କ୍ଷମତାରୁ ଯିବା ପରେ ଭାଙ୍ଗିଯିବ ବିଜେଡି, ସତ ହେବ କି ବିଶେଷଜ୍ଞଙ୍କ ଏହି ପୂର୍ବାନୁମାନ

Key Points
ବିଦ୍ରୋହ ମୁହାଁ ବିଜେଡି
ଆଦିବାସୀ, ଗରିବ ବୋଲି ନବୀନଙ୍କୁ ବାରମ୍ବାର ପତ୍ର ଲେଖିଲେ ବି ଶୁଣୁ ନାହାନ୍ତି
ଦୀପାଳି ଓ ବିଶାଳ କରୁଛନ୍ତି ହଇରାଣ
ଏମିତି ଚାଲିଲେ ଭାଙ୍ଗିଯିବ ବିଜେଡି
ଜଣେ ଆଦିବାସୀଙ୍କ ନେତୃତ୍ବରେ ରାଜ୍ୟରେ ଚାଲିଛି ବିଜେପି ସରକାର
ବ୍ରଜରାଜନଗର ପୌରାଧ୍ୟକ୍ଷା ଅଭିଯୋଗ କରିଛନ୍ତି, ଜଣେ ଆଦିବାସୀ ମହିଳା ବୋଲି ହଇରାଣ କରୁଛନ୍ତି
ବିବାଦ ଘନେଇବା ପରେ ନବୀନ ନିବାସରେ ତନାଘନା
ଆପୋଷ ମିଳାମିଶା ପାଇଁ ଉଦ୍ୟମ
ଏପଟେ ବିରଧୀଦଳ ଉପନେତାଙ୍କ ଘରେ ବରିଷ୍ଠଙ୍କ ମେଳି ଚର୍ଚ୍ଚା
କ୍ଷମତାରୁ ଯିବା ପରେ ଭାଙ୍ଗିଯିବ ବିଜେଡି, ସତ ହେବ କି ବିଶେଷଜ୍ଞଙ୍କ ଏହି ପୂର୍ବାନୁମାନ
ଅର୍ଗସ ବ୍ୟୁରୋ: ନିଜ ଦଳର ମହିଳା ଆଦିବାସୀ ପୌରାଧ୍ୟକ୍ଷାଙ୍କୁ ହଟାଇବା ପାଇଁ ବ୍ରଜରାଜନଗରରେ ଅନାସ୍ଥା ଭୋଟ ନେଇ ଚର୍ଚ୍ଚା। ବିଜେଡି ବିରୁଦ୍ଧରେ କାମ କରୁଛନ୍ତି ବିଜେଡି କାଉନସିଲର । ଭାଙ୍ଗିଯିବ ଝାରସୁଗୁଡା ବିଜେଡି । ଏକଥା ଆଉ କେହି ନୁହେଁ ବରଂ ଖୋଦ୍ ଦଳୀୟ ନେତ୍ରୀ ଏପରି କହିଛନ୍ତି । ପୌର ପରିଷଦର ଅଧ୍ୟକ୍ଷା ଯାଜ୍ଞସେନୀ ଓରାମ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଭିଡ଼ିଓ ମେସେଜ ଜାରି କରିଛନ୍ତି । ଆଉ କହିଛନ୍ତି ଦଳରେ ଆଦିବାସୀ ମହିଳାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି । ସିଧାସଳଖ ନାଁ ନେଇଛନ୍ତି ଦିପାଲୀ ଦାସ ଓ ତାଙ୍କ ଭାଇ ବିଶାଲ ଦାସଙ୍କର। ପୂର୍ବରୁ ଆପଣଙ୍କୁ ଚିଠି ଲେଖିଥିଲି ପାଇଲେ କି ନାହିଁ ଜାଣି ନାହିଁ ।
