Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାନଦୀକୁ ନେଇ ବିଧାନସଭାରେ ମୁହାଁମୁହିଁ ବିଜେପି-ବିଜେଡି

Rashmita Mishra
Browse all articles by Rashmita Mishra
·1 year ago·2 min read
ମହାନଦୀକୁ ନେଇ ବିଧାନସଭାରେ ମୁହାଁମୁହିଁ ବିଜେପି-ବିଜେଡି

Key Points

ମହାନଦୀକୁ ନେଇ ବିଧାନସଭାରେ ମୁହାଁମୁହିଁ ବିଜେପି-ବିଜେଡି
ପ୍ରଶ୍ନ କରି ଫସିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ
ବିଜେପିର ପାଲଟା ପ୍ରଶ୍ନ, ମହାନଦୀରେ କେତୋଟି ପ୍ରକଳ୍ପ କରିଥିଲା ୨୪ ବର୍ଷର ବିଜେଡି ସରକାର ?
ମହାନଦୀକୁ ମା କହି କରିଥିଲେ ସାବତ ମା'ର ବ୍ୟବହାର
ସୁଖାସୋଢ଼ାରୁ ରାଜନୈତିକ ପଦଯାତ୍ରା କରି ମହାନଦୀକୁ ସୁଖେଇବାର କରିଥିଲେ ଷଡ଼ଯନ୍ତ୍ର
ଅସ୍ମିତା ଡୋରିରେ ବନ୍ଧା ବିଜେପି ସରକାର ମାର ମମତାକୁ ଦେବେ ଉଚିତ ସମ୍ମାନ

ମହାନଦୀ ପ୍ରସଙ୍ଗରେ ବିଧାନସଭାରେ ସରଗରମ ଆଲୋଚନା । ପ୍ରସନ୍ନଙ୍କ ପ୍ରଶ୍ନର ଉତ୍ତର ରଖି ତେରେଛା ବାଣ ମାରିଛନ୍ତି ସଂସଦୀୟ ବ୍ୟାପାର ମୁକେଶ ମହାଲିଙ୍ଗ । ରାଜା ସ୍ବାଇଁଙ୍କୁ ବି ଶୁଣାଇଲେ ରୋକ ଠୋକ । ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟର ଜଳ ସେଚନ ବ୍ୟବସ୍ଥା ଓ ମହାନଦୀ ପ୍ରସଙ୍ଗ କୁ ନେଇ ହେଉଥିଲା ଆଲୋଚନା । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମହାନଦୀ ପ୍ରସଙ୍ଗକୁ ନେଇ ଛତିଶଗଡ଼କୁ ଦୋଷ ଦେଲେ। ହୀରାକୁଦ ତଳ ଅଞ୍ଚଳରେ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ପାଇଁ ବିଜେଡି ସରକାର ପଦକ୍ଷେପ ନେଇଥିବା କହିଲେ, ବିଜେପି ସରକାର ଦୁଇଟି ପ୍ରୋଜେକ୍ଟର ଟେଣ୍ଡର ବାତିଲ କରିଥିବା ଅଭିଯୋଗ କଲେ।


ପ୍ରସନ୍ନଙ୍କୁ କାଉଣ୍ଟର କରି କଡ଼ା ଜବାବ ରଖିଲେ ମୁକେଶ ମହାଲିଙ୍ଗ। ପ୍ରଶ୍ନ କଲେ 24 ବର୍ଷ ବିଜେଡି ଶାସନରେ ମହାନଦୀ ତଳ ଅଞ୍ଚଳରେ କେତୋଟି ବନ୍ଧ ହୋଇଥିଲା। ଏଥିସହ ବିଜେପି ସରକାରଙ୍କ ଯୋଜନାର ହିସାବ ବି ଦେଲେ। ୩୧ଟି ବୃହତ୍ , ୨୭ଟି ବ୍ୟାରେଜ୍, ୭୨ଟି ନଦୀ ଗର୍ଭ ଜଳାଶୟ ଓ ୭୯ଟି କ୍ଷୁଦ୍ର ଜଳ ଭଣ୍ଡାର ନିର୍ମାଣର ଲକ୍ଷ୍ୟ ରଖିଛନ୍ତି ସରକାର । ଏଥିପାଇଁ ୫୧ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିରୋଧୀ ବିଧାୟକ ରାଜାଙ୍କ କଟାକ୍ଷ ପରେ ବି ରୋକ୍ ଠୋକ୍ ଶୁଣାଇଲେ ମୁକେଶ ।  ମହାନଦୀ ପ୍ରସଙ୍ଗ ରାଜ୍ୟ ରାଜନୀତି ରେ ସବୁବେଳେ ଚର୍ଚ୍ଚାର ପ୍ରସଙ୍ଗ ରହିଥିବାବେଳେ ୨୪ ବର୍ଷର ବିଜେଡି ଶାସନରେ ଅଧିକ ଜଟିଳ ହୋଇଥିଲା ସମସ୍ୟା। ଏବେ ନୂଆ ସରକାରଙ୍କ ପଦକ୍ଷେପ ଉପରେ ନଜର

Sponsored
BJP-BJD face off in Assembly over Mahanadi | Argus News