ବିଜେପି ପ୍ରତିଷ୍ଠା ଦିବସ, ଜନତା ସେବା ଉପରେ ବିଜେପି କର୍ମୀ ଗୁରୁତ୍ବ ଦେବାକୁ କହିଲେ କେନ୍ଦ୍ରମନ୍ତ୍ରୀ

ବିଜେପି ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ । ପ୍ରତିଷ୍ଠା ଦିବସ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି, ବିଗତ 10 ମାସ ମଧ୍ୟରେ ସରକାର ବଦଳିଛି । ଦଳ ପ୍ରତି ଲୋକଙ୍କ ଆଶୀର୍ବାଦ ନିରନ୍ତର ରହିଛି । ବିଗତ ୧୦ ମାସ ମଧ୍ୟରେ ଚାଷୀ, ଯୁବକ, ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଉଥିଲେ କିନ୍ତୁ ଡବଲ ଇଞ୍ଜିନ ସରକାର ଏଥର ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଖାଦ୍ୟ ଯୋଗାଇ ଦେଉଛନ୍ତି। ମହିଳା ମାନଙ୍କୁ ଲୋନ କଥା କହି ପୂର୍ବ ସରକାର ୨୦୦ ,୩୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଲେ ଡବଲ ଇଞ୍ଜିନ ସରକାର କୋଟିଏ ମହିଳାଙ୍କୁ ୧୦ ହାଜର ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଆଉ ସେ କଥା ପୂରଣ ମଧ୍ୟ କଲେ।
ସେହିପରି ଚାଷୀମାନଙ୍କ କଥାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ଯେପରି ପ୍ରତିଶ୍ରୁତି ଦିଆଯାଇଥିଲା, ସେହିପରି ଚାଷୀ ମାନଙ୍କୁ କୁଇଣ୍ଟଲ ପିଛା ୩୧୦୦ ଟଙ୍କା ଦିଆଗଲା। ହଜାର ହଜାର କୋଟି ଟଙ୍କା ଚାଷୀଙ୍କ ପରିବାରକୁ ଗଲା। ଆଜି ପ୍ରତିଷ୍ଠା ଦିବସରେ ଆପଣଙ୍କୁ ଏକ ଦାୟିତ୍ବ ଦିଆଯାଉଛି। କର୍ଯ୍ୟକର୍ତ୍ତା କେବଳ ଟଙ୍କା ରୋଜଗାର କରିବାର ମାନସିକତା ରଖିଲେ ହେବନି ସାଧାରଣ ଲୋକଙ୍କ ପାଖରେ ସଚ୍ଚୋଟ ଭାବେ ହନୁମାନ ହୋଇ ଲୋକଙ୍କୁ ସେବା ଯୋଗାଇବା ପାଇଁ ପଡିବ। ଆମକୁ ସେବା କରିବାର ଆବଶ୍ୟକତା ଅଛି। ଲୋକଙ୍କ ପାଖକୁ ଯିବାର ଆବଶ୍ୟକତା ଅଛି।
ସେହପରି ମିଶନ ଶ୍କତିକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ପୁରୁଣା ସରକାର ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ଏକାଠି କରୁଥିଲେ । ଆମ ସରକାରରେ କୋଟିଏ ମହିଳାମାନଙ୍କୁ 10 ହଜାର ଟଙ୍କା ଲେଖାଏଁ ଦିଆଯାଇଛି । ଗତ ସରକାରର ଭୁଲ ଯୋଗୁଁ ପାଣି ଆସିବାର ବିଳମ୍ୱ ହେଉଛି। ଆମ ସରକାର ପାଣି ଯୋଗାଇବା ପାଇଁ ଦାୟିତ୍ବ ନେଇଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ବହୁତ କାମ ଅଛି ଆଉ ଦାୟିତ୍ବ ମଧ୍ୟ ଅଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।