|
logo
Live
Argus News App
GET APP

Argus News - ଜାଣନ୍ତୁ ରାଜ୍ୟରେ ବିଜେପି ସରକାରର ଉପଲବ୍ଧି ଭିତରୁ କିଛି ପ୍ରମୁଖ ଉପଲବ୍ଧି ବିଷୟରେ

Odisha

ଜାଣନ୍ତୁ ରାଜ୍ୟରେ ବିଜେପି ସରକାରର ଉପଲବ୍ଧି ଭିତରୁ କିଛି ପ୍ରମୁଖ ଉପଲବ୍ଧି ବିଷୟରେ

Jyoti Prakash Mallick
Browse all articles by Jyoti Prakash Mallick
·9 months ago·2 min read
ଜାଣନ୍ତୁ ରାଜ୍ୟରେ ବିଜେପି ସରକାରର ଉପଲବ୍ଧି ଭିତରୁ କିଛି ପ୍ରମୁଖ ଉପଲବ୍ଧି ବିଷୟରେ

Key Points

ଯୋଗ୍ୟ ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେଇ ସାରିଲେଣି ରାଜ୍ୟ ସରକାର

ଚାଷୀଙ୍କ ହିତ ପାଇଁ ଧାନର ଇନପୁଟ ସହାୟତା ୮୦୦ ଟଙ୍କା ବୃଦ୍ଧି କରାଯାଇଛି

ଉତ୍କର୍ଷ ଓଡ଼ିଶାରେ ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି

ଓଡ଼ିଶାରେ ବିଜେପି ସରକାରକୁ ପୂରଣ ହୋଇଛି ବର୍ଷେ। ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ କରି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ସରକାରର ବର୍ଷକର ଉପଲବ୍ଧି କହିବା ସହ ଆଗାମୀ ବର୍ଷ ପାଇଁ ସରକାରଙ୍କ ଭିଜନ ବାବଦରେ ଅବଗତ କରିଛନ୍ତି। ବିଗତ ବର୍ଷେ ମଧ୍ୟରେ ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନା ସୁଭଦ୍ରା, ଚାଷୀଙ୍କ ପାଇଁ ଇନପୁଟ ସହାୟତା କୁଇଣ୍ଟାଲ ପିଛା ୮୦୦ ଟଙ୍କା, ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ସହାୟତା ରାଶି ବୃଦ୍ଧି, ଉତ୍କର୍ଷ ଓଡ଼ିଶାରେ ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହ କେନ୍ଦ୍ର ସରକାରଙ୍କ ସହଯୋଗରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି।


ଜାଣନ୍ତୁ ରାଜ୍ୟରେ ବିଜେପି ସରକାରର ଉପଲବ୍ଧି -


ରାଜ୍ୟରେ ବିଜେପି ସରକାରଙ୍କ ସବୁଠାରୁ ଲୋକପ୍ରିୟ ଯୋଜନା ହେଉଛି ସୁଭଦ୍ରା ଯୋଜନା। ଯାହା ମହିଳାଙ୍କ ମୁହଁରେ ହସ ଆଣିଛି। ଯୋଗ୍ୟ ହିତାଧିକାରୀଙ୍କୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଦେଇ ସାରିଲେଣି ରାଜ୍ୟ ସରକାର। ସେହିଭଳି ଚାଷୀଙ୍କ ହିତ ପାଇଁ ଧାନର ଇନପୁଟ ସହାୟତା ୮୦୦ ଟଙ୍କା ବୃଦ୍ଧି କରାଯାଇଛି। ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ରାଶି ବୃଦ୍ଧି କରାଯାଇଛି। ଉତ୍କର୍ଷ ଓଡ଼ିଶାରେ ୧୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୫ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହୋଇଛନ୍ତି। ପିଏମ୍ ଫସଲ ବୀମା ଯୋଜନାରେ ୩୬.୦୧ ଲକ୍ଷ ଚାଷୀଙ୍କୁ ୧୯ ହଜାର କୋଟିରୁ ଅଧିକ ଟଙ୍କାର ଋଣ ସହାୟତା ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିଭଳି ଉତ୍କର୍ଷ ଓଡ଼ିଶା-୨୦୨୫ କନକ୍ଲେଭରେ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ କୋଟି ଟଙ୍କାର ନିବେଶ ସୁଯୋଗ ଆସିଥିବା ବେଳେ ପିଏମ୍ ବିଶ୍ୱକର୍ମା ଯୋଜନାରେ ୧୮ଟି ପାରମ୍ପରିକ ହସ୍ତଶିଳ୍ପ ପାଇଁ ୭୨, ୨୮୮ ହିତାଧିକାରୀଙ୍କୁ ତାଲିମ ଦିଆଯାଉଛି। ୪.୫ ଲକ୍ଷ କୋଟି ଟଙ୍କାରୁ ଅଧ‌ିକ ନିବେଶ ପାଇଁ ୨୦୭ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର ହୋଇଛି। ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବ୍ୟବସ୍ଥା। ଓଡ଼ିଶାର ସମୃଦ୍ଧ କଳାସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ ପାଇଁ ଅନୁମୋଦନ।୧୫ଟି ଜିଲ୍ଲାରେ ୧୧,୪୬୨ ଗୃହ ନିର୍ମାଣ ସଂପୂର୍ଣ୍ଣ ଏବଂ ୨୮,୬୬୧ ଘର ନିର୍ମାଣାଧୀନ ରହିଛି। ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ୧,୭୨,୩୫୬ ଜଣ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି।


ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ନଗଦବିହୀନ ଚିକିତ୍ସା ସୁବିଧା ଦିଆଯାଉଛି। ଦେଶର ୨୯ ହଜାରରୁ ଅଧ‌ିକ ଚିକିତ୍ସାଳୟରେ ନଗଦବିହୀନ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଛି। ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ ବର୍ଷ ଓ ବରିଷ୍ଠ ନାଗରିକଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଛି। ପୂର୍ବ ସରକାର ବେଳେ ବନ୍ଦ ହୋଇ ପଡିଥିବା ଅଭିଯୋଗ ପ୍ରକୋଷ୍ଠ ପୁଣି ଚଳଚଞ୍ଚଳ ହୋଇ ପଡ଼ିଛି। ଲୋକଙ୍କ ସୁବିଧା ପାଇଁ ସମ୍ବଲପୁରରେ ହୋଇଛି ଅଭିଯୋଗ ଶୁଣାଣି। ଆହୁରି ଅନେକ ଜନହିତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

Sponsored
ଜାଣନ୍ତୁ ରାଜ୍ୟରେ ବିଜେପି ସରକାରର ଉପଲବ୍ଧି ଭିତରୁ କିଛି ପ୍ରମୁଖ ଉପଲବ୍ଧି ବିଷୟରେ | Argus News