Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଶ୍ଚିମବଙ୍ଗ ବାଂଲାଦେଶ ହେବାକୁ ଯାଉଥିଲା, ପ୍ରଧାନମନ୍ତ୍ରୀ ବଞ୍ଚେଇ ଦେଇଛନ୍ତି

Odisha

BJP Election Victory / ପଶ୍ଚିମବଙ୍ଗ ବାଂଲାଦେଶ ହେବାକୁ ଯାଉଥିଲା, ପ୍ରଧାନମନ୍ତ୍ରୀ ବଞ୍ଚେଇ ଦେଇଛନ୍ତି

Bikash Mohanty
Browse all articles by Bikash Mohanty
·3 hours ago·2 min read
ପଶ୍ଚିମବଙ୍ଗ ବାଂଲାଦେଶ ହେବାକୁ ଯାଉଥିଲା, ପ୍ରଧାନମନ୍ତ୍ରୀ ବଞ୍ଚେଇ ଦେଇଛନ୍ତି
BJP Leaders Celebrate

Key Points

ଚାରୋଟି ରାଜ୍ୟର ନିର୍ବାଚନ ଫଳାଫଳ ନେଇ ରାଜ୍ୟ ବିଜେପି ନେତୃବୃନ୍ଦ ଉତ୍ସାହିତ
ଲକ୍ଷାଧିକ କାର୍ଯ୍ୟକର୍ତ୍ତାଙ୍କ ବଳିଦାନରେ ଆଜି ଏ ସଫଳତା ମିଳିଛି
ପଶ୍ଚିମବଙ୍ଗ ବାଂଲାଦେଶ ହେବାକୁ ଯାଉଥିଲା, ପ୍ରଧାନମନ୍ତ୍ରୀ ବଞ୍ଚେଇ ଦେଇଛନ୍ତି
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ପ୍ରତିକ୍ରୀୟା

୦୪/୦୫,ଭୁବନେଶ୍ବର: ଚାରୋଟି ରାଜ୍ୟର ନିର୍ବାଚନ ଫଳାଫଳ ନେଇ ରାଜ୍ୟ ବିଜେପି ନେତୃବୃନ୍ଦ ଉତ୍ସାହିତ ହୋଇଛନ୍ତି। ଲକ୍ଷାଧିକ କାର୍ଯ୍ୟକର୍ତ୍ତାଙ୍କ ବଳିଦାନରେ ଆଜି ଏ ସଫଳତା ମିଳିଛି। ଅନେକ କାର୍ଯ୍ୟକର୍ତ୍ତା ଏପରି ଅଛନ୍ତି ଯେଉଁମାନେ 10/12 ବର୍ଷ ହେଲା ନିଜ ଘରକୁ ଫେରି ନାହାନ୍ତି। ଆମର ପ୍ରତିଷ୍ଠାତାଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି। ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଦେଉଛି। ସମସ୍ତଙ୍କ ପ୍ରୟାସ ପାଇଁ ଆଜି ଏହା ସଫଳ ହୋଇଛି। ଆମେ ନିଶ୍ଚିତ ବହୁ ମତରେ ସରକାର କରିବୁ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ତାମିଲନାଡୁରେ ଆଶ୍ଚର୍ଯ୍ୟ ନୁହେଁ ସେଠିକାର ଲୋକେ କଳାକାର ମାନଂକୁ ପସନ୍ଦ କରନ୍ତି. ଆସାମରେ ସଫଳତା ଆମକୁ ନିଶ୍ଚିତ ଖୁସି ଦେଉଛି। ଆମକୁ ଦୁଇଟି ଜାଗାରେ ବେଶି କଷ୍ଟ ହେଉଥିଲା କେରଳ ଏବଂ ପଶ୍ଚିମବଙ୍ଗ ରେ ଆଜି ଦୁଇଟା ଜାଗାରେ ପରିବର୍ତ୍ତନ ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି।


