ଗାଁ ବିକାଶ ନେଇ ବିଜେପି-ବିଜେଡି ମୁହାଁମୁହିଁ

Key Points
ଗାଁ ବିକାଶ ନେଇ ବିଜେପି-ବିଜେଡି ମୁହାଁମୁହିଁ
ବିକଶିତ ଗାଁ ବିକଶିତ ଓଡିଶା ଉପରେ ବିଜେଡିର ପ୍ରଶ୍ନଚିହ୍ନ
ବିଜେଡି କରିଥିଲା ଆମ ଗାଁ ଆମ ବିକାଶ
ପରେ କଲା ଆମ ଓଡିଶା- ନବୀନ ଓଡିଶା
ଗୋଟିଏ ଯୋଜନାର ନାଁ ଦୁଇଥର ବଦଳାଇଥିବା ଦଳର ପ୍ରଶ୍ନ
ସେମାନେ ଦେଇଥିବା ଯୋଜନା ନାଁ କାହିଁକି ହେଲା ପରିବର୍ତ୍ତନ
ଅରୁଣଙ୍କ ସହ ମୁହାଁମୁହିଁ ପଞ୍ଚାୟତିରାଜ ମନ୍ତ୍ରୀ
ଗାଁ... ରାଜ୍ୟ ଓ ଦେଶର ଆତ୍ମା...। କିନ୍ତୁ ରାଜ୍ୟ ସରକାରଙ୍କ ମହତ୍ବାକାଂକ୍ଷୀ ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି। ପୂର୍ବ ବିଜେଡି ସରକାରର ବହୁ ପ୍ରଚାରିତ ଆମ ଗାଁ ଆମ ବିକାଶ ପରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ବିଫଳତା ପଦାରେ ପଡିସାରିଛି। ଗୋଟିଏ ଯୋଜନାର ନାଁ ନିଜେ ଦୁଇ ଥର ବଦଳାଇଥିବା ବିଜେଡି ଏବେ ପ୍ରଶ୍ନ ଉଠାଉଛି। ବିକଶିତ ଗାଁ, ବିକଶିତ ଓଡ଼ିଶା ଗାଇଡ ଲାଇନ ପରିବର୍ତ୍ତନ ନେଇ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ପଞ୍ଚାୟତିରାଜ ବ୍ୟବସ୍ଥାରେ ବର୍ତ୍ତମାନ ସୁଦ୍ଧା କୌଣସି ଅସୁବିଧା ନାହିଁ। ୨୦୦୨ର ଓପିଡବ୍ଲୁ କୋଡକୁ ଆଧାର କରି ସବୁ କାମ ହେଉଛି। କୋଡ ଅନୁସାରେ ଗ୍ରାମ ସଭାରେ ପାରିତ ହେବ, ପଞ୍ଚାୟତ ସମିତି ଅନୁମୋଦନ କରିବ, ଜିଲ୍ଲାପାଳ ଅନୁମୋଦନ ପରେ କାମ ହେଉଛି। ଗାଁର କାମ ହେବ ଗାଁ ଲୋକ କରିବେ। ଗାଇଡ଼ ଲାଇନ କୌଣସି ପରିବର୍ତ୍ତନ ହୋଇନାହିଁ।
ଅନ୍ୟପଟେ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ସଫଳତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଯାହା ଉପରେ କଡ଼ା ଜବାବ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।
୨୦୧୮ ମାର୍ଚ୍ଚ 5ରେ ପୂର୍ବ ସରକାର ଆରମ୍ଭ କରିଥିଲେ ଆମ ଗାଁ ଆମ ବିକାଶ। ଏଥିରେ ଗାଁର ବିକାଶ ପାଇଁ ୬୨,୮୫୭ ପ୍ରକଳ୍ପରେ ୧୫୫୪ କୋଟି ଖର୍ଚ୍ଚ କରିବେ କହିଥିଲେ। ହେଲେ ପରିବର୍ତ୍ତି ସମୟରେ ଏଥିରେ ଅନିୟମିତା ଓ ଦୁର୍ନୀତିର ପ୍ରମାଣ ପାଇଥଇଲେ ସିଏଜି। କଟକ ଓ ସମ୍ବଲପୁରରେ ଅଡିଟ ବେଳେ ଏହା ଧରାପଡିଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ୨୦୨୩ ଅକ୍ଟୋବର ୧୦ରେ ଆମ ଓଡିଶା ନବୀନ ଓଡିଶା ଯୋଜନା ଆରମ୍ଭ କରିଥିଲେ ଏଥିରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ହିସାବରେ ୯୦,୭୨୩ ପ୍ରକଳ୍ପ କରିବେ କହିଲେ ଏଥିପାଇଁ ୩୩୯୭ କୋଟି ଖର୍ଚ୍ଚ ହେବ ବି କହିଲେ। ହେଲେ ଅନେକ ସ୍ଥାନରେ କେବଳ ଶୁଭ ଦେବାରେ ସୀମିତ ରହିଲା ଗାଁ ବିକାଶର କାମ। ଗାଁ ବିକାଶ ନାଁରେ କର୍ମୀ ପୋଷା ହେବାର ଆସିଲା ଅଭିଯୋଗ।
ବିଜେଡି ଶାସନ ସମୟରେ ରାଜ୍ୟର ୮୩୦୦ ଗାଁକୁ ନ ଥିଲା ପକ୍କା ରାସ୍ତା । ସେହିପରି ୩୦ ହଜାର ୬୧୫ ଗାଁରେ ପହଁଞ୍ଚିପାରି ନ ଥିଲା ପାଇପ୍ ଯୋଗେ ପାନୀୟ ଜଳ। ସରକାର ପରିବର୍ତ୍ତନ ହେଲା ଏବେ ଗାଁର ବିକାଶ ପାଇଁ ପ୍ରସ୍ତୁତ ହୋଇଛି ଖସଡା। ବଦଳିବ ଗାଁର ଚିତ୍ର । ବିକାଶର ଦୌଡ଼ରେ ସହର ସହ ତାଳ ଦେଇଁ ଧାଇଁବ ଗ୍ରାମାଞ୍ଚଳ। ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ନେଇ ଗୋଷ୍ଠୀ ଉନ୍ନୟନ ଓ ଶିକ୍ଷା, ସବୁ କ୍ଷେତ୍ର ପ୍ରତି ଦିଆଯିବ ଗୁରୁତ୍ବ ।