Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କ ମୁହଁରେ ତାଲା ପକାଇଲା ବିଜେପି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନବୀନଙ୍କ ମୁହଁରେ ତାଲା ପକାଇଲା ବିଜେପି

Key Points

  • ନବୀନଙ୍କ ମୁହଁରେ ତାଲା ପକାଇଲା ବିଜେପି
  • ପ୍ରଶ୍ନ ଘାଇଁ ଘାଇଁରେ ବିଜେଡି ଥଥ ମମ
  • ସାହସ ଅଛି ଯଦି ପ୍ରେସମିଟ୍‌ କରନ୍ତୁ ନବୀନ

ଅର୍ଗସ ବ୍ୟୁରୋ: କେନ୍ଦ୍ରୀୟ ବିଜେପି ନେତା, ରାଜ୍ୟ ନେତା...ସମସ୍ତେ ମିଶି ନବୀନଙ୍କୁ ନିଦ ହଜାଇଦେଲେଣି । ଘନଘନ ଗସ୍ତ କରୁଛନ୍ତି, ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରୁଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତିର ପୋଲ ବି ଖୋଲୁଛନ୍ତି । ହେଲେ ଉତ୍ତର ଦେବାରୁ ସାହସ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ । କାରଣ ସେ ବି ଜାଣିଛନ୍ତି, ତାଙ୍କ ସରକାର ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ସବୁ ସତ । ସେଇଥି ଲାଗି ତ ମୁହଁ ଖୋଲିବାକୁ ରାଜି ନାହାନ୍ତି ନବୀନଲ ।

କୁଆଡ଼େ ଗଲା ରତ୍ନଭଣ୍ଡାର ଚାବି ? କାହିଁକି ଚାପିଛନ୍ତି ତଦନ୍ତ କମିଶନ୍ ରିପୋର୍ଟ ? ଭକ୍ତଙ୍କ ପାଇଁ କାହିଁକି ଖୋଲାଯାଉନି ଶ୍ରୀମନ୍ଦିର ଚାରି ଦ୍ୱାର? ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା କୁଆଡ଼େ ଗଲା ? ଖଣି ଦୁର୍ନୀତି ଅଭିଯୁକ୍ତ ଉପରେ କାହିଁକି ହୋଇନି କାର୍ଯ୍ୟାନୁଷ୍ଠାନ ? ଜିଲ୍ଲା ଖଣିଜ ପାଣ୍ଠି- DMFରେ କିଏ କରୁଛି ଘୋଟାଲା ? ଓଡ଼ିଶାବାସୀଙ୍କ ଉପରେ ନବୀନ କାହିଁକି ତାମିଲ ବାବୁଙ୍କ ଶାସନ ଥୋପିବାକୁ ଚେଷ୍ଟା କରୁଛନ୍ତି ? ମୋଦି-ଶାହଙ୍କ ପ୍ରଶ୍ନ ବାଣରେ ଘାଇଲା ମୁଖ୍ୟମନ୍ତ୍ରୀ ।

ସ୍ଥିର ସରକାର, ସ୍ଥିର ମୁଖ୍ୟମନ୍ତ୍ରୀ । ହେଲେ ବି ବିକାଶ ଯେମିତି ହେବାର କଥା ସେମିତି ହୋଇନି । ଖାଲି ବିକାଶ କାହିଁକି ? ବରଂ ଦୁର୍ନୀତିର ସବୁ ସୀମା ପାର କରିସାରିଛନ୍ତି ବିଜେଡି ନେତା । ତେଣୁ ବିଜେପି ହେଭିୱେଟଙ୍କ ପ୍ରଶ୍ନର ଉତ୍ତର ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ । ନା ନିର୍ବାଚନୀ ମଞ୍ଚରେ କିଛି କହୁଛନ୍ତି, ନା ସର୍ଟ ଭିଡିଓ କି ରିଲ୍ସରେ ବି ଉତ୍ତର ରଖୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ କ’ଣ ଏସବୁ ପ୍ରଶ୍ନର ଉତ୍ତର ନାହିଁ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

ମୋଟ୍ ଉପରେ ବିଜେଡିର ୨୫ ବର୍ଷର ଲମ୍ବା ଶାସନ ପରେ ବି ରାଜ୍ୟରେ ପୁଳା ପୁଳା ପ୍ରସଙ୍ଗ । ଆଉ ରାଜ୍ୟ ସରକାରଙ୍କ ମନ୍ଥର ଗତି କାର୍ଯ୍ୟାନୁଷ୍ଠାନକୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ବି ରହିଛି। ଏମିତି ସ୍ଥିତିରେ ଲୋକଙ୍କ ପାଖରେ ବିଜେପି ଟାଇମଲାଇନ୍ ରଖି ବିଶ୍ୱସନୀୟତା ବଢ଼ାଇବାକୁ ଭରପୁର୍ ଉଦ୍ୟମ ଜାରି ରଖିଛି । ସମୟ କହିବ ଏଥର କାହା ସପକ୍ଷରେ ପଡୁଛି ଅଧିକ ଭୋଟ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha CM Naveen Patnaik | Argus News