Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଗାମୀ ୫୦ ବର୍ଷ ଯାଏଁ ଓଡିଶାରେ ଶାସନ କରିବ ବିଜେପି

Odisha

ଆଗାମୀ ୫୦ ବର୍ଷ ଯାଏଁ ଓଡିଶାରେ ଶାସନ କରିବ ବିଜେପି

Smruti Parija
Browse all articles by Smruti Parija
·1 year ago·2 min read
ଆଗାମୀ ୫୦ ବର୍ଷ ଯାଏଁ ଓଡିଶାରେ ଶାସନ କରିବ ବିଜେପି

ଅର୍ଗସ ବ୍ୟୁରୋ: ବିଜେଡିର ଇତିହାସ ଶେଷ ହୋଇଗଲାଣି । ବିଜେପି ସରକାର ଭଲ କାମ କରୁଛି । ଆଗାମୀ ୫୦ ବର୍ଷ ଯାଏଁ ଓଡିଶାରେ ଶାସନ କରିବ ବିଜେପି । ଚିନ୍ତା କରିବାର ଆବଶ୍ୟକତା ନାହିଁ । ଓଡିଶା ଗସ୍ତରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ଏ ବୟାନ ପରେ ରାଜ୍ୟ ରାଜନୀତିରେ କମ୍ପନ । ସତରେ କଣ ଇତିହାସ ପାଲଟିବ ବିଜେଡି ? ୨୪ ବର୍ଷର ନିରଙ୍କୁଶ ଶାସନ ପରେ ୨୪ ନିର୍ବାଚନରେ ବିଦା ।

ଆଉ ପାୱାର ଯାଉ ଯାଉ ନେତୃତ୍ଵ ବିରୁଦ୍ଧରେ ବିଦ୍ରୋହର ବନ୍ୟା । ଖୋଲାଖୋଲି ନବୀନଙ୍କୁ ସମାଲୋଚନା କରୁଛନ୍ତି କର୍ମୀ ଓ ନେତା । ଜଣକ ପରେ ଜଣେ ରାଜ୍ୟସଭା ସାଂସଦ ଛାଡୁଛନ୍ତି ଦଳ । ପଞ୍ଚାୟତ ସ୍ତରର ନେତା, କର୍ମୀ ବି ଶଙ୍ଖ ଶିବର ଛାଡି ପଦ୍ମ କ୍ୟାମ୍ପ ମୁହାଁ । ଆଉ ଆଜି ପୁଣି ବିଜେପି ରାଜ୍ୟ ପ୍ରଭାରୀ ବି କହିଛନ୍ତି ଯେ, ବିଜେଡିର ଅନେକ ବିଧାୟକ, ସାଂସଦ ବିଜେପି ସହ ଯୋଗାଯୋଗରେ ଅଛନ୍ତି । ତେଣୁ ଏଭଳି ସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ବିସ୍ଫୋରକ ବୟାନ ବିଜେଡିର ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଛିଡା କରିଛି ।

ସେପଟେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ବିଜେଡିର ସ୍ଥିତି ଉପରେ ବୟାନ ଦେଇ ନିଆଁରେ ଘିଅ ଢାଳିଛନ୍ତି । କହିଛନ୍ତି, ବିଜେପି ଯେଉଁ ଦିନ ହୁଇସିଲ ଫୁଙ୍କିବ ସେଦିନ ବିଜେଡି ଗୁଣ୍ଡ ଗୁଣ୍ଡ ହୋଇଯିବ । କେବଳ ନବୀନ ଓ ପାଣ୍ଡିଆନ ଥିବେ । ହୁଏତ ନବୀନ ପଟ୍ଟନାୟକ ମଧ୍ୟ ପଳେଇ ଆସିପାରନ୍ତି ବୋଲି କହିଛନ୍ତି ଜୟନାରାୟଣ । ପାଲହଡା ବିଧାୟକ ଅଶୋକ ମହାନ୍ତି ମଧ୍ୟ କହିଛନ୍ତି, ବିଜେଡି ଭାଙ୍ଗିବାକୁ ଯାଉଛି । ବିଜେଡି ରାଜ୍ୟସଭାରେ ଶୂନ ହୋଇଯିବ । ଯାହାକୁ ନେଇ ଜବାବ ରଖିଛି ବିଜେଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡିର ଭିତିରି ଅସନ୍ତୋଷ ଯେତେ ଲୁଚାଇଲେ ବି ଆଉ ଲୁଚି ପାନୁନି । ମମତା ଓ ସୁଜିତଙ୍କ ପରେ ଆହୁରି ଏକାଧିକ ରାଜ୍ୟସଭା ସାଂସଦ ବି ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଆଗକୁ ବିଜେଡି ସୁପ୍ରିମୋ କେମିତି ନିଜ ଦଳର ନେତାଙ୍କୁ ରଖି ପାରୁଛନ୍ତି ତାହା ଉପରେ ରହିଛି ନଜର । 

Sponsored
bjd-will-rule-in-odisha-for-next-50-years | Argus News