କଟକରେ ବିଜେଡିର ଯୁବ ନେତାଙ୍କ ମେଳି

Key Points
କଟକରେ ବିଜେଡିର ଯୁବ ନେତାଙ୍କ ମେଳି । କଟକ ରାଜା ବଗିଚା ସ୍ଥିତ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବାସଭବନରେ ଗତକାଲି ସନ୍ଧ୍ୟା ସମୟରେ ହୋଇଥିଲା ଏହି ମେଳି ।
କଟକ: କଟକରେ ବିଜେଡିର ଯୁବ ନେତାଙ୍କ ମେଳି । କଟକ ରାଜା ବଗିଚା ସ୍ଥିତ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବାସଭବନରେ ଗତକାଲି ସନ୍ଧ୍ୟା ସମୟରେ ହୋଇଥିଲା ଏହି ମେଳି ।
ଏଥିରେ ଦେବାଶିଷ ସାମନ୍ତରାୟଙ୍କ ସହ ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ପିପିଲିର ପୂର୍ବତନ ବିଧାୟକ ରୁଦ୍ର ମହାରଥୀ, କଟକ ସଦର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥୀ ବେହେରା, ପୁରୀ ବିଧାୟକ ସୁନିଲ ମହାନ୍ତି, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଜୀବନ ବିନ୍ଦୁ ପୂର୍ବତନ ସଂଯୋଜକ ରଞ୍ଜନ ବିଶ୍ବଳ ପ୍ରମୁଖ ଉପସ୍ଥିତ ଥିଲେ ।
📱 Get Argus News App
✨ନେତାଜୀ ଜୟନ୍ତୀ ଅବସରରେ କଟକ ସହରରେ ମଶାଲ ଶୋଭାଯାତ୍ରା କାର୍ଯ୍ୟକ୍ରମ ପରେ ରାଜ୍ୟସଭା ସାଂସଦଙ୍କ ବାସଭବନରେ ଏହି ମେଳି ହୋଇଥିଲା । ଯାହାକୁ ନେଇ ରାଜନୈତିକ ମାହୋଲରେ ଅନେକ ଚର୍ଚ୍ଚା ହେଉଛି । ଏହି ମେଳିରେ ଚୌଦ୍ଵାର ବିଧାୟକ ସୌଭିକ ବିଶ୍ଵାଳ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଓ ମେୟର ସୁବାସ ସିଂ ଅନୁପସ୍ଥିତ ଥିଲେ ।