Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପିର ଅଭିଯୋଗ,କେନ୍ଦ୍ରାପଡ଼ାରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟରେ ବ୍ୟାପକ ଅନିୟମିତତା 

Odisha

ବିଜେପିର ଅଭିଯୋଗ,କେନ୍ଦ୍ରାପଡ଼ାରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟରେ ବ୍ୟାପକ ଅନିୟମିତତା 

Sangram Tripathy
Browse all articles by Sangram Tripathy
·1 year ago·2 min read
ବିଜେପିର ଅଭିଯୋଗ,କେନ୍ଦ୍ରାପଡ଼ାରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟରେ ବ୍ୟାପକ ଅନିୟମିତତା 


ଅର୍ଗସ ବ୍ୟୁରୋ:ଯୋଗ୍ୟଙ୍କୁ ମିଳୁନି ଅଥଚ ଭେଣ୍ଡିଆ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା। ୨ ବର୍ଷରେ ଡବଲ୍ ହୋଇଯାଉଛି ବୟସ। ଦଳୀୟ ଭିତ୍ତିରେ ଭତ୍ତା ବାଣ୍ଟି ବିଜେଡି କେମିତି ଗଢୁଥିଲା ନିଜ ଭୋଟ୍ ବ୍ୟାଙ୍କ୍ ସାମ୍ରାଜ୍ୟ, ଖୋଲୁଛି ପେଡ଼ି। ଦଳୀୟ ଆଧାରରେ ଅଯୋଗ୍ୟଙ୍କୁ ଭତ୍ତା କରାଇଥିଲେ କି ବିଜେଡି ନେତା ଉଠିଲାଣି ପ୍ରଶ୍ନ। ବିଜେଡି ରାଜରେ ଯୋଗ୍ୟଙ୍କୁ ଅଣଦେଖା କରି ଅଯୋଗ୍ୟଙ୍କୁ ଯୋଗାଇ ଦିଆଯାଉଥିଲା କୁଆଡେ ସମସ୍ତ ସୁବିଧା। ଯାହାର ବଡ଼ ପ୍ରମାଣ ଦେଖିବାକୁ ମିଳିଛି ବିଜେଡିର କୁହାଳିଆ ନେତା ଖୋଦ୍ ପ୍ରତାପ ଦେବଙ୍କ ଅଞ୍ଚଳରେ,୨ ଶହରୁ ଉର୍ଦ୍ଧ୍ବ ଅଯୋଗ୍ୟ ହିତାଧିକାରୀ ଥିବା ବିଜେପି ଅଭିଯୋଗ କରିଛି। କେନ୍ଦ୍ରାପଡ଼ା ଆଳି ବ୍ଲକ ଅରଗଳ ପଞ୍ଚାୟତରେ ସାମ୍ନାକୁ ଆସିଛି ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନରେ ବ୍ୟାପକ ଅନିୟମିତତାର ଚିତ୍ର। ଏଠି ଅସଲ ହିତାଧିକାରୀଙ୍କ ବଦଳରେ ବାର୍ଦ୍ଧକ୍ୟ ଭତ୍ତା ହାତଉଛନ୍ତି ଭେଣ୍ଡିଆ ଯୁବକଯୁବତୀ।

