ଅଶୋକଙ୍କୁ ହତ୍ୟା ଧମକ ଦେଲେ ବିଜେଡି କର୍ମୀ

ଅର୍ଗସ ବ୍ୟୁରୋ: ବି଼ଞ୍ଝାରପୁର ଆରଟିଆଇ କର୍ମୀ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ ଘଟଣାରେ ନୂଆ ଭିଡିଓ । ଅଶୋକଙ୍କୁ ହତ୍ୟା ଧମକ ଦେଲେ ବିଜେଡି କର୍ମୀ । ମହିଳା ସମ୍ନାନର କଥା କହୁଥିବା ନବୀନ ପଟ୍ଟନାୟକ ଚୁପ୍ କାହିଁକି । ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ପାଇଁ ନିବେଦନ କଲେ ପିଡୀତା । ଛାତି ଥରାଇ ଦେବା ଭଳି ଏ ଭିଜୁଆଲ୍ ହେଉଛି ଯାଜପୁର ଜିଲ୍ଲା ବି଼ଞ୍ଝାରପୁର ନିର୍ବାଚନମଣ୍ଡଳୀ ରାହାସୋଇ ଗାଁର। ସତ ଖୋଳିଲେ ବୋଲି ଆରଟିଆଇ କର୍ମୀ ଅଶୋକ ପତିଙ୍କ ପତ୍ନୀ ଓ ତାଙ୍କ ମାଙ୍କୁ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ । ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଉଥିବା ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ତଥା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଖାସ୍ ଶିବ ରଥ ଏବେ ବି ଫେରାର। ଆଉ ଖୁଲମଖୁଲ୍ଲା ଅଶୋକ ଓ ତାଙ୍କ ପରିବାକକୁ ହତ୍ୟା ଧମକ ଦେଉଥି୍ବା ଏ ଲୋକ ହେଉଛି ବାବୂ ପାଣିଗ୍ରାହୀ । କହୁଛନ୍ତି ଜେଲ ଯିବି ଆସିବି, ହତ୍ୟା କରିବି। ଏବେ ଭୟରେ ଅଶୋକ ଓ ତାଙ୍କ ପୁରା ପରିବାର ।
ସୂଚନା ଅଧିକାର କର୍ମୀ ଅଶୋକ ପତି ତାଙ୍କ ପଂଚାୟତରେ ବିଭିନ୍ନ ଦୁର୍ନିତୀର ପର୍ଦ୍ଦାଫାଶ୍ କରିଥିଲେ। କାହିଁକି ଦୁର୍ନିତୀ ବିରୋଧରେ ତଥ୍ୟ ମାଗିଲେ ବୋଲି ଆକ୍ରୋଶ ରଖିଥିଲେ ସ୍ଥାନୀୟ ସଂରପଞ୍ଚଙ୍କ ସ୍ବାମୀ ଶିବ ରଥ ଓ ତାଙ୍କ ସମର୍ଥକ । ପ୍ରମିଳା ମଲ୍ଲିକଙ୍କ ନିର୍ଦ୍ଦଶରେ ଅଶୋକଙ୍କ ପତ୍ନୀ ଓ ତାଙ୍କ ପରିବାର ଉପରେ ଆକ୍ରମଣର ହୋଇଛି ଅଭିଯୋଗ । ବଡ଼ ପ୍ରଶ୍ନ କାହିଁକି ଚୁପ୍ ପ୍ରମିଳା ମଲ୍ଲିକ, କାହିଁକି ମୁହଁ ଖୋଲୁନାହାନ୍ତି ମହିଳା ସମ୍ନାନର କଥା କହୁଥିବା ନବୀନ ବାବୁ ।
ଅଶୋକଙ୍କ ପତ୍ନୀ ଓ ତାଙ୍କ ପରିବାର ଉପରେ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ରଥ ଏବେ ବି ଫେରାର।