ରାଜ୍ୟରେ ବିଜେପି ସରକାରକୁ ପୂରିଲା ୧୦ ମାସ

ରାଜ୍ୟରେ ବିଜେପି ସରକାରକୁ ପୁରିଲା 10 ମାସ। ଡବଲ ଇଞ୍ଜିନ ସରକାରରେ ଚାଲିଛି ଦୁଇ ଗୁଣ ବେଗରେ ବିକାଶ। ମୋଦିଙ୍କ ସ୍ବପ୍ନ ବିକଶିତ ଭାରତ ଗଠନ। ରାଜ୍ୟରେ 2024 ଜୁନ 12ରେ ଶପଥ ନେଇ ନୂଆ ସରକାର ଆରମ୍ଭ କରିଥିଲା ବିଜେପି। ଫୋକସରେ କୃଷକ, ଯୁବକ, ମହିଳା ଓ ଗରିବଙ୍କ ବିକାଶ।
2036ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରସ୍ତୁତ ହୋଇଛି ରୋଡ଼ ମ୍ୟାପ। 24 ସଂକଳ୍ପ ପତ୍ରର ପ୍ରତିଟି ପ୍ରତିଶ୍ରୁତିକୁ ପୂରଣ କରୁଛନ୍ତି ସରକାର। ନୂଆ ସରକାର ଦାୟିତ୍ଵ ନେବା ପରେ ଦୂର ହୋଇଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା, ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ଵାର। ଦୀର୍ଘ ବର୍ଷ ପରେ ଫିଟିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାର, ଶ୍ରୀମନ୍ଦିର ବିକାଶ ପାଇଁ 500 କୋଟି ଟଙ୍କାର କର୍ପସ ଫଣ୍ଡ, ଧାନର ଏମଏସପି ଉପରେ 800 ଟଙ୍କା ଇନପୁଟ ସବସିଡି ସହ ଚାଷୀଙ୍କୁ ମିଳିଲା ଧାନ କୁଇଣ୍ଟାଲ ପିଛା 3100 ଟଙ୍କା।
ସେହିପରି ସୁଭଦ୍ରା ଯୋଜନାରେ ଏକ କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମିଳିଲା ଆର୍ଥିକ ସହାୟତା, ଓଡ଼ିଆ ଅସ୍ମିତା ସୁରକ୍ଷା ପାଇଁ 200 କୋଟିର କର୍ପସ ଫଣ୍ଡ। ରାଜ୍ୟରେ ଲାଗୁ ହେଲା ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ତଦ୍ୟୋୟ ଗୃହ ଯୋଜନାରେ 50 ହାଜର ଲୋକଙ୍କୁ ସାମିଲ କରାଯାଇଥିବା ବେଳେ 5 ବର୍ଷରେ 5 ଲକ୍ଷ ଲୋକଙ୍କୁ ମିଳିବ ଘର।
ଦାନା ବାତ୍ୟାର ସଫଳ ମୁକାବିଲା, କମିଛି ସ୍କୁଲ ଡ୍ରପ୍ ଆଉଟ୍ ହାର, ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ 5 ହାଜର ଟଙ୍କାର ସହାୟତା ଯୋଗାଇ ଦେଉଛନ୍ତି ସରକାର। ଗୁଣାତ୍ମକ ଶିକ୍ଷା ପାଇଁ ଲାଗୁ ହେଲା ଜାତୀୟ ଶିକ୍ଷା ନୀତି। 80ରୁ ଉର୍ଦ୍ଧ୍ବ ବୟସ୍କଙ୍କୁ 3500 ଟଙ୍କା ବାର୍ଦ୍ଧକ୍ୟ ଭତ୍ତା, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁରେ ସହର ଭଳି ସୁବିଧା।
ସେପଟେ ପ୍ରଥମଥର ପଇଁ ଓଡ଼ିଶାରେ ଆଯୋଜିତ ହୋଇଛି ପ୍ରବାସୀ ଭାରତୀୟ ଦିବସ ପାଳନ, ସର୍ବ ଭାରତୀୟ ଡିଜିପି ସମ୍ମିଳନୀ, ଶିଳ୍ପ ଅଭିବୃଦ୍ଧି ପାଇଁ ସଫଳତାର ସହ ଉତ୍କର୍ଷ ଓଡ଼ିଶା - ମେକ ଇନ୍ ଓଡ଼ିଶା କନକ୍ଲେଭ, ପର୍ଯ୍ୟଟନ ହବ୍ ହେବ ଓଡ଼ିଶା, ଖଣି ଚୋରଙ୍କୁ କରାଯାଉଛି ସାବାଡ, ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ବିଧାନସଭାରେ ହେଲା ପାରିତ, 75 ହଜାର କିଲୋମିଟର ରାସ୍ତା ତିଆରି କରିବେ ସରକାର।

