Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କ୍ଷମତା ପାଇଁ ବାଉଳି ହେଉଛି ବିଜେଡି!

Sangram Tripathy
Browse all articles by Sangram Tripathy
·1 year ago·3 min read
କ୍ଷମତା ପାଇଁ ବାଉଳି ହେଉଛି ବିଜେଡି!


ଅର୍ଗସ ବ୍ୟୁରୋ:ନବୀନଙ୍କ ପରେ ଓଡ଼ିଶାରେମୋହନ ରାଜ୍ ଚାଲିଛି,ଲୋକଙ୍କ ସମସ୍ୟା ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ,କିନ୍ତୁ ବିଜେପିର ବିକାଶକୁ ସହିପାରୁନି ବିଜେଡି। ୨୪ ବର୍ଷ ରହିଲେ କ୍ଷମତା ଅଣ୍ଟିଲାନି ଏବେ କିନ୍ତୁ ବିଜେଡି ନେତାଙ୍କ ବୟାନ ସାମ୍ନାକୁ ଆସୁଛି ହାତ ସହ ହାତ ମିଳାଇ ଶାସନ କରିବାକୁ ଚାହୁଁଛି ବିଜେଡି। କହିବାକୁ ଗଲେ କ୍ଷମତା ବିନା ବିଜେଡି ଛଟପଟ ହେଉଛି। ବିଜେପି ସରକାରରେ ସଫଳତାରର ସହ ୧୦୦ ଦିନର ପୂରଣ ହୋଇସାରିଛି,ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ସଶକ୍ତ ହେଉଛନ୍ତି ଏକାଉଣ୍ଟକୁ ଟଙ୍କା ଯାଉଛି,ଜନତା ଖୁସି ବ୍ୟକ୍ତ କରୁଛନ୍ତି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଉଛନ୍ତି। ହାରିବା ପରେ ବି ବିଜେଡି ନେତାଙ୍କୁ ଘାରିଛି ଗାଦି ଚିନ୍ତା,ଯେଉଁ କଂଗ୍ରେସକୁ ହଟାଇ ବିଜେଡି କ୍ଷମତାକୁ ଆସିଥିଲା ୨୦୦୯ରେ,ଆଉ ଏବେ ସେହି ଦଳ ସହ ହାତମିଳାଇ ରାତାରାତି ସରକାର ଗଢିବାକୁ ଚାହୁଁଛି ବିଜେଡି। ୨୪ ବର୍ଷର ସରକାର ଗଡିବା ପରେ ବି କ୍ଷମତା ନିସା ଉତୁରିନି ବିଜେଡି ନେତାଙ୍କର। ନମସ୍କାର ମୁଁ ସଂଗ୍ରାମ,ଆଜି ଆଲୋଚନାର ପ୍ରସଙ୍ଗ ରହିଛି ବିଜେଡି ଛାଡୁନି କ୍ଷମତା ଲୋଭ। 

୨୪ ବର୍ଷର ସରକାର, ପାଂଚ ପାଂଚ ଥରର ମୁଖ୍ୟମନ୍ତ୍ରୀ । ଲଗାତାର ମୁଖ୍ୟମନ୍ତ୍ରୀ ହେବାରେ ନବୀନ କରିଛନ୍ତି ଅଲୋଡା ରେକର୍ଡ । କିନ୍ତୁ ୨୪ ବାଜି ହାରିଛି ବିଜଡେି,ନବୀନ ହାରିସାରିଛନ୍ତି କଣ୍ଟାବାଜିରୁ,ନିର୍ବାଚନ ସରିବାର ୩ମାସ ପରେ ମଧ୍ୟ ଦଳ ପରାଜୟ ସମୀକ୍ଷା ଭଲଭାବେ କରିନି କିନ୍ତୁ ବିଜେଡି ମନରେ ଏବେ ବି କ୍ଷମତାର ଲୋଭ ରହିଛି। କଂଗ୍ରେସ ସହ ହାତ ମିଳାଇ ଦଳ କ୍ଷମତାକୁ ଫେରିବାକୁ ଚାହୁଁଛି ବୋଲି  ରାଜ୍ୟସଭା ସାସଂଦ ଦେବାଶିଷ ସାମନ୍ତରାୟ କହିବାର କିଛି ଦିନ ପରେ,ଦେବାଶିଷଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ କହି ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଉଦ୍ୟମ କରିଛି ବିଜେଡି । ବିଜେଡିରୁ ଜଣକ ପରେ ଜଣେ ବିଜେପିକୁ ଆସୁଛନ୍ତି, ବିଜେଡିର ଘର ଖାଲି ହୋଇଗଲାଣି । ତେଣୁ  ଏଭଲି ସମୟରେ ଦେବାଶିଷଙ୍କ ମନ୍ତବ୍ୟ ମାଧ୍ୟମରେ ନିଜ କର୍ମୀଙ୍କୁ ବଳ ଦେବାକୁ ଚେଷ୍ଟା କରୁଛି ବିଜେଡି,ତାହା ମଧ୍ୟ ଚର୍ଚ୍ଚା ହେଉଛି।


