Videos
|
Odisha

ନବୀନଙ୍କ ଗସ୍ତ ବେଳେ ବିଜେଡି କର୍ମୀଙ୍କ ନାଟକ

Rashmita Mishra
Browse all articles by Rashmita Mishra
·1 year ago·2 min read
ନବୀନଙ୍କ ଗସ୍ତ ବେଳେ ବିଜେଡି କର୍ମୀଙ୍କ ନାଟକ

Key Points

ଧରାପଡିଲା ନବୀନଙ୍କ ଡ୍ରାମା

ନିର୍ବାଚନ ହାରିବା ପରେ ଦୋଷ ଆଉ କାହା ମୁଣ୍ଡରେ ଦେଇ ନବୀନଙ୍କ ଇମେଜ୍ ବଡ଼ କରିବା ପାଇଁ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍
ସିଏମ୍ ବେଳେ ଯାଉନଥିଲେ, ବିରୋଧୀ ଦଳ ନେତା ପରେ ପ୍ରାୟୋଜିତ ଟୁର୍ କରିବାର ପ୍ରମାଣ
ମୋଟର ସାଇକେଲ୍ ଚଳାଇ ମୁଣ୍ଡରେ ଗାମୁଛା ବାନ୍ଧି ନବୀନଙ୍କ ସାମ୍ନାରେ ଡ୍ରାମା
ୟା ପଛରେ ପ୍ରାୟୋଜକ କିଏ ?
ନାଁ ନ ନେଇ ନବୀନଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ନବୀନଙ୍କ ଗସ୍ତ ବେଳେ ବିଜେଡି କର୍ମୀଙ୍କ ନାଟକ । ନବୀନଙ୍କୁ ଉଜୁଡା ଧାନ ଦେଖାଇଲେ, ଜୋରରେ ଜୋରରେ କାନ୍ଦିଲେ, ଆଉ ତାପରେ ବାବୁ ସାର୍ଟ ପିନ୍ଧି ହସ ହସ ମୁହଁରେ ସ୍କୁଟିରେ ଚାଲିଗଲେ । କିଛି ମିନିଟ୍ ଭିତରେ ହସ-କାନ୍ଦର ଏଇ ମହା ଡ୍ରାମାକୁ । ନିଜ କର୍ମୀଙ୍କୁ ଆଣି ମୁଣ୍ଡରେ ଗାମୁଛା ବନ୍ଧେଇ ଚାଷୀ କରିଥିଲେ ନବୀନ । ଅଦିନିଆ ବର୍ଷା ଯୋଗୁ କ୍ଷୟକ୍ଷତି ସମୀକ୍ଷା କରିବା ପାଇଁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ କଟକ ଜିଲ୍ଲାର ସାଲେପୁର ବ୍ଲକ ଅଧିନସ୍ତ କଟରପା ପଞ୍ଚାୟତକୁ ଗସ୍ତ କରିଥିଲେ । ଏହା ପ୍ରୟୋଜିତ କାର୍ଯ୍ୟକ୍ରମ କହି ସମାଲୋଚନା କରିଛି ବିଜେପି । ସେପଟେ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରୁ ନାଁ ନନେଇ ନବୀନଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ, ପୂର୍ବରୁ ଦାୟିତ୍ଵରେ ଥିବା ଲୋକ ଆଜି ଆଇଭୋରୀ ଟାୱାରରୁ ବାହାରି ଗାଁ ଦାଣ୍ଡ ଧୂଳି ଖାଇବାକୁ ବାହାରିଛନ୍ତି । ଲୋକଙ୍କ କାମ କରିବା ଓ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ପୂରଣ କରୁଛନ୍ତି । 


ସେପଟେ ବିଜେଡିର ମିଛ ଡ୍ରାମାକୁ ନେଇ ବର୍ଷିଛି ବିଜେପି। କହିଛି ଇଏ ପ୍ରାୟୋଜିତ ନାଟକ। ନବୀନଙ୍କ ଚରିତ୍ର ସ୍ଵଚ୍ଛ, ସେ ସତ କୁହନ୍ତି, ଡ୍ରାମା କରନ୍ତିନି, ହେଲେ ଇଏ ସେଥିରେ ବ୍ରେକ୍ଇ । ଏ ତାର ପ୍ରମାଣ। ପୂର୍ବତନ ବିଜେଡି ସାଂସଦ ତଥା ଧରିତ୍ରୀ ସଂପାଦକ ତଥାଗତ ଶତପଥୀ ମଧ୍ୟ ତାଙ୍କ ସଂପାଦକୀୟରେ ଲେଖିଥିଲେ ପରାଜୟ ପାଇଂ ନବୀନ ଦାୟୀ, ଏପଟେ 24 ବର୍ଷରେ ନବୀନ ଏମିତି ଆଉ କେତେ ଡ୍ରାମା କରିଛନ୍ତି, ତାକୁ ନେଇ ସାଧାରଣରେ ବଢିଲା ଚର୍ଚ୍ଚା ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:





BJD workers' drama during Naveen's visit | Argus News