Videos
|
Odisha

ବିଜେଡି କର୍ମୀଙ୍କ ଆକ୍ରମଣରେ ସ୍ୱାଧୀନ ସମର୍ଥକ ଗୁରୁତର

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଜେଡି କର୍ମୀଙ୍କ ଆକ୍ରମଣରେ ସ୍ୱାଧୀନ ସମର୍ଥକ ଗୁରୁତର

କେନ୍ଦୁଝର:  ଘଷିପୁରାରେ ବିଜେଡିରେ ଦାଦାଗିରି। ବିଜେଡି କର୍ମୀଙ୍କ ଆକ୍ରମଣରେ ସ୍ୱାଧୀନ ସମର୍ଥକ ଗୁରୁତର। ମେଡିକାଲ ରେ ଭର୍ତ୍ତି । ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ରେ ବସନ୍ତ ଚକ୍ର ନାମକ ଜଣେ ସ୍ୱାଧୀନ ସମର୍ଥକ ଙ୍କୁ ଆକ୍ରମଣ କରିଛନ୍ତି ବିଜେଡି ସମର୍ଥକ। ବସନ୍ତ ଙ୍କୁ ଉଦ୍ଧାର କରି ସାଇଁକୂଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଛି। ବସନ୍ତ ଙ୍କ ମୁଣ୍ଡ ଏବଂ ହାତ ରେ ଗଭୀର ଆଘାତ ଲାଗିଛି ।

ଗତକାଲି ବସନ୍ତ ଗାଁ ମୁଣ୍ଡରେ ୨ ଜଣ ସହଯୋଗୀଙ୍କ ସହ ବସିଥିବା ବେଳେ ହଠାତ୍ ୨ ଜଣ ବିଜେଡି କର୍ମୀ ଆସି ମରଣାନ୍ତକ ଆକ୍ରମଣ କରିବା ସହ ଜୀବନ ରୁ ମାରି ଦେବାକୁ ଧମକ ଦେଇ ଅପହରଣ କରି ନେବାକୁ ଉଦ୍ୟମ କରିଥିଲେ। ବସନ୍ତ ଦୀର୍ଘ ଦିନ ଧରି ବିଜେଡି ରେ ଥିଲେ ଗତ ପଞ୍ଚାୟତ ନିର୍ବାଚନ ରେ ବିଜେଡି ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଥିଲେ । ଚଳିତ ନିର୍ବାଚନ ରେ ସୌମ୍ୟରଞ୍ଜନ ଙ୍କ ସହ ସାମିଲ ହୋଇଛନ୍ତି। ତାଙ୍କର ଭୋଟ ବ୍ୟାଙ୍କ ଏବଂ ପତିଆରା କମିଯିବା ଭୟରେ ବିଜେଡି କର୍ମୀ ମାନେ ଏଭଳି ଆକ୍ରମଣ କରିଥିବା ବସନ୍ତ ଏବଂ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। 
ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: