Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁନର୍ଜନ୍ମ ପାଇବ ମଣିଷ ତିଆରି କାରଖାନା ବକୁଳବନ

Odisha

ପୁନର୍ଜନ୍ମ ପାଇବ ମଣିଷ ତିଆରି କାରଖାନା ବକୁଳବନ

Smruti Parija
Browse all articles by Smruti Parija
·1 year ago·2 min read
ପୁନର୍ଜନ୍ମ ପାଇବ ମଣିଷ ତିଆରି କାରଖାନା ବକୁଳବନ

ଅର୍ଗସ ବ୍ୟୁରୋ: ସତ୍ୟବାଦୀ ବକୁଳବନର ଐତିହ୍ୟକୁ ସୁରକ୍ଷିତ ରଖାଯାଇ ଏହାର ପୁନରୁଦ୍ଧାର ଓ ବିକାଶ ପାଇଁ ଅଣ୍ଟା ଭିଡିଲେ ବିଜେପି ସରକାର । ଏହାର ମୌଳିକ ଢାଞ୍ଚାର ଅନୁରୂପ ବିକାଶ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାରେ ସ୍ବତନ୍ତ୍ରତା ସଂଗ୍ରାମର ନେତୃତ୍ବ ନେବା ସହ ଦେଶ ସ୍ବାଧୀନତା ପାଇଁ ଯେଉଁ ଯୋଜନା ଓ ପରିକଳ୍ପନା କରିଥିଲେ, ତା’ର ପ୍ରୟୋଗଶାଳା ଥିଲା ସତ୍ୟବାଦୀ ବକୁଳବନ ବିଦ୍ୟାଳୟ । ଏହି ପବିତ୍ର ସ୍ଥାନରୁ ହିଁ ପଣ୍ଡିତ ଗୋପବନ୍ଧୁଙ୍କ କଳ୍ପନାରେ ହିଁ ନୂଆ ଜାତୀୟ ଶିକ୍ଷା ନୀତିର ଅଭ୍ୟୁଦୋୟ ହୋଇଥିଲା । ତାଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପଣ୍ଡିତ କୃପାସିନ୍ଧୁ ମିଶ୍ର ଆଦି ମହାପୁରୁଷମାନେ ବକୁଳବନରେ ଛାତ୍ରଛାତ୍ରୀଙ୍କୁ ମୌଳିକ ଶିକ୍ଷା ସହ ରୋଜଗାର ଦେବା ଭଳି ଶିକ୍ଷା ପ୍ରଦାନ କରୁଥିଲେ ।


ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ ବହନ କରୁଥିବା ଏହି ଐତିହ୍ୟସମ୍ପନ୍ନ ଅନୁଷ୍ଠାନର ମହତ୍ବକୁ ଦୃଷ୍ଟିରେ ରଖି ଗୁଜୁରାଟର ବଡନଗରରେ ପ୍ରଧାନମନ୍ତ୍ରୀ ପାଠ ପଢିଥିବା ‘ପ୍ରେରଣା ସ୍କୁଲ’ର ଢାଞ୍ଚା ଅନୁସାରେ ବକୁଳ ବନ ବିଦ୍ୟାଳୟର ବିକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ପ୍ରଧାନମନ୍ତ୍ରୀ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ପ୍ରେରଣା ବିଦ୍ୟାଳୟ ଆଜି ଯେପରି ଶିକ୍ଷା ଓ ମୂଲ୍ୟବୋଧର ଏକ ଅନନ୍ୟ କେନ୍ଦ୍ରରେ ପରିଣତ ହୋଇଛି, ସେପରି ଭାବେ ଏହି ବକୁଳବନ ବିଦ୍ୟାଳୟର ନବୀକରଣ ହେଲେ ଆମର ବରପୁତ୍ର ଓ ମହାପୁରୁଷମାନେ ଦେଖିଥିବା ସ୍ବପ୍ନ ସାକାର ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ପ୍ରାଚୀନ ଭାରତରେ ଗୁରୁକୁଳ ପରମ୍ପରାକୁ ପୁର୍ନଜୀବିତ କରିବାର ପ୍ରୟାସ ଏହି ବକୁଳବନରୁ ଆରମ୍ଭ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ବତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ବତନ୍ତ୍ରତାର ଶହେ ବର୍ଷ ପୂରଣ କରିବ । ଏହି ମଣିଷ ତିଆରି କାରଖାନାର ପୁନରୁଦ୍ଧାର ହେଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶ ଓ କଳ୍ପନାରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ବୟନରେ ଏକ ସ୍ବପ୍ନ ପୂରଣ ହେବ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସତ୍ୟବାଦୀର ବକୁଳବନ 1909 ମସିହାରେ ପଞ୍ଚସଖାଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା । ସେ ସମୟରେ ଓଡିଶାର ବହୁ ଜଣାଶୁଣା ପଣ୍ଡିତ, ଜ୍ଞାନୀ, ଦେଶଭକ୍ତ ମାନେ ଏହି ବିଦ୍ୟାଳୟର ଶିକ୍ଷକ ଥିଲେ।


ସେ ସମୟରେ ଏହା ଓଡ଼ିଶାର ଏକ ପ୍ରତିଷ୍ଠିତ ବିଦ୍ୟାଳୟ ଭାବେ ଖ୍ୟାତି ଅର୍ଜନ କରିଥିଲା । ବିଜେଡି ସରକାରଙ୍କ ଅପାରଗତାରୁ ବକୁଳବନ ହରାଇ ବସିଥିଲା ଅସ୍ତିତ୍ବ । ଓଡ଼ିଶା ଭାଷା ସଂଗ୍ରାମୀଙ୍କୁ ଅଣଦେଖା କରିଥିଲା ୨୪ ବର୍ଷର ବିଜେଡି ସରକାର। ବିଜେପି ସରକାର କ୍ଷମତାକୁ ଆସିବାପରେ ପଞ୍ଚସଖା ପୀଠର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୩ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ହୋଇଥିଲା ।

Sponsored
bjp-government-has-taken-steps-to-preserve-the-heritage-of-satyabadi-bakulaban-and-restore-and-develop-it | Argus News