ଅର୍ଗସ୍ ହାତରେ ଲାଗିଥିବା ଏହି ଏକ୍ସକ୍ଲୁସିଭ୍ ଡକ୍ୟୁମେଣ୍ଟ ଉପରେ ନଜର ପକାନ୍ତୁ। ଇଏ ହେଉଛନ୍ତି ସୁବାସିନି ଜେନା। ଇଏ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା। ହେଲେ ଇଏ କଣ। ୨୦୨୨ରେ - ୩୦ବର୍ଷ, ୨୦୨୩ରେ ୩୧ ବର୍ଷ ଆଉ ୨୦୨୪ରେ ଆସୁ ଆସୁ ସୁବାସିନିଙ୍କୁ ହୋଇଯାଉଛି ୬୩ବର୍ଷ। କେବଳ ସେତିକିରେ ସୀମିତ ହୋଇନି ଭତ୍ତାନାଟ। ନଜର ପକାନ୍ତୁ ଆଉ ଜଣେ ହିତାଧିକାରୀ ହେଉଛନ୍ତି ଉପେନ୍ଦ୍ର ମଲ୍ଲିକଙ୍କ। ୨୦୨୨ରେ ଭୋଟର ତାଲିକା ଅନୁସାରେ ତାଙ୍କୁ ହୋଇଥିଲା ୪୧ ବର୍ଷ। ୨୦୨୩ରେ ୪୨ ବର୍ଷ ଥିବା ବେଳେ ୨୦୨୪ରେ ବୟସ କିନ୍ତୁପହଞ୍ଚିଛି ୬୧ ବର୍ଷରେ,ଏଥିରୁ ଆପଣ ଆପେ ଆପେ ବୁଝିପାରୁଥିବେ। ସେହିପରି ଆରତୀ କୁଅଁର, ଗୀତାଞ୍ଜଳି ଧଳ, ନମିତା ମଲିକଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି। ଏମିତି ବୟସ ଡବଲ୍ କରାଯାଇ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦିଆଯାଇଛି ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ନେତା। କେବଳ ସେତିକି ନୁହେଁ ଦଳୀୟ ଭିତ୍ତିରେ ଭୋଟ୍ ବ୍ୟାଙ୍କ ମଜଭୁତ କରିବାକୁ ଏହା ବିଜେଡି ନେତାଙ୍କ ପ୍ରୟାସ ବୋଲି  ଦଳ ଅଭିଯୋଗ ଆଣିଛି। କେବଳ ଗୋଟିଏ ପଞ୍ଚାୟତରେ ୨ ଶହରୁ ଉର୍ଦ୍ଧ୍ବ ଅଯୋଗ୍ୟ ହିତାଧିକାରୀ ଥିବାର ହୋଇଛି ଅଭିଯୋଗ। ଆଗକୁ ଆହୁରୀ ଲମ୍ବିପାରେ ତାଲିକା,ସାମ୍ନାକୁ ଆସିବ କେତେ ଭେଣ୍ଡିଆ ପାଉଛନ୍ତି ବାର୍ଦ୍ଧକ୍ୟ ଭର୍ତ୍ତା।

କେବଳ ଆଳି ନୁହେଁ ପାଟକୁରାରେ ସ୍ଥିତି ସଙ୍ଗୀନ।ଯୋଗ୍ୟଙ୍କ ବଦଳରେ କୁଆଡେ ଅଯୋଗ୍ୟ ପାଉଛନ୍ତି  ବାର୍ଦ୍ଧକ୍ୟ ଭତ୍ତା। ସେହପରି ଗରଦପୁର ବ୍ଲକ ସାନବେତାର ପଂଚାୟତ ସମେତ ଅନେକ ପଂଚାୟତରେ ଭରି ରହିଛନ୍ତି ମାଳମାଳ ଅଯୋଗ୍ୟ ହିତାଧିକାରୀ। ଯାହାର ତଦନ୍ତ ଦାବି କରି ଦୁର୍ନୀତିଖୋରଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ଘଟଣାରେ ଚୋରି ଧରାପଡ଼ିବା ପରେ ଦୋଷ ପଞ୍ଚାୟତ ଅଫିସର ଅଧିକାରୀଙ୍କ ଉପରକୁ ଠେଲି ଦେଇଛି ବିଜେଡି। ଘଟଣାରେ କୋର୍ଟରେ ମାମଲାର ଶୁଣାଣି ହେବାକୁ ଥିବାରୁ ନ୍ୟାୟାଳୟଙ୍କ ରାୟ ଆସିଲେ ହିଁ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଡିଓ। 

୨୪ ବର୍ଷ ଓଡ଼ିଶାକୁ ଶାସନ କରିଥିଲା ବିଜେଡି,ଦିନକୁ ଦିନ ଯେଉଁଭଳି ଭେଣ୍ଡିଆ ବାର୍ଦ୍ଧକ୍ୟ ଭର୍ତ୍ତା ପାଉଥିବାର ଅଭିଯୋଗ ତାଲିକା ଲମ୍ବୁଛିଏଥିରୁ ଜଣାପଡୁଛି ବିଜେଡି ନେତା ଠୁ ମନ୍ତ୍ରୀ ,କେମିତି କରୁଥିଲେ କ୍ଷମତାର ଅପବ୍ୟବହାର,ଚଳାଉଥିଲେ ମନମୁଖି ଶାସନ,କେବଳ ଏତିକି ନୁହେଁ ,ଆଗକୁ ଆହୁରି ସାମ୍ନାକୁ ଆସିବ ଭତ୍ତା ମହାଘୋଟାଲା,ଖୋଲିବ ବିଜେଡିର ଘୋଟାଲା ପେଡି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
BJP alleges widespread irregularities in the distribution of old age allowances in Kendrapara | Argus News