ରାଜ୍ୟରେ ଯେତେବେଳେ ବିଜେଡି ସରକାର ଥିଲା, ସେତେବେଳେ ଅନେକ ସମୟରେ କଂଗ୍ରେସ ଜାଣିଶୁଣି ଚୁପ୍‌ ରହିଥିଲା । ଆଉ ଏବେ ବିଜେଡି ପରି କଂଗ୍ରେସ ବି ଦୁଇ ଦଳ ଭିତରେ କିଛି ସମ୍ପର୍କ ଥିବା ଉପରକୁ ଦେଖାଇବାକୁ ଚାହୁଁନାହିଁ । ଦଳ ହାରିବା ପରେ ବି ଆତ୍ମଗର୍ବ କିନ୍ତୁ ନେତାଏ ଛାଡୁ ନାହାନ୍ତି ବିଜେଡି ନେତାଏ। ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତିବିଜେଡି ପାଇଁ ଓଡ଼ିଶା ଆଜି ପଛରେ ପଡିଛି,ରାଜ୍ୟରେ ଚାଲିଛି ଗଣତନ୍ତ୍ର, ଯାହାକୁ ସହିପାରୁନି ବିଜୁ ଜନତା ଦଳ। ନବୀନଙ୍କ ଶାସନରେ ଚାଲିଥିଲା ଅଫିସର ରାଜ୍,କେବଳ ଭୋଟ୍ ବ୍ୟାଙ୍କ ରାଜନୀତି ଯୋଗୁଁ ରାଜ୍ୟରେ ହୋଇପାରିଲା ନାହିଁ ବିକାଶ,ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ ସବୁକ୍ଷେତ୍ରରେ ସବୁକ୍ଷେତ୍ରରେ ଚରମ ଅବହେଳା ଓ ପୂର୍ବସରକାରର ଅପାରଗତା ଯୋଗୁ ପଛରେ ପଡିଛି ଓଡ଼ିଶା। ବିଜେଡି,ଲୋକମତକୁ ବେଖାତିର କରିବା ବିଜେଡିକୁ ମହଙ୍ଗା ପଡ଼ିଛ।ଭୋଟ୍ ପାଇଁ ଜଗନ୍ନାଥଙ୍କୁ ବି ବ୍ୟବହାର କରିଥିଲା ବିଜେଡି,ଯାହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ରାଜ୍ୟରେ ଏବେ ନୂଆ ସରକାର ଆସିବା ପରେ ନୂଆ ଯୋଜନା ହେଉଛି ।  ଲୋକଙ୍କୁ ଅନେକ ଫାଇଦା ମିଳୁଛି । ଏମିତିକି ଦୋଷୀଙ୍କ ବିରୋଧରେ କଡ଼ା ଆକ୍ସନ ନିଆଯାଉଛି । ଯାହା ପୂର୍ବ ସରକାରରେ ହେଉନଥିଲା । ତେଣୁ ବିଜେଡିର ଛାନିଆ ହେବା ସ୍ଵାଭାବିକ । ଅନ୍ୟପଟେ ପରାଜୟର କାରଣ କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ,୩ଟି କାରଣ ଲାଗି ଦଳ ତଳିତଳାନ୍ତ ହୋଇଛି,
୧. ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା।ଏହି ମେଣ୍ଟ ପ୍ରଚାର ଯୋଗୁ ସଂଖ୍ୟାଲଘୁଙ୍କ ମଧ୍ୟରେ ଆମେ ବିଶ୍ୱସନୀୟତା ହରାଇଲୁ।
