ ନବୀନ ନିବାସ ଯାଇଥିଲେ ବି ନବୀନଙ୍କୁ ଭେଟି ନପାରିବାରୁ ପ୍ରତାପ ଜେନାଙ୍କୁ ଭେଟିଥିଲେ । ତେବେ ପ୍ରତାପଙ୍କ ବୟାନ ବାଲେଶ୍ୱର ବିଜେଡିରେ କୌଣସି ଫାଟ ନାହିଁ। ନବୀନ ବାବୁ ଫେରିଲେ ସମସ୍ତେ ମିଶି ଆଲୋଚନା କରିବେ ।

ବିଜେଡିରେ ମିଛ ସନ୍ୟାସୀ ପାଣ୍ଡିଆନଙ୍କ ମାମଲାତିକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଦେବାଶିଷ ସାମନ୍ତରାୟ ଖୋଲାଖୋଲି ମୁହଁ ଖୋଲିଥିବା ବେଳେ ରାଜା ସ୍ବାଇଁ, ବଦ୍ରି ପାତ୍ର, ଅଶୋକ ପଣ୍ଡା, ଭୁପିନ୍ଦର ସିଂହ ପ୍ରଫୁଲ୍ଲ ମଲ୍ଲିକ, ଅରୁଣ ସାହୁ ଓ ଶ୍ରୀମୟୀ ମିଶ୍ର ମାରିଛନ୍ତି ତେରଛା ବାଣ। ଛାମୁଆ ସଂଗଠନରେ ବି ବିଦ୍ରୋହ ବଢିବାରେ ଲାଗିଛି । ଯାହା ବିଜେଡି ପାଇଁ ଅଡୁଆ ସୃଷ୍ଟି କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD will be dissolved, a new party will be formed in Biju's name! | Argus News