Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବା ଲାଗି ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି

Odisha

ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବା ଲାଗି ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବା ଲାଗି ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି

ଅର୍ଗସ ବ୍ୟୁରୋ:  ଆବାସ ଯୋଜନାରେ ସ୍ୱଚ୍ଛତା ଆଣିବା ଲାଗି ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି  । ଏଣିକି ଆବାସ ଲାଗି ନିଜ ପାଇଁ ନିଜେ ସର୍ଭେ କରିବେ ଲୋକ । ଅନଲାଇନ୍ ମାଧ୍ୟମରେ ଆବାସ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ଦେଇ ସିଧାସଳଖ ଆବେଦନ କରିପାରିବେ ଲୋକେ । ଏହାକୁ ବିଭାଗ ତଦାରଖ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇ ଦିଆଯିବ । ଏହାଦ୍ବାରା କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି । ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ । ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ। ଆସନ୍ତା ଡ଼ିସେମ୍ବର ମାସରେ ଗାଁ ଗାଁରେ କ୍ୟାମ୍ପ କରାଯିବ ।

ଲୋକ ଏହି କର୍ମଶାଳାରେ ଯୋଗଦେବେ। ଏହା ସହ ଦିବ୍ୟାଙ୍ଗ ଓ ବିଧବା ମାନଙ୍କୁ ଅଗ୍ରାଧିକାର ଦିଆଯିବ । 2 ମାସ ସମୟ ଭିତରେ ରି-ସର୍ଭେ କରାଯିବ । ଏହି ଅବଧି ଭିତରେ ତାଲିମ ସହ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ଚେକ୍ କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP government's big decision to bring clarity in housing scheme | Argus News