ଏହି 5 ତାମିଲଙ୍କ ପାଖରେ ପଞ୍ଜୁରୀ ଶୁଆ ପାଲଟିଛନ୍ତି କି ନବୀନ !

Key Points
- ସୋସିଆଲ ମିଡିଆରେ ଚର୍ଚ୍ଚାରେ ଓଡ଼ିଶାର ରିଅଲ 5 ଟି
- 5ଟି ମାନେ ଓଡ଼ିଶା ଶାସନର ସର୍ବେସର୍ବା ପାଲଟିଥିବା 5 ତାମିଲ !
- ପାଣ୍ଡିଆନ୍, ମାଥି ଭାଥନନ, ପ୍ରଭାକରନ୍, ଭିନିଲକ୍ରିଷ୍ଣା ଓ ବାଲକ୍ରିଷ୍ଣନ୍
- ଏହି 5 ତାମିଲଙ୍କ ପାଖରେ ପଞ୍ଜୁରୀ ଶୁଆ ପାଲଟିଛନ୍ତି କି ନବୀନ!
- ରିଅଲ 5 ଟିରେ ମୋହର ଲାଗଇଲେ ବୁଦ୍ଧିଜୀବୀ ଓ ସାଧାରଣ ଜନତା
ଅର୍ଗସ ବ୍ୟୁରୋ: ବିଜେଡି ଶାସନର ସବୁ ଶ୍ରେୟ ମୁଣ୍ଡାଇଛି 5 ଟି । ବିଜେଡିର ନିର୍ବାଚନୀ ସ୍ଲୋଗାନ ପାଲଟିଛି ବି 5ଟି ଗ୍ୟାରେଣ୍ଟି । ରାଜ୍ୟ ସରକାର ଦାବି 5ଟି ମାନେ ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍ ଓ ଟ୍ରାନ୍ସଫରମେସନ୍। କିନ୍ତୁ ନିର୍ବାଚନର ଘନଘଟା ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଓଡ଼ିଶାର ରିଅଲ ଫାଇଭ୍ ଟି ଯେଉଁଥିରେ କୁହାଯାଉଛି ପ୍ରକୃତ 5 ଟି ହେଉଛନ୍ତି 5 ଜଣ ତାମିଲ। ସେମାନେ ହେଲେ ପାଣ୍ଡିଆନ୍, ମାଥି ଭାଥନନ, ପ୍ରଭାକରନ୍, ଭିନିଲକ୍ରିଷ୍ଣା ଓ ବାଲକ୍ରିଷ୍ଣନ୍। ଏହି 5 ତାମିଲ ହେଉଛନ୍ତି ଏବେ ଓଡ଼ିଶା ପାୱାର କରିଡରର ସର୍ବଶକ୍ତିମାନ। ଓଡ଼ିଶାର ଶାସନ ସହ ବିଜୁ ଜନତା ଦଳ ଏବେ ଏମାନଙ୍କ କବଜାରେ ବୋଲି ବିରୋଧୀଙ୍କ ଅଭିଯୋଗ। ସୋସିଆଲ ମିଡିଆରେ ଭାଇରାଲ ଓଡ଼ିଶାର ଏହି ରିଅଲ ଫାଇଭ୍ ଟିରେ ମୋହର ଲଗାଇଛନ୍ତି ବୁଦ୍ଧିଜୀବୀ ଓ ସାଧାରଣ ଜନତା।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଭାଇରାଲ ଫଟୋରେ ରିଅଲ ଫାଇଭ ଟି ସହ ପଞ୍ଜୁରୀ ଭିତରେ ଦେଖାଯାଇଛି ଏକ କାର୍ଟୁନ ଶୁଆ। କିଏ ଏହି ପଞ୍ଜୁରୀ ଭିତର ଶୁଆ ? ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଞ୍ଜୁରୀ ଶୁଆ ବନାଇଛନ୍ତି ପାଣ୍ଡିଆନ୍ ।
