Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜୁ ଜୟନ୍ତୀ ଛୁଟିକୁ ନେଇ ବିଜେପି- ବିଜେଡି କଥା କଟାକଟି

Odisha

ବିଜୁ ଜୟନ୍ତୀ ଛୁଟିକୁ ନେଇ ବିଜେପି- ବିଜେଡି କଥା କଟାକଟି

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ବିଜୁ ଜୟନ୍ତୀ ଛୁଟିକୁ ନେଇ ବିଜେପି- ବିଜେଡି କଥା କଟାକଟି

ବିଜୁ ଜୟନ୍ତୀ ଛୁଟିକୁ ନେଇ ବିଜେପି- ବିଜେଡି କଥା କଟାକଟି
ବିରୋଧୀ ଦଳ ନେତା ନବୀନ କହିଲେ ଏହା ଅପରିପକ୍ବ ରାଜନୀତି
ବିଜେଡି କହିଲା ଛୁଟି ବାତିଲ କରିବା ବିଜୁଙ୍କ ପ୍ରତି ଅସମ୍ମାନ
ପଞ୍ଚାୟତରାଜ ମନ୍ତ୍ରୀଙ୍କ ଜବାବ ବିଜେଡି ମନରେ ଅଛି ପାପ
ସରପଞ୍ଚଙ୍କ ହାତରୁ କ୍ଷମତା କାଢିନେଇ ବିଜେଡି କରିଥିଲା ବିଜୁଙ୍କୁ ଅସମ୍ମାନ
ସରକାରଙ୍କ ଛୁଟି ବାତିଲ ନିଷ୍ପତିକୁ ସଂସ୍କୃତି ପ୍ରେମୀ ଦର୍ଶାଇଲେ ଯଥାର୍ଥ
କହିଲେ ଗତ ୨ଦଶନ୍ଧିରେ ମହାପୁରୁଷଙ୍କୁ ସମ୍ମାନର ହୋଇଥିଲା ରାଜନୀତିକରଣ

ମାର୍ଚ୍ଚ ୫ରେ ସରକାରୀ ଛୁଟି ବାତିଲକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଭିତରେ ବିଜୁ ଜୟନ୍ତୀ ହୋଇଛି ପାଳନ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭା ପରିସରରେ ପାଳନ କରାଯାଇଛି ବିଜୁ ଜୟନ୍ତୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଓ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଏଥିରେ ସାମିଲ ହୋଇ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ହେଲେ ଯୋଗ ଦେଇନାହାନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଅବସରରେ ବିଜୁ ବାବୁଙ୍କୁ ଆଧୁନିକ ଓଡ଼ିଶାର ନିର୍ମାତା କହି ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ବିଜୁ ପଟ୍ଟନାୟକ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ। ଏହି ଅବସରରେ ଶଙ୍ଖ ଭବନରେ ଆୟୋଜିତ ଜୟନ୍ତୀ କାର୍ଯ୍ୟକ୍ରମରେ ବିଜୁ ବାବୁଙ୍କ ପ୍ରଶଂସା କମ୍ ଏବଂ ଛୁଟି ବାତିଲ ନେଇ ଅଧିକ ଭାଷଣବାଜି ହୋଇଥିଲା। ଛୁଟି ବନ୍ଦ କରିବା ବିଜେପିର କ୍ଷୁଦ୍ରମନା ଭାବକୁ ପ୍ରକାଶ କରୁଥିବା କହି ସମାଲୋଚନା କରିଛନ୍ତି ନବୀନ। ବିଜେଡି ନେତା କହିଛନ୍ତି ଛୁଟି ବାତିଲ କରି ବିଜୁ ବାବୁଙ୍କ ପ୍ରତି ଅପମାନ କରିଛନ୍ତି ରାଜ୍ୟ ସରକାର।
ବିଜେଡି ଆକ୍ଷେପର ଜବାବ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। କହିଛନ୍ତି ଯେଉଁମାନେ ଆରୋପ ଲଗାଉଛନ୍ତି ସେମାନଙ୍କ ମନରେ ଅଛି ପାପ।

ବିଜୁ ବାବୁ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ କରିଥିଲେ କିନ୍ତୁ ବିଜେଡି ଶାସନରେ ସରପଞ୍ଚ ହାତରୁ କ୍ଷମତା କାଢିଦେଇ ବିଜୁବାବୁଙ୍କ ଅସମ୍ମାନ କରିଥିଲା। ଆମ ସରକାର ଥିବା ଯାଏ କୌଣସି ମହାପୁରୁଷଙ୍କୁ ଅସମ୍ମାନ କରାଯିବନି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।
ସେପେଟ ଛୁଟି ବାଲିତ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍ପତି ସଠିକ୍ ବୋଲି କହିଛନ୍ତି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ। ଗତ ୨ ଦଶନ୍ଧି ଧରି କେବଳ ଜଣଙ୍କୁ ସମ୍ମାନ ଜଣାଇ ଓଡ଼ିଶାର ଅନ୍ୟ ମହାପୁରୁଷଙ୍କୁ କରାଯାଇଥିଲା ଉପେକ୍ଷିତ। ମହାପୁରୁଷଙ୍କୁ ସମ୍ମାନର ହୋଇଥିଲା ରାଜନୀତିକରଣ। ସେପଟେ ସନ୍ଧ୍ୟାରେ ଜୟଦେବ ଭବନରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳନ ହେଉଥିବା ବିଜୁ ବାବୁଙ୍କ ଜୟନ୍ତୀ ସମାରୋହରେ ନବୀନ ଯୋଗଦେବେ ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଗତକାଲି ନିଜେ ମୁଖ୍ୟମନ୍ତ୍ରୀ ପତ୍ର ଲେଖି ନବୀନଙ୍କୁ ବିଶିଷ୍ଟ ଅତିଥୀ ଭାବେ ଯୋଗ ଦେବାକୁ କରିଥିଲେ ନିମନ୍ତ୍ରଣ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP-BJD clash over on Biju Jayanti holiday | Argus News