Rajya sabha fight / ରାଜ୍ୟସଭା ଚତୁର୍ଥ ଆସନ ପାଇଁ ବିଗ୍ ଫାଇଟ୍ , କିଏ ମାରିବ ବାଜି?
·6 months ago·2 min read

Key Points
ରାଜ୍ୟସଭା ନିର୍ବାଚନ ନେଇ ବିଜେପି ବିଜେଡି ମୁହାଁ ମୁହିଁ
ଜୟନାରାୟଣ କହିଲେ କଂଗ୍ରେସ - ବିଜେଡି ଭୟବିତ
କଂଗ୍ରେସ କହିଲା ହେବନି କ୍ରସ ଭୋଟିଂ
ଜୟନାରାୟଣ କହିଲେ କଂଗ୍ରେସ - ବିଜେଡି ଭୟବିତ
କଂଗ୍ରେସ କହିଲା ହେବନି କ୍ରସ ଭୋଟିଂ
ରାଜ୍ୟସଭା ନିର୍ବାଚନ ନେଇ ବିଜେପି ବିଜେଡି ମୁହାଁ ମୁହିଁ ହୋଇଛନ୍ତି। ପରସ୍ପରକୁ କରୁଛନ୍ତି କଡ଼ା ସମାଲୋଚନା। କଂଗ୍ରେସ - ବିଜେଡି ଭୟବିତ ଯେ ତାଙ୍କ ବିଧାୟକ କୁଆଡେ ପଳେଇବେ । ଆମେ କିନ୍ତୁ ଖୋଲା ବୁଲୁଛୁ କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ସେପଟେ ବିଜେଡି କହିଛି ବିଜୁ ବାବୁଙ୍କ ସହ ଉଠାଯାଇଥିଲା ଫୋଟକୁ ନେଇ ଭୋଟ ନେବାକୁ ଚାହୁଁଛନ୍ତି ଦିଲ୍ଲୀପ ରାୟ।
କଂଗ୍ରେସ - ବିଜେଡି ଭୟବିତ ଯେ ତାଙ୍କ ବିଧାୟକ କୁଆଡେ ପଳେଇବେ । ଆମେ କିନ୍ତୁ ଖୋଲା ବୁଲୁଛୁ। ଜଣେ ବିଧାୟକ ଯଦି ବିବେକକୁ ପଚାରିବ ତାହେଲେ ତାଙ୍କ ବିବେକ କହିବ ବିଜେଡିକୁ ଭୋଟ ଦେବୁନି । କଂଗ୍ରେସ ସହ ମିଶିଲେ ବିଜେଡି ଆଉ କଂଗ୍ରେସ ବୁଡ଼ିଯିବେ । ଫଳ ବାହାରିଲେ ଜଣା ପଡିବ କାହା ପାଖରେ କେତେ ଭୋଟ କହିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର।
ସେପଟେ ରାଜ୍ୟସଭା ନିର୍ବାଚନ ନେଇ ବିଜେପି ସମର୍ଥିତ ସ୍ବାଧିନ ପ୍ରାର୍ଥୀ ଦିଲ୍ଲୀପ ରାଏଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି। ବିଜୁ ବାବୁଙ୍କ ସହ ଉଠାଯାଇଥିଲା ଫୋଟ ସହ ସାମାଜିକ ଗଣମାଧ୍ୟମରେ ଭୋଟ ନେବାକୁ ଚାହୁଁଛନ୍ତି ଦିଲ୍ଲୀପ ରାୟ । ଆଜି ଏଭଳି ସଙ୍ଗିନ ଅଭିଯୋଗ ଆଣିଛି ବିଜେଡି । ଯଦି କେବେ ଦିଲ୍ଲୀପ ରାୟ ବିଜୟଲାଭ କରନ୍ତି ତେବେ ଏହା ଗଣତନ୍ତ୍ରର ହତ୍ୟା ହେବ ବୋଲି କହିଛି ବିଜେଡି।
ରାଜ୍ୟସଭା ନିର୍ବାଚନ ପାଇଁ ଏଆଇସିସିର ନିର୍ଦ୍ଦେଶ । ସମସ୍ତ କଂଗ୍ରେସ ବିଧାୟକ ଏକ ହୋଇ ମିଳିତ ପ୍ରାର୍ଥୀ ଡାକ୍ତର ଦତେଶ୍ୱର ହୋତାଙ୍କୁ ଭୋଟ ଦେବେ । କଂଗ୍ରେସର କୌଣସି ଭୋଟ ଏପଟ ସେପଟ ହେବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟନ ଦଳ ନେତା ରାମଚନ୍ଦ୍ର କାଡାମ।
ରାଜ୍ୟସଭା ରେସରେ ଚତୁର୍ଥ ଆସନ ପାଇଁ ବିଗ୍ ଫାଇଟ୍। ରୋଚକ ସ୍ଥିତିରେ ରାଜ୍ୟସଭା ନିର୍ବାଚନ। ଚତୃର୍ଥ ଆସନ ପାଇଁ ବିଜେପି ଓ ବିଜେଡି କଂଗ୍ରେସ ମେଣ୍ଟ ଭିତରେ ବଢୁଛି ଛକାପଞ୍ଝା। । ଚତୃର୍ଥ ଆସନ ପାଇଁ ଦିଲ୍ଲୀପ ରାୟ ବନାମ ଦତ୍ତେଶ୍ୱର ହୋତା। ବିଜେପିର ସମର୍ଥନ ପାଇବା ପରେ ଦିଲ୍ଲୀପଙ୍କ ପାଖରେ ଅଛି ୨୨ ବିଧାୟକଙ୍କ ସମର୍ଥନ । ବିଜୟ ପାଇଁ ଦିଲ୍ଲୀପଙ୍କୁ ଦରକାର ଆଉ ୮ ବିଧାୟକଙ୍କ ସମର୍ଥନ । ବିଜେଡିର ଦୁଇ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କ ସମର୍ଥନ ଦିଲ୍ଲୀପଙ୍କ ଆଡକୁ ରହିବା ସଂକେତ ମିଳିଛି । ଏହାରି ଭିତରେ ବିଜେଡି ବିଧାୟକ ସୌଭିକ ବିଶ୍ୱାଳଙ୍କ ସହ କଂଗ୍ରେସ ବିଧାୟିକ ସୋଫିଆ ଫିର୍ଦ୍ଦୋଷ ଦତ୍ତ୍ୱେଶ୍ୱରଙ୍କ ଅଙ୍କ ବିଗାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶାର ଏହି ୪ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ ହେବ ହେବ ନିର୍ବାଚନ । ତେବେ ଛକାପଞ୍ଝା ରାଜନୀତି ଭିତରେ କିଏ ଚତୁର୍ଥ ଆସନରେ ବାଜି ମାରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର।
Related Topics
Explore more stories