Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିକୁ ଶନିଦଶା : ଗୋଟିଏ ପରେ ଗୋଟିଏ ଅଧ୍ୟକ୍ଷ ପଦ ହାତରୁ ଯାଉଛି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବିଜେଡିକୁ ଶନିଦଶା : ଗୋଟିଏ ପରେ ଗୋଟିଏ ଅଧ୍ୟକ୍ଷ ପଦ ହାତରୁ ଯାଉଛି

Key Points

  • ଗୋଦଡା କୋଡୁଛି ଯେତେ ମାଡୁଛି ସେତେ
  • ବିଜେଡିର ଚରମସ୍ଥିତିରେ ବିଶୃଙ୍ଖଳା
  • ଭବାନୀପାଟଣା ଗଲା, ନିମାପଡ଼ା ବି ହାତରୁ ଯିବ

ଅର୍ଗସ ବ୍ୟୁରୋ : ବିଜେଡିରେ ବଢିବାରେ ଲାଗିଛି ଗୋଷ୍ଠୀ କନ୍ଦଳ । କେହି କାହାରିକୁ ମାନିବାକୁ ନାରାଜ । ଘନଘନ ବୈଠକ, ଘାଏଁ ଘାଏଁ ଆଲୋଚନା ହେବା ପରେ ବି ଲାଭ ସତେ ଯେମିତି କିଛି ହେଉନି । ଆଉ ଏହାର ଫଳ ଦେଖିବାକୁ ମିଳୁଛି ବିଭିନ୍ନ ପୌର ସଂସ୍ଥାରେ । ଦଳୀୟ ଗୋଷ୍ଠୀ କନ୍ଦଳ ଏତେ ମାତ୍ରାରେ ବଢିଲାଣି ଯେ ଭବାନୀପାଟଣା ମ୍ୟୁନସିପାଲିଟି ଚେୟାରପର୍ସନ ପଦ ହରାଇଥିବା ବେଳେ ପୁରୀ ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନସ୍ଥା ପ୍ରସ୍ତାବ । ଯେହେତୁ ନିମାପଡାର ଟାଣୁଆ ନେତା ସମୀର ଦାସ ଏବେ ବିଜେପିରେ ଅଛନ୍ତି ତେଣୁ ଏ ଆସନରେ ବିଜେଡି ହାତରୁ ଯିବା ଥୟ । 

ନିର୍ବାଚନ ହାରିବା ପରେ ସତେ ଯେମିତି ବିଜେଡିକୁ ଶନିଦଶା ପଡ଼ିଲାଣି । ପୂର୍ବଠୁ ପଶ୍ଚିମ...ଉତ୍ତରଠୁ ଦକ୍ଷିଣ ସବୁଆଡ଼େ ଦଳରେ କେଁ । ଅବଶ୍ୟ କେଁ ଦୂର କରିବାକୁ ଘନଘନ ବୈଠକ କରୁଛନ୍ତି ଦଳର ସୁପ୍ରିମୋ । ହେଲେ ଲାଭ କିଛି ହେଉନାହିଁ । ଏହାରି ଭିତରେ ଜିଲ୍ଲାରୁ ଜିଲ୍ଲା ବୁଲି ଯୁବ ଓ ଛାତ୍ର କର୍ମୀଙ୍କୁ ଭେଟି ଆଲୋଚନା କରୁଛନ୍ତି ଦଳର ବିଜୁ ଯୁବ ଓ ଛାତ୍ର ଜନତା ସଭାପତି । ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବାରୁ ନେତାଙ୍କଠାରୁ ଆରମ୍ଭ କରି ଯୁବ ଓ ଛାତ୍ର କର୍ମୀଙ୍କ ଯାଏ ସମସ୍ତେ ଏବେ ବିଜେପି ମୁହାଁ ହେଲେଣି । ତେଣୁ କେମିତି ବିଜେଡିର ଶକ୍ତି ବଢିବ ସେନେଇ ମାଷ୍ଟର ପ୍ଲାନ କରୁଛନ୍ତି ନବୀନ । ହେଲେ ନେତା ଓ କର୍ମୀ ସାଥ୍‌ ଦେଉନଥିବାରୁ ଚିନ୍ତା ଦ୍ଵିଗୁଣିତ ହେଲାଣି ।

ବିଜେଡି ନିଜ ସ୍ଥିତି ବଞ୍ଚାଇବା ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିବା ବେଳେ ସେପଟେ କିନ୍ତୁ ଗଡ଼ ଭୁଶୁଡ଼ି ଚାଲିଛି । ଭବାନୀପାଟଣାରେ କଳାହାଣ୍ଡି ଜିଲ୍ଲା ବିଜେଡିର ଯୁବ ଓ ଛାତ୍ର ସଂଗଠନ ବୈଠକ ଚାଲିଥିବା ବେଳେ ସେପଟେ ଅନାସ୍ଥା ବୈଠକରେ ପଦ ହରାଇଛନ୍ତି ବିଜେଡି ମ୍ୟୁନିସିପାଲିଟି ଚେୟାରପର୍ସନ ସଂଯୁକ୍ତା ବେହେରା । ବିଜେଡିର ଗୋଷ୍ଠୀ କନ୍ଦଳ ଲାଗି ତାଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି । ଗୋଟିଏ ପଟେ ଭବାନୀପାଟଣା ଆସନ ହାତରୁ ଯାଇଥିବା ବେଳେ ପୁରୀ ଜିଲ୍ଲା ନିମାପଡ଼ାର ଏନ୍ଏସି ଅଧ୍ୟକ୍ଷା ବିଜେଡିର ସସ୍ମିତା ସାହୁଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ଗତ ନିର୍ବାଚନ ବେଳେ ଏନଏସିର ଅନେକ ସଦସ୍ୟ ଦଳ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ୧୧ ଜଣିଆ ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡିର ୨, ଜଣେ ସ୍ବାଧୀନ ଓ ୮ ବିଜେପି ସଦସ୍ୟ ଥିବାବେଳେ ଏଠାରେ ବିଜେଡି ପାଇଁ ଅଡୁଆ ସ୍ଥିତି ଦେଖାଦେଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବିଜେଡି ନେତୃତ୍ଵ ଏବେ ଅନେକ ଅସନ୍ତୁଷ୍ଟ । ତେଣୁ ଏମିତି ସ୍ଥିତିରେ କେମିତି ଆଗାମୀ ଦିନରେ ନିର୍ବାଚନ ପରିଚାଳନା କରିବ ଦଳ ତାହାକୁ ନେଇ ନାନାପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏନେଇ କିନ୍ତୁ ମୁହଁ ଖୋଲିନାହାନ୍ତି ବିଜେଡି ନେତା କି କର୍ମୀ ।
 

Sponsored
BJD Politics | Argus News