Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମସ୍ତଙ୍କୁ ଗୋଟାଉଛି ବିଜେଡି : ଏତେ ଟିକଟ ଦେବ କେମିତି ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସମସ୍ତଙ୍କୁ ଗୋଟାଉଛି ବିଜେଡି : ଏତେ ଟିକଟ ଦେବ କେମିତି ?

Key Points

  • ସମସ୍ତଙ୍କୁ ଗୋଟାଉଛି ବିଜେଡି
  • ଏତେ ଟିକଟ ଦେବ କେମିତି ?
  • ଗୋଷ୍ଠୀ ସଂଘର୍ଷ ପାଇଁ ହାରିବ ଶାସକ ଦଳ ?

ଅର୍ଗସ ବ୍ୟୁରୋ: ଶାସକଦଳକୁ ଏବେ ଆମଦାନୀ ନେତାଙ୍କ ଜବରଦସ୍ତ ଟେନସନ୍‌ । କାରଣ ଯେଉଁ ଦଳରୁ ପାଇଲା ସେଇ ଦଳରୁ ନେତା ଗୋଟାଇଲା । ସ୍ଥିତି ଏମିତି ହେଲାଣି ଯେ ଥଇଥାନ କରିବା ଚକ୍କରରେ ଗୋଷ୍ଠୀ କନ୍ଦଳ ହୁ ହୁ ହୋଇ ବଢୁଛି । ସେଇଥି ଲାଗି ତ କାହାକୁ ଦଳ ଟିକଟ ଦେବ ସେଇ ଟେନସନ୍‌ରେ ଦଳ ।  କାରଣ ପାରାଦୀପରେ ବାପି ସର୍ଖେଲଙ୍କ ପତ୍ନୀ, ନୂଆପଡ଼ାରେ ଅଧିରାଜ ପାଣିଗ୍ରାହୀ, କେନ୍ଦ୍ରାପଡ଼ାରେ ଅଂଶୁମାନ ମହାନ୍ତି ଦଳରେ ସଜସଜ ସାମିଲ    ହୋଇଛନ୍ତି । ଆଉ ସେମାନଙ୍କୁ ଟିକଟ ଦେବା ନେଇ ଦଳ ଚିନ୍ତା କରୁଛି । କିନ୍ତୁ ସେମାନେ ଟିକଟ ପାଇଲେ ପୂର୍ବରୁ ଯେଉଁ ନେତା ଓ କର୍ମୀ ଦଳ ଲାଗି କାମ କରିଛନ୍ତି ସେମାନଙ୍କର ଭାଗ୍ୟ କଣ ହେବ ତାହାକୁ ନେଇ ଟେନସନ୍‌ରେ ଖୋଦ ବିଜେଡି ସୁପ୍ରିମୋ । 

ଯେତିକି ତ ଥିଲେ ଥିଲେ ଏବେ ପୁଣି ଅନ୍ୟ ଦଳରୁ ନେତା ଆଣି ଦଳରେ ସାମିଲ କରୁଛି ବିଜେଡି । ସାମିଲ କରିବାରେ କୌଣସି ଭୁଲ ନାହିଁ । ହେଲେ ଏତେ ନେତାଙ୍କୁ କେମିତି ଥଇଥାନ କରିବ ସେନେଇ ଶୀର୍ଷ ନେତୃତ୍ଵ ବି ଚିନ୍ତାରେ । ଗ୍ରାଉଣ୍ଡରେ ବି ଏହାକୁ ନେଇ କେଁ ରହିଛି । କାରଣ କର୍ମୀ ଓ ପୁରୁଖା ନେତା ସିଧାସଳଖ କହୁଛନ୍ତି ଦଳ ଯାହାକୁ ଟିକଟ ଦେଉଛି ଦେଉ ହେଲେ ନୂଆ ନେତାଙ୍କୁ ନଦେଉ । କାରଣ ସେମାନେ କିଛି ପରିଶ୍ରମ କରିନାହାନ୍ତି, କେବଳ ଫାଇଦା ପାଇଁ ଦଳକୁ ଆସିଛନ୍ତି । ତେଣ଼ୁ ଟିକଟ ଦେଲେ ଅସନ୍ତୋଷ ବଢିବା ସହ ବିଦ୍ରୋହ ବି ବଢିବ ବୋଲି କର୍ମୀ କହିଲେଣି ।  


ଗୁରୁତ୍ଵପୂର୍ଣ୍ଣ କଥା ହେଲା, ୧୯ ନିର୍ବାଚନରେ ଦଳକୁ ଯେଉଁମାନେ ହରାଇଥିଲେ ଆଜି ସେମାନଙ୍କୁ ରେଡ୍‌ କାର୍ପେଟ୍‌ ଦେଇ ବିଜେଡି ସ୍ଵାଗତ କରିଛି । ଖାଲି ସ୍ଵାଗତରେ କଥା ସରିନି ବରଂ ତାଙ୍କୁ କାଳେ ଟିକଟ ଦେବା ପାଇଁ ଅଙ୍କକଷା ଯାଉଛି ବୋଲି ଚର୍ଚ୍ଚା ହେଉଛି । ସେଇଥି ଲାଗି ତ ବିରୋଧ ହେଉ ଥିବା ଚର୍ଚ୍ଚା ଜୋର । କାରଣ ଖଡିଆଳ, ପାରାଦ୍ଵୀପ, ନୟାଗଡ଼, ରାଜନଗର ଆଦି ଆସନରୁ ବିରୋଧୀ ଦଳରେ ଥିବା ନେତାଙ୍କୁ ଦଳ ଏବେ ନିଜ ପାଖକୁ ଆଣିଛି । ପୂର୍ବରୁ ବିରୋଧୀଙ୍କୁ ଦଳରେ ସାମିଲ କରିଥିବାରୁ ତେଲକୋଇର ଷ୍ଟାଣ୍ଡିଂ ଏମଏଲଏ ଦଳ ଛାଡି ଦେଇଥିଲେ । ତେଣୁ ଗୋଟିଏ କଥା ସ୍ପଷ୍ଟ, ବାହାର ନେତାଙ୍କୁ ଗୋଟାଇବ ତ ବିଦ୍ରୋହ ବଢିବ । ହେଲେ ଏବେ ଦଳ କରିବ କଣ ? ତାହାକୁ ନେଇ ବଢିଲାଣି ଚର୍ଚ୍ଚା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Bobby Das | Argus News