Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବବି ଓ ତାଙ୍କ ଭାଇ ଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧରେ ବିଜେପି ସରକାରର ବଡ଼ ଆକ୍ସନ

Odisha

ବବି ଓ ତାଙ୍କ ଭାଇ ଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧରେ ବିଜେପି ସରକାରର ବଡ଼ ଆକ୍ସନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବବି ଓ ତାଙ୍କ ଭାଇ ଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧରେ ବିଜେପି ସରକାରର ବଡ଼ ଆକ୍ସନ

Key Points

  • ଯାଜପୁରରେ ବବି ଓ ତାଙ୍କ ଭାଇଙ୍କ ଖେଳ ଖତମ
  • ବବି ଓ ତାଙ୍କ ଭାଇ ଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧରେ ବିଜେପି ସରକାରର ବଡ଼ ଆକ୍ସନ
  • ଜେଲ୍‌ ଗଲେ ବିଜେଡି ନେତା ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସ
  • ବିରଜା ହାଟରେ ବ୍ୟବସାୟୀଙ୍କୁ ଧମକ ଦେବା ଓ ମାଡ଼ ମାରିବା ପଡ଼ିଲା ମହଙ୍ଗା 
  • ଏସ୍‌ଡିଜେଏମ୍‌ଙ୍କ ବାସଭବନ ହାଜର ପରେ ଯାଜପୁର ସବ୍‌ଜେଲକୁ ଗଲେ ଲଲ
  • ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି

ଅର୍ଗସ ବ୍ୟୁରୋ:  ବିରଜା ହାଟରେ ବ୍ୟବସାୟୀଙ୍କ ଧମକ ଦେବା ମାଡ଼ ମାରିବା ପଡ଼ିଲା ମହଙ୍ଗା । ଜେଲ ଗଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ । ଯାଜପୁର ବିରଜା ହାଟରେ ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗରେ ଭଵ ଓ ତାଙ୍କ ସମର୍ଥକ ନାଁରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୧୫(୨), ୨୯୬, ୩(୫), ୩୦୩ (୨), ୩୨୪(୪)ରେ ମାମଲା ରୁଜୁ ହୋଇଛି । ଯାହାକୁ ଆଧାର କରି ଶୁକ୍ରବାର ବିଳମ୍ବିତ ରାତିରେ ଭବ ଦାସଙ୍କୁ ଘରୁ ଉଠାଇ ଆଣି ଅଟକ ରଖିଥିଲା ପୋଲିସ । ଆଜି ସକାଳେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତାଙ୍କୁ ଗିରଫ କରାଯାଇ ଏସ୍‌ଡିଜେଏମ୍‌ଙ୍କ ବାସଭବନ ହାଜର କରାଯାଇଥିଲା । ପରେ ଲଲଙ୍କ ସମେତ ଅନ୍ୟ ୪ ଅଭିଯୁକ୍ତଙ୍କୁ ଯାଜପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି ।

ସେପଟେ ଯାଜପୁର ଜିଲ୍ଲାରେ ବବି ଦାସ ଓ ତାଙ୍କ ଭାଇ ଭଵଙ୍କ ଗୁଣ୍ଡାଗର୍ଦ୍ଦି ବିରୋଧରେ ପ୍ରଶାସନର ବଡ଼ ଆକ୍ସନ ପରେ ନିଆଁ ବାଣ ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ଘଟଣାକୁ ନେଇ କହିଛନ୍ତି- ପୋଲିସ ସରକାରୀ ଦଳର ବୋଲକରା ଭାବେ କାମ କରୁଛି । ବିଧାୟକ ହିମାଂଶୁ ସାହୁଙ୍କ ଗାଡି ଉପରକୁ ଆକ୍ରମଣ ଘଟଣାରେ ମଧ୍ୟ ବିଜେପି ଓ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ପ୍ରମିଳା । ଏପରିକି ବିରଜା ପ୍ରକଳ୍ପକୁ ବିଜେପି ବିରୋଧ କରୁଥିବାର ଅଭିଯୋଗ କରିଛନ୍ତି ।  ଯାହାର କଡା କାଉଣ୍ଟର ରଖିଛନ୍ତି ଖୋଦ୍‌ ହିମାଂଶୁ ଓ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ । ହିମାଂଶୁ କହିଛନ୍ତି, ବିରଜା ପ୍ରକଳ୍ପ ଅଧିକ ଭଲରେ ହେଉ ବିଜେପି ତାହା ଚାହେଁ । କିନ୍ତୁ ବିରଜା ପ୍ରକଳ୍ପ ନାଁ ଉଠେଇ ଲୋକଙ୍କୁ ଭଣ୍ଡାଉଛନ୍ତି ବିଜେଡି ନେତା । ବବି ଓ ଲଲ ଦୁଇ ଭାଇଙ୍କ ପକେଟ ଗରମ କମି ଯାଇଛି ସେଥିପାଇଁ ବାଉଳା ହେଉଛନ୍ତି । ବବି ଦାସଙ୍କ ଭାଇ ଗିରଫଦାରୀ ଘଟଣାକୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ଆଗକୁ ଏହା କେଉଁ ରୂପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP government's big action against the hooliganism of Bobby and his brother | Argus News