Videos
|
Odisha

କୋଷ୍ଟାଲ ହାଇୱେକୁ ନେଇ ପୁଣି ତେଜିଲା ରାଜନୀତି

Smruti Parija
Browse all articles by Smruti Parija
·1 year ago·1 min read
କୋଷ୍ଟାଲ ହାଇୱେକୁ ନେଇ ପୁଣି ତେଜିଲା ରାଜନୀତି

Key Points

କୋଷ୍ଟାଲ ହାଇୱେକୁ ନେଇ ବିଜେପି- ବିଜେଡି ମୁହାଁମୁହିଁ

କୋଷ୍ଟାଲ ହାଇୱେକୁ ନେଇ ପୁଣି ତେଜିଲା ରାଜନୀତି । ଟେଣ୍ଡର ବାତିଲ ନେଇ ବିଜେଡି ଆଣିଛି ସଙ୍ଗୀନ ଅଭିଯୋଗ । ୪ ଦିନ ତଳେ ଉପକୂଳ ରାଜପଥର ଟେଣ୍ଡର ବାତିଲ ହୋଇଛି ବୋଲି ସମ୍ବାଦିକ ସମ୍ମିଳନୀ କରି କହିଛି ବିଜେଡି । ୧୭୬ କିଲୋମିଟର ପ୍ରଥମ ଫେଜ ପାଇଁ ଆହ୍ଵାନ ହୋଇଥିବା ଟେଣ୍ଡର ବାତିଲ କରାଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ଏପରିକି ଉପକୂଳ ରାଜପଥକୁ ଫୋର ଲେନ ବିଶିଷ୍ଟ ନକରି ଦୁଇ ଲେନ ବିଶିଷ୍ଟ କରିବାକୁ ଯୋଜନା କରାଯାଉଥିବା ଅଭିଯୋଗ କରିଛି ବିଜେଡି ।


ଅନ୍ୟପଟେ ବିଜେଡିର ଅଭିଯୋଗ ଉପରେ କଡା ଜବାବ ରଖିଛି ବିଜେପି । ବିଜେଡ଼ି ସରକାରରେ ଥିଲା ବେଳେ କୋଷ୍ଟାଲ ହାଇୱେ ପ୍ରକଳ୍ପ ଲାଗି ଆଦୌ ସହଯୋଗ କରିନଥିଲା । ବିଭିନ୍ନ ସମୟରେ ବିଭ୍ରାନ୍ତ କରିବାକୁ ବକ୍ତବ୍ୟ ଦେଉଥିଲେ ବିଜେଡି ନେତା । କିନ୍ତୁ ବିଜେପି ସରକାର ଆସିଲା ପରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମୀକ୍ଷା କାମ ସରିଛି । ଉପକୂଳ ରାଜପଥର କୌଣସି ଟେଣ୍ଡର ବାତିଲ ହୋଇନାହିଁ , କେବଳ କିଛିଟା ଟେକ୍ନିକାଲ ପରିବର୍ତ୍ତନ କରାଯାଇଛି ଏବଂ ପୁନର୍ବାର ଟେଣ୍ଡର ହେବ । ତେଣୁ ବିଜେଡ଼ି ଅପପ୍ରଚାର କରୁଛି ବୋଲି କହିଛି ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୧୫ ଏପ୍ରିଲ ୧୫ରେ ଭାରତମାଳା ପରିଯୋଜନା ଅନ୍ତର୍ଗତ ଓଡ଼ିଶାରେ ଉପକୂଳ ରାଜପଥ ନିର୍ମାଣ ନେଇ ଘୋଷଣା କରିଥିଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ । ତେବେ ତତ୍କାଳୀନ ନବୀନ ସରକାରର ନ୍ୟସ୍ତ ସ୍ବାର୍ଥ ପାଇଁ ବାରମ୍ବାର ପରିବର୍ତ୍ତନ କରାଯାଇଥିଲା ପ୍ରକଳ୍ପର ଡିଜାଇନ୍ । ପ୍ରାୟ ୩ଥର ଡିଜାଇନ୍ ବଦଳିବା ପରେ ୨୦୨୧ ମସିହାରେ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ହୋଇଥିଲା ।


bjp-bjd-face-off-over-coastal-highway | Argus News