Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ବିଜେପି ସରକାରଙ୍କ ଶୂନ୍ୟ ସହନଶୀଳତା

Smruti Parija
Browse all articles by Smruti Parija
·1 year ago·2 min read
ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ବିଜେପି ସରକାରଙ୍କ ଶୂନ୍ୟ ସହନଶୀଳତା

Key Points

  • ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ବିଜେପି ସରକାରଙ୍କ ଶୂନ୍ୟ ସହନଶୀଳତା
  • ଡେରାବିଶ କିରାଣୀଙ୍କ ଗର୍ଭନଷ୍ଟ ମାମଲାରେ ବି ଦେଖାଇଲେ ତତ୍ପରତା
  • ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡେରାବିଶ ସିଡିପିଓ ହେଲେ ଅପସାରିତ
  • ନିର୍ଯ୍ୟାତନା ଯୋଗୁଁ କିରାଣୀଙ୍କ ଗର୍ଭନଷ୍ଟ ମାମଲାର ଆରମ୍ଭ ହେଲା ତଦନ୍ତ
  • ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା, ତଦନ୍ତ ରିପୋର୍ଟ ଆସିବା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ପୂର୍ବରୁ ବି ମହିଳାଙ୍କୁ ଯାତନା ମାମଲାରେ ବିଜେପି ସରକାର ନେଇଛନ୍ତି ତ୍ବରିତ ଆକ୍ସନ

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡା ଡେରାବିଶ ବ୍ଲକ ସମନ୍ଵିତ ମହିଳା ଶିଶୁ ବିକାଶ କାର୍ଯ୍ୟାଳୟର ମହିଳା କର୍ମଚାରିଙ୍କୁ ନିର୍ଯ୍ୟାତନା ଅଭିଯୋଗର ଆରମ୍ଭ ହୋଇଛି ତଦନ୍ତ। ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି CDPOଙ୍କ କାର୍ଯ୍ୟାଳୟରେ ପହଞ୍ଚି ମାମଲାର ତଦନ୍ତ କରିଛନ୍ତି । ତଦନ୍ତ କମିଟିରେ ମେଡିକାଲ ଅଫିସର ଚିତ୍ତ ରଞ୍ଜନ ବେହେରା ଓ ଡେରାବିଶ ତହସିଲଦାର ପ୍ରଜ୍ଞା ପରମିତା ପୃଷ୍ଟି ମଧ୍ୟ ସାମିଲ ହୋଇଥିଲେ । ସିଡିପିଓଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପଚରା ଉଚରା କରିଛି କମିଟି । ଏହାପରେ କମିଟି ସଦସ୍ୟମାନେ ପିଡ଼ୀତା ବର୍ଷା ପ୍ରିୟଦର୍ଶନୀଙ୍କ ଘରକୁ ଯାଇ ତଦନ୍ତ କରିଛନ୍ତି ।  

ଗତକାଲି ଡେରାବିଶି CDPO କାର୍ଯ୍ୟାଳୟର କିିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର CDPO ସ୍ନେହଲତା ସାହୁଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ l CDPOଙ୍କ ନିର୍ଯ୍ୟାତନା ଯୋଗୁଁ ତାଙ୍କ ଗର୍ଭ ନଷ୍ଟ ହୋଇଥିବା ଅଭିଯୋଗ କରିଥିଲେ ବର୍ଷା । ଘଟଣା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡରେ ଆସିଥିଲେ ରାଜ୍ୟ ସରକାର। ସିଡିପିଓଙ୍କୁ କାର୍ଯ୍ୟରୁ ଅପସାରଣ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। 

ଇଏ ପ୍ରଥମ ଘଟଣା ନୁହେଁ ପ୍ରତ୍ୟେକ ମହିଳା ନିର୍ଯ୍ୟାତନା ମାମଲାରେ ଶୂନ୍ୟ ସହନଶୀଳତା ଦେଖାଇଆସିଛନ୍ତି ବିଜେପି ସରକାର।  ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଘଟଣାରେ ନିଜେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ହସପିଟାଲରେ ପୀଡ଼ିତାଙ୍କୁ ଭେଟି ଦୋଷୀଙ୍କୁ ଦଣ୍ଡ ଦେବାକୁ ଆଶ୍ବାସନା ଦେଇଥିଲେ। ଢେଙ୍କାନାଳରେ ଦିବ୍ୟାଙ୍କ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବି ନିଜେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏସପିଙ୍କ ସହ କଥା ହୋଇ ଦୋଷୀଙ୍କ ବିରୋଧରେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଅଭିଯୁକ୍ତିଙ୍କୁ ଗିରଫ କରିଥିଲା ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହପରି ନବରଙ୍ଗପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ନିଜେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ କଡ଼ା ଆକ୍ସନ ପାଇଁ ପୋଲିସକୁ ଦେଇଥିଲେ ନିର୍ଦ୍ଦେଶ। ସେହିପରି ବାଲେଶ୍ବର ଅଙ୍ଗନବାଡ଼ି କର୍ମୀଙ୍କୁ ବାନ୍ଧି ମାଡ଼ମାରିବା ଘଟଣାରେ ବି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଥିଲେ ନିର୍ଦ୍ଦେଶ। ପୂର୍ବ ବିଜେଡି ସରକାରରେ ଥାନାକୁ ଅଭିଯୋଗ ନେଇ ମହିଳା ଗଲେ ଉପେକ୍ଷାର ଶୀକାର ହେଉଥିଲେ। ପୋଲିସ ମଧ୍ୟ ଦୋଷୀଙ୍କ ବିରୋଧରେ ଆକ୍ସନ ନେବାରେ ଶୀଥିଳଥା ଦେଖାଉଥିଲା କିନ୍ତୁ ରାଜ୍ୟରେ ସରକାର ବଦଳିବା ସହ ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ସରକାରୀ ସ୍ତରରେ ଦେଖିବାକୁ ମିଳୁଛି ତତ୍ପରତା।

Sponsored
BJP government has zero tolerance for women harassment | Argus News