Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କମ୍ପାଇବେ ବିଜେପି ନେତା, ବବିଙ୍କ ବଢାଇବେ ଅଡୁଆ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କମ୍ପାଇବେ ବିଜେପି ନେତା, ବବିଙ୍କ ବଢାଇବେ ଅଡୁଆ

Key Points

  • କମ୍ପାଇବେ ବିଜେପି ନେତା
  • ମଇଦାନକୁ ଓହ୍ଲାଇବେ ଅରିନ୍ଦମ
  • ବବିଙ୍କ ବଢାଇବେ ଅଡୁଆ
     

ଅର୍ଗସ ବ୍ୟୁରୋ : କଳ୍ପନାଜଳ୍ପନାର ଅନ୍ତ ହେଲା, ବିଜେପି ପ୍ରାର୍ଥୀ ଘୋଷଣା କଲା । ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ଏବେ ସେଇୟା ହିଁ ହେଲା । ଅର୍ଥାତ୍‌ ବିଜେପିର ପ୍ରାର୍ଥୀ ହେଲେ ଅଭିନେତା ଅରିନ୍ଦମ ରାୟ । ସିଏ ପୁଣି ସାଲେପୁର ପରି ଚର୍ଚ୍ଚିତ ନିର୍ବାଚନମଣ୍ଡଳୀରୁ । ଖାଲି ସେତିକି ନୁହେଁ, ଖୋର୍ଦ୍ଧା ବିଧାସଭାକୁ ନେଇ ଚାଲିଥିବା ଛକାପଂଝାର ବି ଅନ୍ତ ଘଟିଛି । ବାଦ ବିବାଦ ସତ୍ୱେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ଦେଇଛି ଟିକଟ । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । 

ସାଲେପୁରରୁ ଏଥର ଲଢେଇ କରିବେ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ । ପୂର୍ବରୁ ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିବାରୁ ସେ ଦଳ ଛାଡିଦେଇଥିଲେ, ବିଜେପିରେ ସାମିଲ ହୋଇଥିଲେ । ବବିଙ୍କ ଭିଣୋଇ ହେବା ପରେ ବି ଦଳରେ ତାଙ୍କୁ ଯେମିତି ଭାବରେ ଅଣଦେଖା କରାଗଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଖାଲି ଚର୍ଚ୍ଚା ହୋଇଥିଲା ତାହା ନୁହେଁ ବରଂ ବିଜେଡିର ଗୋଟି ଗୋଟି ସତ ବାହାରେ ପଡିଥିଲା । କେମିତି ଦଳ ଚାଲୁଛି ? ଶାସନ କ୍ଷମତା କାହା ପାଖରେ ଅଛି ? କିଛି ଏମିତି ସତ ସବୁ ସାମ୍ନାକୁ ଆସିଥିଲା । ସେବେଠୁ ଚର୍ଚ୍ଚା ହେଉଥିଲା କି ଦଳ ଅରିନ୍ଦମଙ୍କୁ ପ୍ରାର୍ଥୀ କରିବ ବୋଲି । ଅନୁମାନ ସତ ହୋଇଛି, ଅରିନ୍ଦମଙ୍କୁ ଦଳ ପ୍ରାର୍ଥୀ କରିଛି ।

ଖୋର୍ଦ୍ଧା...ଏହି ଆସନକୁ ନେଇ ବି ଅନେକ ସମୟରେ ଚର୍ଚ୍ଚା ଚାଲେ । କାରଣ ଦଳ ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ? ସେନେଇ ଅନେକ ଅଙ୍କକଷା ହୋଇଥିଲା । ହେଲେ ସେ ଅଙ୍କର ସମାଧାନ ହୋଇଛି । ଜଗଦ୍ଦେବଙ୍କ ନାଁରେ ଦଳ ମୋହର ମାରିଛି । ମୋଟ୍‌ ଉପରେ ଜଗଦ୍ଦେବ ଜଣେ ଭଲ ସଂଗଠକ ହୋଇଥିବାରୁ ତାଙ୍କ ହାତରୁ ଗଡ ନେବା ବିଜେଡି ପାଖରେ ଅସମ୍ଭବ । ଠିକ୍‌ ସେହିପରି ଅରିନ୍ଦମଙ୍କ ବବିଙ୍କ ସହ ପାରିବାରିକ ସମ୍ପର୍କ ଥିବା ପରେ ବି ବିଜେଡିରେ ତାଙ୍କୁ ସମ୍ମାନ ମିଳିଲାନି ୟ। ତେଣୁ ଦଳ ଛାଡିବା ପରେ ସବୁ ଭିତ୍ତିରି କଥା ପଦାରେ ପଡିଗଲା । ତେଣୁ ଅରିନ୍ଦମ ଓ ଜଗଦ୍ଦେବଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
BJD | Argus News