Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୁଣା ଫାଇଲକୁ ଖୋଲିବ ନୂଆ ସରକାର , ତଦନ୍ତରେ ଫଶିବେ ବିଜେଡି ନେତା !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପୁରୁଣା ଫାଇଲକୁ ଖୋଲିବ ନୂଆ ସରକାର , ତଦନ୍ତରେ ଫଶିବେ ବିଜେଡି ନେତା !

Key Points

  • ଖୋଲିବ ପୁରୁଣା ଫାଇଲ
  • ବିଜେଡି ନେତାଙ୍କ ଧକଧକ ଛାତି
  • ନବଦାସ, ମମିତ ଓ ଲକ୍ଷ୍ମଣାନନ୍ଦ
  • ସବୁ ଫାଇଲ ହେବ ରି-ଓପନ୍‌

ଅର୍ଗସ ବ୍ୟୁରୋ : ବିଜେଡି ସରକାର ବନ୍ଦ କରିଦେଇଥିଲା, ବିଜେପି ସରକାର ପୁଣି ଥରେ ଖୋଲିବ ପୁରୁଣା ଫାଇଲ । ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାଠାରୁ ଆରମ୍ଭ କରି ବହୁଚର୍ଚ୍ଚିତ ମମିତା ମେହେର ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା କେସର ହେବ ରି-ଓପନ୍‌ । କେମିତି ଏ ସବୁ ଘଟଣା ଘଟିଲା ? ଏଥିପାଇଁ ଦାୟୀ କିଏ ? ସେନେଇ ଗୋଟି ଗୋଟି ତଦନ୍ତ ହେବ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାଜ୍ୟର ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏମିତି କହିବା ପରେ ଏବେ ବିଜେଡି ନେତାଙ୍କ ନିଦ ହଜିଛି । କାରଣ ଏସବୁ ମାମଲାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କେଉଁଠି ନା କେଉଁଠି ବିଜେଡି ନେତା ହିଁ ଦାୟୀ ଅଛନ୍ତି । ତେଣୁ ଫାଇଲ

ସେଦିନ ଥିଲା ଜାନୁଆରୀ ୨୯, ୨୦୨୩  । ଝାରସୁଗୁଡ଼ା ବ୍ରଜରାଜନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ ତତ୍କାଳୀନ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଭିଡ଼ ଭିତରେ ପଶି ତାଙ୍କୁ ଅତି ପାଖରୁ ଗୁଳି କରି ହତ୍ୟା କରିଥିଲା ASI ଗୋପାଳ ଦାସ । ଘଟଣାସ୍ଥଳରୁ ଗୋପାଳଙ୍କୁ ଗିରଫ କରିଥିଲା ପୁଲିସ୍‌ । ହେଲେ ସୁରକ୍ଷାକର୍ମୀ ଓ ସମର୍ଥକଙ୍କୁ ଚକମା ଦେଇ ଗୋପାଳ କେମିତି ଏ କାଣ୍ଡ ଭିଆଇଲା ? ଏହା ପଛର କାରଣ କ’ଣ ଥିଲା ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିଲା । ଘଟଣାର ଗୁରୁତ୍ଵ ଦେଖି ମାମଲାର ତଦନ୍ତଭାର ତତ୍କାଳୀନ ବିଜେଡି ସରକାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ । ହେଲେ ହତ୍ୟାକାଣ୍ଡର ପ୍ରକୃତ କାରଣ ଉପରୁ ଏଯାଏଁ ପରଦା ହଟିପାରିଲା ନାହିଁ । ଅବଶ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ସନ୍ଦେହ ହେବାରୁ ସିବିଆଇ ତଦନ୍ତ ଦାବି ହୋଇଥିଲା, ହେଲେ ସିବିଆଇକୁ ତଦନ୍ତଭାର ଦେଇନଥିଲା ବିଜେଡି ସରକାର । ହେଲେ ଏବେ ମାମଲା ରିଓପନ ହେଉଥିବାରୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହେବ ବୋଲି ଆଶା ସଂଚାର ହେଲାଣି । 

ମସିହା- ୨୦୨୧ । ସ୍ଥାନ- କଳାହାଣ୍ଡିର ମହାଲିଙ୍ଗ । ସେଠାରେ ଘଟିଥିଲା ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ । ହତ୍ୟା ମାମଲାରେ ବିଜେଡି ନେତା ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସଂପୃକ୍ତି ଥିବା କୁହାଯାଉଥିଲା । ତେବେ ୨୦୨୨ରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ପରେ, ଶୀତଳଭଣ୍ଡାରକୁ ଚାଲିଯାଇଛି ଏହାର ତଦନ୍ତ ପ୍ରକ୍ରିୟା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମସିହା- ୨୦୦୮ । ସ୍ଥାନ-କନ୍ଧମାଳ । ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କ ୪ ଶିଷ୍ୟଙ୍କୁ ହତ୍ୟା କରାଯାଇଥିଲା । କନ୍ଧମାଳରେ ବ୍ୟାପକ ସାଂପ୍ରଦାୟିକ ହିଂସାକୁ ଜନ୍ମ ଦେଇଥିବା ଏହି ଲୋମହର୍ଷକ ଘଟଣାର ଅନେକ ଦିଗ ଏବେବି ସନ୍ଦେହ ଘେରରେ ରହିଛି । ତେଣୁ ଏସବୁ ପୁରୁଣା ପେଡ଼ିରୁ କେଉଁ ମହାଗୁମର ପଦାକୁ ଆସୁଛି, ତା' ଉପରେ ସମସ୍ତଙ୍କ ନଜର ରହିଛି।

ମୋଟ୍‌ ଉପରେ, ରାଜ୍ୟରେ ଏମିତି ବହୁଚର୍ଚ୍ଚିତ ମାମଲା ଘଟିଛି ଯାହାର ତଦନ୍ତ ହେଉଛି ଯେ ହେଉଛି ହେଲେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କିଏ ? ସେନେଇ କିନ୍ତୁ କୌଣସି ତଥ୍ୟ ସାମ୍ନାକୁ ଆସିପାରିନି । ତେଣୁ ଏବେ ଘଟଣାର ତଦନ୍ତ ହେଲେ ଦୋଷୀ କିଏ ଜଣାପଡିବ ବୋଲି ଲୋକେ କହିଲେଣି ।
ବ୍ୟୁରୋ ରିପୋର୍ଟ, ଅର୍ଗସ ଡିଜିଟାଲ
 

Sponsored
BJP Government | Argus News