|
logo
Live

Argus News - ବାଃ ବାଃରେ ସରକାର : ନବୀନ ବ୍ୟାଗ ବିକ୍ରି ହେଉଛି ମୁମ୍ବାଇରେ ?

Odisha

ବାଃ ବାଃରେ ସରକାର : ନବୀନ ବ୍ୟାଗ ବିକ୍ରି ହେଉଛି ମୁମ୍ବାଇରେ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବାଃ ବାଃରେ ସରକାର : ନବୀନ ବ୍ୟାଗ ବିକ୍ରି ହେଉଛି ମୁମ୍ବାଇରେ ?

ଅର୍ଗସ ବ୍ୟୁରୋ: ମୁମ୍ବାଇଲେ ବିକ୍ରି ହେଉଛି ନବୀନ ବାବୁଙ୍କ ଫାଇଭ-ଟି ବ୍ୟାଗ୍‌ । ଆମ ରାଜସ୍ଵରୁ ଟଙ୍କା ଖର୍ଚ୍ଚି କରି ଲୋକଙ୍କୁ ମାଗଣାରେ ବ୍ୟାଗ ଦେବାକୁ ଯୋଜନା କଲେ ନବୀନ ବାବୁ । ହେଲେ ଏବେ ସେହି ବ୍ୟାଗ୍‌ ଯାଇ ପହଞ୍ଚିଲାଣି ମୁମ୍ବାଇଲେ । ସିଏ ପୁଣି ମାତ୍ର ୫୦ ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ଚର୍ଚ୍ଚା ହେବା ସହିତ ସୋସିଆଲ ମିଡିଆରେ ବି ଭିଡିଓ ଭାଇରାଲ ହେଉଛି । ହେଲେ ଏଇଠି ପ୍ରଶ୍ନ, ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ୫୦ ଟଙ୍କାରେ ବ୍ୟାଗ ବିକ୍ରି କରିବାର ମାନେ କଣ ? 

ନିର୍ବାଚନ ସମୟରେ ଫାଇଭ-ଟି ବ୍ୟାଗ୍‌ ବିକ୍ରି ହେଉଛି ମାତ୍ର ୫୦ ଟଙ୍କାରେ । ବେପାରୀ ଜଣକ ବସିଛନ୍ତି...ବ୍ୟାଗ୍‌ ମାତ୍ର ୫୦ ଟଙ୍କାରେ ନେଇକି ଯାଇ ବୋଲି ଡାକୁଛନ୍ତି । ସେ ଦୃଶ୍ୟ ଦେଖିବା ପରେ ଆପଣଙ୍କୁ କଷ୍ଟ ଲାଗିବ । ଆଉ କହିବେ, ଏ ବ୍ୟାଗ୍‌ ଲୋକଙ୍କୁ ଦେବାକୁ ସରକାର ବାହାର ରାଜ୍ୟରେ ତିଆରି କରିଥିଲେ । ଏବେ ପୁଣି ବାହାର ରାଜ୍ୟରେ ବିକ୍ରି କରିଦେଲେ । ଯଦି ବ୍ୟାଗ୍‌ ବିକ୍ରି କରିବାର ଥିଲା ତାହାଲେ ଆମ ରାଜ୍ୟରେ କଲେନି ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ମୁମ୍ବାଇରେ ବିକ୍ରି ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା ତିଆରି ହୋଇଥିବା ବ୍ୟାଗ୍ । ଫୁଟପାଥରେ ବସି ଜଣେ ବ୍ୟକ୍ତି ବ୍ୟାଗ୍ ବିକୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇକୁ ଘୂରି  ବୁଲୁଛି । ଆମ ଓଡିଶା -ନବୀନ ଓଡିଶା ଲେଖାଥିବା ସହ ଏଥିରେ ଓଡ଼ିଶା ରାଜ୍ୟ ସରକାରଙ୍କ ଲୋଗୋ ବି ରହିଛି ।  ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୯୫ ଲକ୍ଷ ବ୍ୟାଗ ତିଆରି ହୋଇଥିଲା । କିନ୍ତୁ ଏହି ବ୍ୟାଗକୁ ନେଇ କେତେ ଖର୍ଚ୍ଚ ହୋଇଛି, କେଉଁ ସଂସ୍ଥା ନିର୍ମାଣ କରିଛି ସେ ନେଇ ରାଜ୍ୟ କୌଣସି ତଥ୍ୟ ଦେଇ ନଥିଲେ । ହେଲେ ଏବେ ରାଜ୍ୟ ସରକାରଙ୍କ ଏ ବ୍ୟାଗ୍‌ ଏବେ ଯେମିତି ଖୋଲା ମାର୍କେଟ୍‌ରୁ ବୁଲୁଛି ତାହାକୁ ନେଇ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବାଃ ବାଃରେ ସରକାର : ନବୀନ ବ୍ୟାଗ ବିକ୍ରି ହେଉଛି ମୁମ୍ବାଇରେ ? | Argus News