Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବର୍ତ୍ତିପାରିବେନି ଅପରାଧୀ : ମନ୍ତ୍ରୀ କହିଲେ, ଖୋଲିବ ପୁରୁଣା ମାମଲା

Odisha

ବର୍ତ୍ତିପାରିବେନି ଅପରାଧୀ : ମନ୍ତ୍ରୀ କହିଲେ, ଖୋଲିବ ପୁରୁଣା ମାମଲା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ବର୍ତ୍ତିପାରିବେନି ଅପରାଧୀ : ମନ୍ତ୍ରୀ କହିଲେ, ଖୋଲିବ ପୁରୁଣା ମାମଲା

ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଉ ଛାଡ଼ ପାଇବେନି ଅପରାଧୀ। ଅନୈତିକ କାମ କରିଥିବା, ଅପରାଧ ଘଟାଇଥିବା ଲୋକଙ୍କୁ ଖୋଜି ଖୋଜି ବାହାର କରାଯିବ। ଚାପି ହୋଇଯାଇଥିବା ମାମଲା, ନିଷ୍କର୍ସ ବାହାରି ନଥିବା ବଡ଼ ମାମଲା ଗୁଡ଼ିକର ଫାଇଲ୍ ପୁଣି ଖୋଲିବ । ଦିଲ୍ଲୀରୁ ଫେରି ଆଜି ଏମିତି କଡ଼ା ବାର୍ତ୍ତା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ପୃଥ୍ଵୀରାଜ କହିଛନ୍ତି ରାଜ୍ୟରେ ହୋଇଥିବା ସବୁ ଅନୈତିକ କାମର ହେବ ତଦନ୍ତ । ନିଷ୍କର୍ସ ବାହାରି ନଥିବା ସବୁ ହତ୍ୟା ମାମଲାର ପୁଣି ତଦନ୍ତ ହେବ ।

ବଡ଼ ମାମଲାର ନିଷ୍କର୍ସ ବାହାରିବା ପାଇଁ ଯାହା ଦରକାର ପଡ଼ିବ ସରକାର ସେ ଦିଗରେ ପଦକ୍ଷେପ ନେବେ । ଖୋଲିବ ରାଜ୍ୟର ହାଇପ୍ରୋଫାଇଲ୍ ମର୍ଡର କେସର ଫାଇଲ୍ । ଦିଲ୍ଲୀରେ ଥିବାବେଳେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ବି ଏହି ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ। ସ୍ଵାମୀ ଲକ୍ଷ୍ମଣାନନ୍ଦ-ନବ ଦାସ-ମମିତା ମେହେର ହତ୍ୟା ମାମଲାର ଫାଇଲ୍ ଖୋଲିବେ ବିଜେପି ସରକାର । ବିଜେଡି ସରକାରରେ ଏ ସବୁ ମାମଲା ଥିଲା ବଡ଼ ବ୍ଲାକ୍ ସ୍ପଟ୍ ବା କଳା ଦାଗ ଯାହାକୁ ଘଣ୍ଟ ଘୋଡ଼ାଇଥିଲେ ନବୀନ ସରକାର । ବିଜେଡି ସରକାର ଚାପି ଦେଇଥିବା ଏ ସବୁ ମାମଲାର ଫାଇଲ୍ ରି-ଓପନ୍ କରିବେ ମୋହନ ସରକାର । ଆଇନମନ୍ତ୍ରୀଙ୍କ ଏହି ସୂଚନା ପରେ ଏବେ ଛାନିଆ ବିଜେଡି ନେତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Prithviraj Harichandan | Argus News