Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋଧାବୃତ୍ତି ନେଇଛ ମାନେ ବିଜେଡିକୁ ଭୋଟ୍ ଦେବ ? ଆସୁଛି ଫୋନ୍‌ କଲ୍‌

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମୋଧାବୃତ୍ତି ନେଇଛ ମାନେ ବିଜେଡିକୁ ଭୋଟ୍ ଦେବ ? ଆସୁଛି ଫୋନ୍‌ କଲ୍‌

Key Points

  • ମୋଧାବୃତ୍ତି ନେଇଛ ମାନେ ବିଜେଡିକୁ ଭୋଟ୍ ଦେବ
  • ଜୋର ଜବରଦସ୍ତ ପିଲାଙ୍କୁ ଭୋଟ୍‌ ମାଗୁଛି ବିଜେଡି
  • ଭାଇରାଲ ହେଲାଣି ଅଡ଼ିଓ

ଅର୍ଗସ ବ୍ୟୁରୋ :  ପିଲାଙ୍କୁ ଫୋନ୍‌ କରୁଛନ୍ତି ବିଜେଡି କର୍ମୀ ? ଖାଲି ଫୋନ୍‌ କରୁଛନ୍ତି ତାହା ନୁହେଁ ବରଂ ଭୋଟ୍‌ ଦେବାକୁ ପରୋକ୍ଷରେ ଧମକ ବି ଦେଉଛନ୍ତି । ଆଉ ପିଲାଏ ଯେବେ ପଚାରୁଛନ୍ତି ଆମକୁ ସରକାର ଦେଇଛନ୍ତି ମେଧାବୃତ୍ତି, ହେଲେ ବିଜେଡିକୁ ଆମେ କାହିଁକି ଭୋଟ୍‌ ଦେବୁ ? ହେଲେ ଉତ୍ତରରେ କୁହାଯାଉଛି ନବୀନ ହେଉଛନ୍ତି ବିଜେଡିର । ତେଣୁ ଶଙ୍ଖରେ ଭୋଟ୍ ଦିଅ । ହେଲେ ପ୍ରଶ୍ନ, ପିଲାଙ୍କୁ ବୃତ୍ତି ଦେବା ସରକାରଙ୍କ ନିଷ୍ପତ୍ତି । ହେଲେ ଏମିତି ବାଧ୍ୟ କରି ଭୋଟ୍‌ ନେବା କେତେ ଦୂର ଠିକ୍‌ ?

ପିଲାଙ୍କୁ ନେଇ ହୀନ ରାଜନୀତି କରୁଛି ବିଜେଡି । ପିଲାଙ୍କୁ ନେଇ ସରକାରୀ ଦଳର ସାଂଘାତିକ ଷଡ଼ଯନ୍ତ୍ର । ନୂଆ ଓ' ମେଧାବୃତ୍ତି ନେଲ, ଏବେ ଭୋଟ୍ ଦିଅ । କଟକ ବିଜେଡି ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମେଧାବୃତ୍ତି ପାଇଥିବା ଛାତ୍ରଙ୍କୁ ଫୋନ୍ କଲ୍ ଜରିଆରେ ବାଧ୍ୟ କରାଯାଉଛି । କିନ୍ତୁ ଏଇଠି ପ୍ରଶ୍ନ, ଛାତ୍ରବୃତ୍ତି ପାଇଥିବା ମେଧାବୀ ଛାତ୍ର କାହିଁକି ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍ ଦେବେ ? ଜଣେ କି ଦୁଇ ଜଣଙ୍କୁ ନୁହେଁ ବରଂ ଏମିତି ଫୋନ୍ କଲ୍ ଏବେ ରାଜ୍ୟର ଅନେକ ଛାତ୍ରଛାତ୍ରୀଙ୍କ ପାଖକୁ ଆସୁଛି । ଯେଉଁଥିରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରାଯାଉଛି । ପ୍ରଲୋଭନ ମଧ୍ୟ ଦିଆଯାଉଛି, ଆହୁରି ଅଧିକ ମେଧାବୃତ୍ତି ପାଇଁ । 

ନିର୍ବାଚନ ପୂର୍ବରୁ ବିଜେଡିର ଯୋଜନା କରିବା ଷ୍ଟାଇଲ ଏବେର ନୁହେଁ ବରଂ ବହୁ ପୁରୁଣା । ହେଲେ ରାଜ୍ୟ ସରକାର ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ଯୁକ୍ତ ତିନି ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ମେଧାବୃତ୍ତି ପ୍ରଦାନ କରିଛନ୍ତି ଏଇ ଦୁଇମାସ ତଳେ । ତେବେ ଏଠି ପ୍ରଶ୍ନ, ମେଧାବୃତ୍ତି କ'ଣ ନୂଆ ଭୋଟରଙ୍କୁ ଆତ୍କୃଷ୍ଟ କରିବା ପାଇଁ ଥୋପ ଥିଲା କି ? ଆଉ ଏ ପ୍ରଲୋଭନରେ ବିଜେଡି କଣ ଯୁବ ଭୋଟରଙ୍କୁ ଆକର୍ଷିତ କରିପାରିବ ? କାରଣ ରାଜ୍ୟରେ ୭ଲକ୍ଷ ୫୪ ହଜାର ହେଲେ ନୂଆ ଭୋଟର । ପୂରା ଦେଶରେ ମୋଦିଙ୍କ ଲୋକପ୍ରିୟତା ବଢୁଥିବାରୁ ଭୋଟ୍‌ ପାଇଁ ଫନ୍ଦି କରୁନି ତ ବିଜେଡି ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
BJD Worker | Argus News