ନିର୍ବାଚନ ଫଳାଫଳ ବିଷୟରେ ଆଗରୁ ବିଜେପିର କେନ୍ଦ୍ର ନେତୃତ୍ୱ ଓ ରାଜ୍ୟ ନେତୃତ୍ୱ ଆଗରୁ କହିସାରିଥିଲେ ଆଜି ମଧ୍ୟ ଆମେ ପୂର୍ବ ଅନୁମାନ ସଠିକ ହେଉଛି ବୋଲି ଦେଖୁଛୁ। ଆଶାମ ଓ ପଶ୍ଚିମବଙ୍ଗରେ ସରକାର କରୁଛୁ। ପଶ୍ଚିମବଙ୍ଗରେ ଲୋକଙ୍କୁ ଭୋଟ ଦେବାକୁ ସୁଯୋଗ ଦିଆଯାଉ ନଥିଲା, ଏଥର ସଠିକ ଭୋଟର ଭୋଟ ଦେଇ ନିର୍ବାଚନ ଜିତାଇଛନ୍ତି। ପୁଡ଼ୁଚେରୀରେ ବି ଆମ ସରକାର ହେଉଛି। କେରଳରେ ମଧ୍ୟ ବିଜେପି ର ଭୋଟ ପ୍ରତିଶତ ବଢିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।

ପଶ୍ଚିମବଙ୍ଗ ବାଂଲାଦେଶ ହେବାକୁ ଯାଉଥିଲା, ପ୍ରଧାନମନ୍ତ୍ରୀ ବଂଚେଇ ଦେଇଛନ୍ତି। ଅଙ୍ଗ, ବଙ୍ଗ, କଳିଙ୍ଗ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଆମେ ଏଥିରେ ସଫଳ ହେଲୁ l ପଶ୍ଚିମବଙ୍ଗକୁ ଦ୍ଵିତୀୟ ସ୍ୱାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ l ସ୍ଲୋଗାନ ଥିଲା ହରେ କୃଷ୍ଣ ହରେ ହରେ ପଦ୍ମଫୁଲ ଘରେ ଘରେ। ଆମ ଓଡ଼ିଶା ନେତା ନିଷ୍ଠାର ସହିତ କାମ କରିଛନ୍ତି l ଷ୍ଟ୍ରାଟେଜି, ପ୍ରଚାର ଓଡିଶା ଭଳି ଥିଲା, ମତଦାନବୃଦ୍ଧି ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସୂତ ହେଇଥିଲା ପଶ୍ଚିମବଙ୍ଗ ପାଇଁ l ଭୂପିନ୍ଦର ଯାଦଵ, ସୁନୀଲ ବଂଶଲଙ୍କ ରଣନତି ବେଶ ସଫଳତା ଆଣିଦେଇଛି l ଦିଦଙ୍କ ପାଇଁ ଆଳୁ ସମସ୍ୟା ହେଉଥିଲା, ଆମ ସରକାର ଆସିବା ପରେ ଏହାର ସମାଧାନ ବି ହେଇଯିବ ବୋଲି କହିଛନ୍ତି ବିଜେପି ସାଂସଦ ରବୀନ୍ଦ୍ର ନାରାୟଣ ବେହେରା

ପଢନ୍ତୁ ଏହି ଖବର: ଅଙ୍ଗ-ବଙ୍ଗ-କଳିଙ୍ଗ...ସବୁଠି ଫୁଟିଲା ପଦ୍ମ

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ପଶ୍ଜିମବଙ୍ଗରେ  ବିଜେପି ସରକାର ଗଠନ ପରେ ବେଶ ଉତ୍ସାହିତ ହୋଇଛନ୍ତି। ବିଜେପିର ଲକ୍ଷାଧିକ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ଓ ବଳିଦାନର ସୁଫଳ ମିଳିଛି। ବିଜେପି ସରକାର ପରେ ପଶ୍ଜିମବଙ୍ଗର ବିକାଶ ହେବା ସହ ଶାନ୍ତି ଫେରିବ।

ତେବେ ପ୍ରଥମଥର ପାଇଁ ପଡ଼ୋଶୀ ପଶ୍ଜିମବଙ୍ଗରେ ବିଜେପି ସରକାର କରୁଛି। ବିଜେପିର ‘ମିଶନ ପୂର୍ବ’ ସଫଳ ହୋଇଛି। ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଓ ଆସାମରେ ବିଜେପି ସରକାର କରିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP Election Victory | BJP Celebrates Major Victory in Four-State Elections | Leaders Praise Workers | Argus News