୨. ଦଳରେ ମଧ୍ୟରେ ଥିବା ଅନ୍ତଃକନ୍ଦଳ। ନେତାଙ୍କ ଭିତରେ ଥିବା ଅନ୍ତର୍ଘାତୀ କାର୍ଯ୍ୟକଳାପ ପରାଜୟ ପାଇଁ ଦାୟୀ ବୋଲି କହିଛନ୍ତି ପ୍ରଦୀପ।କେବଳ ସେତିକି ନୁହେଁ ଖରାପ ନିର୍ବାଚନ ପରିଚାଳନା ଯୋଗୁ ଦଳ ହାରିଲା। ଏଥିସହ  ନିର୍ବାଚନ ଜିତିବା ନେଇ ଆଦୌ କୌଣସି ମେକାନିଜମ୍ ନଥିଲା ବୋଲି ନବୀନଙ୍କ ସମ୍ମୁଖରେ କହିଛନ୍ତି ପ୍ରଦୀପ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 ବିଜେଡି ସରକାରରୁ ହଟିବାର ପ୍ରାୟ ୩ ମାସ ପରେ ବୁଲେଇ ବଙ୍କେଇ ନିଜ ପରାଜୟର ସମୀକ୍ଷା କରୁଛି। ଦଳ ତରଫରୁ ପରାଜୟ ସମୀକ୍ଷା ପାଇଁ କୌଣସି କମିଟି ଗଠନ ହୋଇନଥିଲେ ମଧ୍ୟ ନେତାମାନେ ସିଧାସଳଖ ଦୁର୍ବଳ ନିର୍ବାଚନ ପରିଚାଳନାକୁ ଦାୟୀ କରିଛନ୍ତି। ସିଧାସଳଖ ନ ହେଲେ ବି ପରୋକ୍ଷରେ ବିଜେଡି ସର୍ବେସର୍ବା ଭି.କେ. ପାଣ୍ଡିଆନ ଓ ତାଙ୍କ ଟିମ୍‌ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ସେପଟେ କିନ୍ତୁ ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ର କହିଛନ୍ତି ନବୀନ ଅଧିକ ବୁଲିଥିଲେ ଆମେ ନିର୍ବାଚନ ହାରି ନଥାନ୍ତୁ। ଯଦି ସଂଖ୍ୟ ଦେଖିବା ଚଳିତ ନିର୍ବାଚନରେ ବିଜେଡି ୫୧ ଆସନ ପାଇଥିବା ବେଳେ ବିଜେପି ୭୮, କଂଗ୍ରେସ ୧୪ ଓ ସ୍ୱାଧୀନ ୪ଟି ଆସନ ଜିତିଛନ୍ତି। ପର୍ବରୁ ୧୦୦ରୁ ଅଧିକ ଆସନ ଜିତିଥିବା ଦଳ ୨୪ରେ ମାତ୍ର ୫୧ଟି ଆସନ ଜିତିଛି,ବିଜେଡି ଏବେ ବି ହାରିବାର ସମୀକ୍ଷା ନକରି କ୍ଷମତା ଦଖଲ କରିବାକୁ ଷଡଯନ୍ତ୍ର କରୁଥିବା କଥା ଚର୍ଚ୍ଚା ହେଉଛି,ନବୀନ ୨୪ ବର୍ଷ ଶାସନ କଲେ ସମସ୍ତେ ଅପେକ୍ଷା କଲେ କିନ୍ତୁ ମୋହନ ସରକାରରେ ମାତ୍ର ୩ମାସରୁ ଉର୍ଦ୍ଦ ହୋଇଛି ଅନେକ ପ୍ରତିଶ୍ରୁତି ମଧ୍ୟ ବିଜେପି ପାଳନ କରୁଛି। ତେଣୁ ବିଜେଡି ବିରୋଧ ଦଳ ହିସାବରେ ସରକାରଙ୍କ ଦୋଷଦୁର୍ବଳତା କାଢୁ,ପଳରେ ସରକାର ମଧ୍ୟ ଭୁଲ୍ କଲେ ତାକୁ ସମୀକ୍ଷା କରିବେ,ମାତ୍ର କ୍ଷମତା ଲୋଭ ବିଜେଡି ଛାଡୁ ନହେଲେ ପୂର୍ବ ନିର୍ବାଚନକୁ ଦଳ ନଥାଇପାରେ ବୋଲି ଚର୍ଚ୍ଚା ହେଉଛି 

Sponsored
BJD worried about power! | Argus News