ବିରୋଧୀ ବି ଲାଗାଇଆସୁଛନ୍ତି ସମାନ ଆରୋପ । ଭାଇରାଲ ରିଅଲ ଫାଇଭ୍ ଟିରେ ନମ୍ବର 1ରେ ଥିବା ପାଣ୍ଡିଆନ୍ ହେଉଛନ୍ତି ନବୀନଙ୍କର ଚଳନ୍ତି ପ୍ରତିମା। ଦଳ ଓ ସରକାରକୁ ପ୍ରକୃତରେ ଚଳାଉଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ । ଦୁଇ ନମ୍ବର ଟି ବା ତାମିଲ ହେଉଛନ୍ତି ମାଥି ଭାତନନ। ବିରୋଧୀଙ୍କ ଅଭିଯୋଗ ରାଜ୍ୟ ସରାକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଥିବା ଏହି ତାମିଲ ଆଇଏଏସ ବାବୁ ପାଣ୍ଡିଆନଙ୍କ ଏଜେଣ୍ଡା କ୍ରିୟାନ୍ୱୟନର ମୁଖ୍ୟ କାର୍ପଟଦାର । ଅର୍ଥାତ ଫ୍ରଣ୍ଟଫୁଟ୍ ଖେଳାଳି ।
📱 Get Argus News App
✨ତୃତୀୟ ଟି ହେଉଛନ୍ତି ପ୍ରଭାକରନ୍ । ଓଡ଼ିଶାର ଖଣି କାରବାରରେ ଆଧିପତ୍ୟ ବିସ୍ତାର କରିଥିବା ତାମିଲ ବ୍ୟବସାୟୀ ପ୍ରଭାକରନଙ୍କୁ କୁହାଯାଏ ବିଜୁ ଜନତା ଦଳ ଓ ପାଣ୍ଡିଆନ୍ଙ୍କ ଏଟିଏମ୍। ଚତୁର୍ଥ ଟି ହେଉଛନ୍ତି ଭିନିଲକ୍ରୀଷ୍ଣା। ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳାୟର ଏହି ପାୱାରଫୁଲ ଅଧିକାରୀଙ୍କ ଦଳ ଓ ସରକାରରେ ବିସ୍ତାର କରିଛନ୍ତି ପ୍ରାଧାନ୍ୟ। କୁହାଯାଏ ଇଏ ପାଣ୍ଡିଆନ ମହାଶୟଙ୍କର ଅନ୍ୟତନ ଫ୍ରଣ୍ଟଫୁଟ୍ ଖେଳାଳି। ଶେଷ ଭାଇରାଲ ଟି ହେଉଛନ୍ତି ବାଲ କ୍ରିଷ୍ଣନ୍। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଥିବା ବାରକ୍ରିଷ୍ଣନଙ୍କୁ କିଏ ପାଣ୍ଡିଆନଙ୍କର ଗୁରୁ କୁହନ୍ତି ତ କିଏ କୁହନ୍ତି ଇଏ ପରଦା ଆଢୁଆଳରେ ରହି ଦଳ ଓ ସରକାର ଚଳାଇବା ପାଇଁ ତାମିଲ ଗୁମାସ୍ତାଙ୍କୁ ବୁଦ୍ଧି ଦେଇଥାନ୍ତି। ଆଉ ଏହି 5 ଟି ମାନେ ତାମିଲଙ୍କ ବିରୋଧରେ ସାରା ରାଜ୍ୟରେ ରହିଛି ତୀବ୍ର ଅସନ୍ତୋଷ ।
ନିର୍ବାଚନରେ ଓଡ଼ିଆ ଅସ୍ମିତାକୁ ବିରୋଧୀ ପ୍ରସଙ୍ଗ ବନାଇଥିବା ବେଳେ ଓଡ଼ିଶାର ଏହି ରିଅଲ ଫାଇଭ ଟିଙ୍କୁ ନେଇ ଚର୍ଚ୍ଚା ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ଅଧିକ ହାୱା ଯୋଗାଇପାରେ।