Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲକ୍ଷ୍ମୀ ବସରେ ମହାଦୁର୍ନୀତି 

Smruti Parija
Browse all articles by Smruti Parija
·1 year ago·2 min read
ଲକ୍ଷ୍ମୀ ବସରେ ମହାଦୁର୍ନୀତି 

Key Points

- ଲକ୍ଷ୍ମୀ ବସରେ ମହାଦୁର୍ନୀତି 
- ବିଧାନସଭାରେ ବିଧାୟକଙ୍କ ଉଦବେଗ
- ଶାସକ ଦଳ ବିଧାୟକ କହିଲେ ଲକ୍ଷ୍ମୀ ବସ ନାଁ ରେ ଲୁଟ ହୋଇଛି ରାଜକୋଷ
-  ଅଣ ଓଡିଆ କମ୍ପାନୀକୁ ଟେଣ୍ଡର ଦେଇ ଦଳୀୟ ପାଣ୍ଠି ସଂଗ୍ରହ ପାଇଁ ଆଣିଥିଲେ ଯୋଜନା

ଅର୍ଗସ ବ୍ୟୁରୋ: ବିଧାନସଭାର ଶୁନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ । ବିଜେପି ବିଧାୟକ ବିଭୂତି ପ୍ରଧାନ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଲକ୍ଷ୍ମୀ ବସ ଚଳାଚଳ ରେ ୧୦ ମାସରେ ୩୭୪ କୋଟି ଟଙ୍କା କ୍ଷତି ହୋଇଛି । ନିର୍ବାଚନ ସମୟରେ ଘରୋଇ ବସ ବ୍ୟବହାର ପାଇଁ ୪ ହଜାର ଟଙ୍କା ସରକାରୀ ତହବିଲରୁ ଦିଆ ଯାଇଥିବା ବେଳେ ଲକ୍ଷ୍ମୀ ବସ ପାଇଁ ୧୪ ହଜାର ଟଙ୍କା ଦିଆ ଯାଇଛି । ଏକା କାମ ପାଇଁ ଲକ୍ଷ୍ମୀ ବସ କୁ ଏତେ ଟଙ୍କା କେମିତି ଦିଆଗଲା ବୋଲି ପ୍ରଶ୍ନ ଉଠାଇଥିଲେ ବିଭୂତି ପ୍ରଧାନ । ସେହିପରି ଲକ୍ଷ୍ମୀ ବସ  ଷ୍ଟାଣ୍ଡ ରେ ଗୋଟେ କାନ୍ଥ ପାଇଁ ୫ ଲକ୍ଷ ଟଙ୍କା ଦିଆଯାଇଛି । ଯେତେବେଳେ କି ପ୍ରଧାନମନ୍ତ୍ରୀ ଆବାସ ରେ ଘର ଟିଏ କରିବା ପାଇଁ ଦେଢ଼ ଲକ୍ଷ ଦିଆଯାଉଛି ବୋଲି ବିଧାନସଭାରେ କହିଥିଲେ ଶାସକ ଦଳର ବିଧାୟକ । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । 

ଲକ୍ଷ୍ମୀ ବସ୍ ଷ୍ଟପ ନିର୍ମାଣ ନାଁରେ ବଡ ଦୁର୍ନିତିର ପ୍ରମାଣ ଆସିଥିଲା ସମ୍ବଲପୁରରୁ ।  ମୋଟ ୧୨୮ ଟି ବସ ଷ୍ଟପ ଜିଲ୍ଲାରେ ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଥିଲା । ହେଲେ କାଁ ଭାଁ ନୂତନ ଲକ୍ଷ୍ମୀ ବସ ଷ୍ଟପ ନିର୍ମାଣ ହୋଇଥିବା ବେଳେ ଅନେକ ଅଧାପନ୍ତରିଆ ଭାଵେ ପଡି ରହିଛି।  ପୁରୁଣା ଭଙ୍ଗା ଦଦରା ବସଷ୍ଟପ ଓ ଯାତ୍ରୀ ପ୍ରତିକ୍ଷାଳୟକୁ ରଙ୍ଗ ଲଗାଇ ଲକ୍ଷ୍ମୀ ବସ୍ ଷ୍ଟପର  ଫଳକ ଲଗାଇ ଲୁଟ ହୋଇଛି ଟଙ୍କା..ଜୁଜୁମୁରା, ଧନକଉଡା, ରେଢାଖୋଲ, ରେଙ୍ଗାଲିରେ ଏମିତି ପୁଳା ପୁଳା ଆସିଥିଲା ସାମନାକୁ । 

ଗତ ମାସ ୨୨ ତାରିଖରେ ବିଧାନସଭାର ଏହି ଲିଖିତ ଉତ୍ତର ଉପରେ ନଜର ପକାନ୍ତୁ । ପରିବହନ ମନ୍ତ୍ରୀ ଯେଉଁଥିରେ କହିଛନ୍ତି କ୍ଷତିରେ ଚାଲୁଛି ଲକ୍ଷ୍ମୀ ଯୋଜନା । 374 କୋଟି 8 ଲକ୍ଷ 58 ହଜାର 55 ଟଙ୍କା କ୍ଷତିରେ ଅଛନ୍ତି ସରକାର । ଅକ୍ଟୋବର 2023 ରୁ ଅଗଷ୍ଟ 2024 ଯାଏଁ ମାତ୍ର 10 ମାସରେ ଏହି କ୍ଷତି ସହିଛନ୍ତି ସରକାର ।  ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ 1340 ଟି ବସ ଚାଲିଥିବା ବେଳେ ବସ ଚଳାଚଳ ବାବଦରେ ରାଜ୍ୟ ସରକାର 399 କୋଟି 12 ଲକ୍ଷ 44 ହଜାର 640 ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର 25 କୋଟି 3 ଲକ୍ଷ 86 ହଜାର 585 ଟଙ୍କା । ନିର୍ବାଚନ ପୂର୍ବରୁ ୩୧୭୮ କୋଟି ଟଙ୍କାରେ ସରକାର କିଣିଥିଲେ ଲଷ୍ମୀ ବସ.. ତେବେ ଏଥିରେ ଦୁର୍ନିତୀର ଗନ୍ଧ ବାରି ସୁଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ ଓଡିଶା ସୂଚନା ଅଧିକାର ଅଭିଯାନ । ତେବେ ତଥ୍ୟ  ମିଳିବାରୁ କିଛି ଦିନ ପୂର୍ବରୁ  ଖାରବେଳ ଭବନ ସାମ୍ନାରେ ବିକ୍ଷୋଭ କରିଥିଲା ସଂଗଠନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP alleges scam in LAccMI bus scheme | Argus News