Videos
|
Odisha

Odisha Politics / ବିଗିଡ଼ି ଗଲାଣି ବିଜେଡି ସ୍ଥିତି, ଆସିପାରେ ବଡ଼ ଟ୍ୱିଷ୍ଟ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ବିଗିଡ଼ି ଗଲାଣି ବିଜେଡି ସ୍ଥିତି, ଆସିପାରେ ବଡ଼ ଟ୍ୱିଷ୍ଟ
BJD

Key Points

୭ ଜଣ ପୂର୍ବତନ ବିଧାୟକଙ୍କ ମେଳି ଏବେ ୭ ଗୁଣା ବୃଦ୍ଧି ପାଇଲାଣି ।

ବିଗିଡ଼ୁଛି ବିଜେଡି ସ୍ଥିତି । ଦିନକୁ ଦିନ ବଢ଼ୁଛି ଦଳରେ କନ୍ଦଳ । ଦଳ ସୁପ୍ରିମୋଙ୍କୁ ଇଗ୍‌ନୋର କରିବା ଆରମ୍ଭ କଲେଣି ନେତା । ଆଉ ନବୀନଙ୍କ କଣ୍ଟ୍ରୋଲରେ ନାହାନ୍ତି ବିଜେଡି ନେତା । କୁହାଯାଉଛି ବିଜେଡି ଦଳରେ ମିସେସ୍‌ ପାଣ୍ଡିଆନଙ୍କ ଏଣ୍ଟ୍ରି ନେଇ ଯେବେଠୁ ସୁରାକ ମିଳିଛି, ସେବେଠି ଦଳରେ ବିଦ୍ରୋହ ଧିରେ ଧିରେ ବଢ଼ିବାରେ ଲାଗିଛି । ପୂର୍ବରୁ ହାତ ଗଣତି କିଛି ନେତା ଦଳରେ ବିଦ୍ରୋହ ଆରମ୍ଭ କରିଥିଲେ । କିନ୍ତୁ ପରେ ଧିରେ ଧିରେ ଅନ୍ୟ ନେତାମାନେ ତାଙ୍କ ସହ ଯୋଡ଼ି ହେଉଛନ୍ତି । ଆଉ ବିଦ୍ରୋହୀ ନେତାଙ୍କ କଥାକୁ ସମର୍ଥନ କରୁଛନ୍ତି । 

ମୋଟାମୋଟି କହିବାକୁ ଗଲେ ଏବେ ବଳ ଗୋଟାଉଛନ୍ତି ବିଜେଡିର ବିଦ୍ରୋହୀ ଗୋଷ୍ଠୀ । ୭ ଜଣ ପୂର୍ବତନ ବିଧାୟକଙ୍କ ମେଳି ଏବେ ୭ ଗୁଣା ବୃଦ୍ଧି ପାଇଲାଣି । ବିଦ୍ରୋହୀ ଗୋଷ୍ଠୀ ରେ ଏବେ ଯୋଡ଼ି ହେଲେଣି ପ୍ରାୟ ୬୦ ଜଣ ହେଭିୱେଟ ନେତା । ଗତ ବର୍ଷ ୨୦୨୪ ରେ ଠିକ ଏହି ଡିସେମ୍ବର ମାସ ରେ ଭୁବନେଶ୍ୱରର ଏକ ହୋଟେଲରେ ମେଳି ବାନ୍ଧି ଥିଲେ ବିଜେଡିର ୭ ଜଣ ଯୁବ ନେତା ତଥା ବିଜୁ ଲିଗାସୀ ନେତାଙ୍କ ପୁଅ । ଯେଉଁଥିରେ ସାମିଲ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟଙ୍କ ଭଳି ପ୍ରମୁଖ ନେତା ।

ହୋଟେଲ ରେ ଲୁଚି ଛପି ମେଳି ବାନ୍ଧି ଦଳର ପରିଚାଳନା ନେଇ ଉଠାଇ ଥିଲେ ପ୍ରଶ୍ନ । ପରେ କଟକ ରେ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କ ଘରେ ମେଳି ବାନ୍ଧି ଅନ୍ୟ କିଛି ବିଜୁ ଲିଗାସୀ ନେତା ଙ୍କୁ ଯୋଡ଼ି ଥିଲେ । ତାହା ପରେ ନବୀନ ନିବାସ ଯାଇ ସଭାପତିଙ୍କୁ ମଧ୍ୟ ଜଣାଇଥିଲେ ସମସ୍ତ ଆପତ୍ତି ଅଭିଯୋଗ । ସେହି ୭ ଜଣିଆ ମେଳି ଏବେ କିନ୍ତୁ ମହାଦ୍ରୁମରେ ପରିଣତ ହୋଇଛି । ୨୦୨୫ ଶେଷ ଆଡ଼କୁ ଠିକ ସେହି ଡିସେମ୍ବର ରେ ବଣ ଭୋଜି ନାଁ ରେ ୬୦ ରୁ ଅଧିକ ନେତା ଭୁବନେଶ୍ୱର ଉପକଣ୍ଠ ରେ ଏକାଠି ହୋଇ ଦେଇଛନ୍ତି ଖୋଲାଖୋଲି ଚ୍ୟାଲେଞ୍ଜ ।

ନବୀନଙ୍କ ନେତୃତ୍ୱରେ ଆଗକୁ ବଢିବା ପାଇଁ ସ୍ଲୋଗାନ ଦେଇଥିବା ବେଳେ ପରୋକ୍ଷ ରେ ଅଲିଖିତ ବସ ଭୈରବ ପାଣ୍ଡିଆନଙ୍କ ବିରୁଦ୍ଧରେ ଦେଇଛନ୍ତି ଯୁଦ୍ଧଙ୍ଗ ଦେହୀ ଡାକରା । ଏପରିକି ଆଗକୁ ଜାନୁଆରୀ କିମ୍ବା ଫେବୃଆରୀ ରେ ପୁଣି ମେଳି କରି ଶକ୍ତି ପ୍ରଦର୍ଶନ କରିବାକୁ ଦେଇଛନ୍ତି ଖୋଲା ଖୋଲି ଆହ୍ୱାନ । ତେବେ ବିଦ୍ରୋହୀ ଗୋଷ୍ଠୀ ଙ୍କ ବଢୁଥିବା ଶକ୍ତି କୁ ନେଇ ରାଜନୈତିକ ମହଲରେ ୨୦୧୨ ଭଳି ଆଉ ଏକ ମିଡନାଇଟ ଅପରେସନର ଚର୍ଚ୍ଚା ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Odisha Politics | BJD’s Leaders Unite in Deras for Feast | Argus News