Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫାଳଫାଳ ହେବ ବିଜେଡି ! ବିଜେପି ସହ ନେତା କରୁଛନ୍ତି ଆଲୋଚନା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଫାଳଫାଳ ହେବ ବିଜେଡି ! ବିଜେପି ସହ ନେତା କରୁଛନ୍ତି ଆଲୋଚନା

Key Points

  • ଫାଳଫାଳ ହେବ ବିଜେଡି
  • ବିଜେପି ସହ କରୁଛନ୍ତି ଆଲୋଚନା

ଅର୍ଗସ ବ୍ୟୁରୋ: ଭାଙ୍ଗିଯିବ ବିଜୁ ଜନତା ଦଳ । ଶଙ୍ଖ ଦଳର ନାମନିସାନ କିଛି ରହିବନି । ବିଜେଡିର ସ୍ଥିତି ଦେଖି ଏବେଠୁ ଅନେକ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି । ଏନେଇ ଆଲୋଚନା ବି ହୋଇଛି । ଅପେକ୍ଷା କରନ୍ତୁ, ଆଗକୁ କଣ ହେଉଛି । କିଛି ଏମିତି କହିବା ପରେ ବିଜେଡି ରାଜନୀତିରେ କମ୍ପନ । କାରଣ ସଜସଜ ୨ ରାଜ୍ୟସଭା ସାଂସଦ ବିଜେଡି ଛାଡିବା ପରେ ନବୀନଙ୍କ ଟେନସନ ବଢିଥିଲା । ଏପଟେ ନିଇତି ନେତାଏ ଯେଉଁପରି ଭାବରେ ବିସ୍ଫୋରକ ବୟାନ ଦେଉଛନ୍ତି ତାହାକୁ ନେଇ ବିଜେଡି ସୁପ୍ରିମୋଙ୍କ ଟେନସନ ଦ୍ଵିଗୁଣିତ ହେଲାଣି ।

ବିଜେଡି ପାଖରେ ଆଉ ନେତୃତ୍ଵ ନାହିଁ । ପରାଜୟ ପରେ କେହି କାହାକୁ ମାନିବା ସ୍ଥିତିରେ ନାହାନ୍ତି । ସେଇଥି ଲାଗି ନିଇତି ଗଣମାଧ୍ୟମରେ ଦଳର ପୋଲ ଖୋଲୁଛନ୍ତି ନେତା । ପୂର୍ବ ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ଗସ୍ତ ଲାଗି ନେତାଙ୍କୁ ଚାକର କରି ରଖିଥିଲା ବିଜେଡି । ଖାଲି ଏତିକି ନୁହେଁ କେଉଁଠି କିଏ ଟ୍ରାଫିକ ପରିଚାଳନା କରୁଥିଲା ତ ଆଉ କିଏ ଚେୟାର ବୋହୁଥିଲା । ହେଲେ ସରକାର ଯିବା ପରେ ବିଜେଡି ସ୍ଥିତି ସଙ୍ଗୀନ ହେଲାଣି । ସେଇଥି ଲାଗି ତ ଏବେ ଅନେକ ବିଜେଡି ନେତା ବିଜେପି ସମ୍ପର୍କରେ ଅଛନ୍ତି । 

ବିଜେପି ନେତା ଯାହା କହିଲେ କଂଗ୍ରେସ ନେତା ସମାନ କଥା ଦୋହରାଇଲେ । ଅର୍ଥାତ୍‌ ବିଜେଡି ନେତାଏ କେବଳ ବିଜେପି ନୁହନ୍ତି ବରଂ କଂଗ୍ରେସ ସହ ବି ଯୋଗାଯୋଗରେ ଅଛନ୍ତି । ପିସିସି ସଭାପତିଙ୍କ ନାଁ ଘୋଷଣା ହେବା ପରେ ବିଜେଡି ଓ ବିଜେପିର ନେତା କଂଗ୍ରେସକୁ ଆସିବେ। ବିଶେଷକରି ବିଜେଡିର ବହୁ ନେତା କଂଗ୍ରେସ ସମ୍ପର୍କରେ ଅଛନ୍ତି ବୋଲି ମୋକିମ୍ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ, ନବୀନଙ୍କୁ ଚୌକିରୁ ହଟାଇ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବାକୁ ଚକ୍ରାନ୍ତ କରିଥିଲେ । ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ମିଳୁ ତାହା ପାଣ୍ଡିଆନ୍ ଚାହୁଁନଥିଲେ । ବାବା ପ୍ରସନ୍ନଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ବଡ଼ ଝଡ଼ । ନିର୍ବାଚନ ପ୍ରଚାର ବେଳେ ପାଣ୍ଡିଆନ୍ ସର୍ବ ସମ୍ମୁଖରେ ନବୀନଙ୍କ ହାତ ଟଣିବା ଓ ଗୋଇଠା ମାରିବା ଦୃଶ୍ୟ ସାରା ଓଡିଶା ବାସୀଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏପରିକି ନିର୍ବାଚନ ପରାଜୟ ପରେ ବି ଦଳୀୟ ମହଲରେ ଜୋରଦାର ବିରୋଧ ହେବାରୁ ରାଜନିତୀରୁ ସନ୍ୟାସ ନେବାର ମିଛ ଡ୍ରାମା କରିଥିଲେ ପାଣ୍ଡିଆନ୍ । କିନ୍ତୁ ଏବେ ବି ବିଜେଡିକୁ ପରଦା ପଛରେ ରହି ଡାଇରେକ୍‌ସନ୍‌ ଦେଉଥିବା କହିଛନ୍ତି ପାଟ୍ଟଶାଣୀ । ସମୟ କହିବ ବିଜେଡିର କେଉଁ ନେତା କେଉଁ ଦଳକୁ ଯାଉଛନ୍ତି । ଆଉ ବିଜେଡିର ଅବସ୍ଥା ଆଗାମୀ ଦିନରେ କଣ ହେଉଛି ?
 


 

Sponsored
Odisha Politics | Argus News