ବିଜେଡି ଲୋକ ଦଳୀୟ ନେତାଙ୍କ ବିରୋଧରେ କାମ କରିବା କେତେଦୂର ଠିକ ? ବିଜେଡି ଯଦି ଲୋକଙ୍କର ବିକାଶ ଚାହୁଁଛି ତେବେ ଏହି ଅନାସ୍ଥା ପ୍ରସ୍ତାବ ଆସିବା କଥା ନୁହେଁ । ଯଦି ମୁଁ ଦୁର୍ନୀତି କରୁଛି ତଦନ୍ତ କରନ୍ତୁ, ସତ ମିଛ ଜଣାପଡିବ । ଯଦି ବିଜେଡି ପରିବାରର ହୋଇ ବିଜେଡି ପରିବାର ସଦସ୍ୟଙ୍କ ପଛରେ ପଡିବେ ତେବେ ବିଜେଡିର ଭବିଷ୍ୟତ ଅନ୍ଧାର ହୋଇଯିବ । ବ୍ରଜରାଜନଗର ପୌରପରିଷଦର ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆସିବା ପରେ ଏଭଳି ଅଭିଯୋଗ କରିଛନ୍ତି ଯାଜ୍ଞସେନୀ । ଦଳୀୟ ନେତ୍ରୀ ଦୀପାଳି ଦାସଙ୍କ ସହଯୋଗରେ ଏଭଳି ଅନାସ୍ଥା ଅଣାଯାଇଥିବା ଅଭିଯୋଗ ହେଉଛି ।
📱 Get Argus News App
✨ଅନ୍ୟପଟେ ବିଜେଡିର ଶୀର୍ଷ ନେତୃତ୍ବଙ୍କ ମଧ୍ୟରେ ବିବାଦ ବିଢିବାରେ ଲାଗିଛି । ବବି, ଦେବୀ, ଅତନୁ ଓ ସଞ୍ଜୟଙ୍କୁ ଦଳ ଭିତରୁ ଜୋରଦାର ବିରୋଧ ଆରମ୍ଭ ହୋଇଛି । କୋଟେରୀ ଗ୍ରୁପ ଦ୍ବାରା ପରିଚାଳିତ ଥିବା ଏହି 4 ନେତାଙ୍କୁ ବିରୋଧ କରି ପ୍ରଥମେ କିଛି ଯୁବ ନେତ୍ବତ୍ବ ମେଳି ବାନ୍ଧିଥିବା ବେଳେ ଏବେ ବରିଷ୍ଠ ନେତା ବି ସାମନ ପନ୍ଥା ଆପଣେଇଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କ ବାସଭବନରେ ଦଳର କିଛି ବରିଷ୍ଠ ନେତା ମେଳି ବାନ୍ଧି ଥିବା ଦେଖିବାକୁ ମିଳିଛି ।
ଏ ସବୁ ଭିତରେ ନବୀନଙ୍କ ପାଇଁ ସଙ୍ଗଠନ ସଜାଡ଼ିବା ସମ୍ଭବ ହେବ କି ବୋଲି ଉଠିଛି ପ୍ରଶ୍ନ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ପୂର୍ବରୁ କହିଥିଲେ କ୍ଷମତାରୁ ଯିବା ପରେ ଭାଙ୍ଗିଯିବ ବିଜେଡି। ଶାସନରେ ଥିବା ସମୟରେ ଦଳୀୟ ନେତାଙ୍କ ଅସନ୍ତୋଷ କି ପରାମର୍ଶ ବାହାରକୁ ଆସିବାକୁ ଦେଉନଥିଲେ ନବୀନ। ସୁପ୍ରିମୋଙ୍କ ପାଖରେ ପହଞ୍ଚି ନିଜ କଥା ରଖିବା ବି ବିଜେଡି ନେତାଙ୍କ ପାଇଁ ସମ୍ଭବ ନଥିଲା । ନେତା ମନ୍ତ୍ରୀ ମାନେ ଭି.କେ ପାଣ୍ଡିଆନ୍ ଙ୍କ ପାଇଁ କେତେବେଳେ ଟେଣ୍ଡ ବାନ୍ଧୁଥିଲେ ତ ଆଇ କେବେ ଟ୍ରାଫିକ୍ ଜଗୁଆଳି ସାଜୁଥିଲେ । ମାତ୍ର ବର୍ତ୍ତମାନ ସ୍ଥିତି ବଦଳିବା ପରେ ଦଳୀୟ ନେତା ମେଳି ବାନ୍ଧି ଖୁଲମଖୁଲା ବିରୋଧ କରିବାକୁ ନବୀନ କେତେଦୂର ମନ୍ୟାଜ କରି ପାରୁଛନ୍ତି ତା ଉପରେ ନଜର