ହେଲିକପ୍ଟର ବୁଲିବାଠୁ ହେଲିପ୍ୟାଡ...ସବୁଠି ଦୁର୍ନୀତି !

Key Points
- ହେଲିକପ୍ଟର ବୁଲିବାଠୁ ହେଲିପ୍ୟାଡ...ସବୁଠି ଦୁର୍ନୀତି
- ପାୱାର ଥିଲା ବେଳେ ମନଇଚ୍ଛା ମହାଦୁର୍ନୀତି କରିଛନ୍ତି ପାଣ୍ଡିଆନ
- ବିଜେଡି ଖାତାକୁ ନିର୍ବାଚନୀ ପାଣ୍ଠି ଯୋଗାଉଥିଲେ ବାବୁ !
ଅର୍ଗସ ବ୍ୟୁରୋ : ଦୁର୍ନୀତିର ସବୁ ସୀମା ପାର କରିଦେଇଥିଲା ବିଜେଡି । ଖାସ୍ କରି ବିଜେଡିର ପୂର୍ବତନ ନେତା ଭି.କେ ପାଣ୍ଡିଆନ ହେଲିକପ୍ଚରରେ ବୁଲିବୁଲି ପୁରା ରାଇଜକୁ ଏମିତି ଚକ୍କର କାଟିଥିଲେ ଯେ ଦେଖିବା ଲୋକ ବି ଭେଲକା ହୋଇ ଚାହିଁରହିଥିଲା । କାରଣ ସରକାର ଥିବାରୁ ଭୁବନେଶ୍ଵରରୁ ଖୋର୍ଦ୍ଧା ବି ଚପ୍ପରରେ ଯାଉଥିଲେ ପାଣ୍ଡିଆନ । ଅବଶ୍ୟ ସେତେବେଳେ ଏହାକୁ ଜୋରଦାର ବିରୋଧ କରାଯାଇଥିଲା ହେଲେ ବି କାହା କଥାକୁ କର୍ଣ୍ଣପାତ କରିନଥିଲେ ନବୀନ କି ପାଣ୍ଡିଆନ । ହେଲେ ସରକାର ବଦଳିବା ପରେ ଏବେ ବାବୁଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ତାମିଲବାବୁ ଓଡ଼ିଶାର ରାଜସ୍ଵକୁ ନଷ୍ଟ କରିବାକୁ ସତେ ଯେମିତି ପଣ କରିଥିଲେ । ସେଇଥି ଲାଗି ତ ପୁରା ମୁଖ୍ୟମନ୍ତ୍ରୀଙ୍କ ଷ୍ଟାଇଲରେ କରିଥିଲେ ପଲିଟିକାଲ ଲଂଚ । ସୂଚନା ଅନୁସାରେ, ସରକାରୀ ଟଙ୍କା ଖର୍ଚ୍ଚ କରି କରାଯାଇଥିବା ପାଣ୍ଡିଆନଙ୍କ ପଲିଟିକାଲ ଲଚିଂରେ ହୋଇଥିଲା ବଡ ଧରଣର ପିସି କାରବାର । ଦୁର୍ନୀତି ଟଙ୍କାରେ ବିଜେଡି ଖାତାକୁ ନିର୍ବାଚନୀ ଚାନ୍ଦା ଯୋଗାଇଥିଲେ ପିସି ଖିଆ ଅଫିସର । କୋଟି କୋଟି ଟଙ୍କା ରାଜ୍ୟ ରୋଜକୋଷରୁ ହୋଇଥିଲା ହରିଲୁଟ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବ୍ୟକ୍ତିଗତ କାମରେ ହେଲିକପ୍ଟର ବୁଲାଇବା ସହ ହେଲିପ୍ୟାଡ୍ ନିର୍ମାଣରେ ବି ଦୁର୍ନୀତି କରାଇଥିଲେ ଭି.କେ ପାଣ୍ଡିଆନ୍ । ସରକାରରେ ଥିବା ବେଳେ ଏକଥାକୁ ଘଂଟା ଘଉଡାଇଥିଲେ ତତ୍କାଳୀନ ସରକାର । ହେଲେ ଏବେ ସରକାର ବଦଳିବା ପରେ ପରିବହନ ବିଭାଗ ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ଖୋଳତାଡ ଗୋଟିଏ ପରେ ଗୋଟିଏ ଗୁମର ସାମନାକୁ ଆସୁଛି । ବାଲେଶ୍ଵରରୁ ବାଙ୍ଗିରିପୋଷି, ଦେବଗଡରୁ ଦିଗପହଣ୍ଡି । ଏ ସବୁ ଜାହାରେ ଗୋଟିଏ ଗୋଟିଏ ହେଲପ୍ୟାଡ ପାଇଁ ସରକାରୀ ତହବିଲରୁ ପ୍ରାୟ ୫ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ଟଙ୍କା । ଯେଉଁ ଅସ୍ଥାୟୀ ହେଲିପ୍ୟାଡ ତିଆରି ହୋଇଥିଲା ସେଥିରୁ ଅଧା ବିଜେଡି ଠିକାଦାର ମାଧ୍ୟମରେ ଦଳୀୟ ପାଣ୍ଠି ଟଙ୍କା ଯାଇଥିବା ଅଭିଯୋଗ ଆସିଛି । ଅଭିଯୋଗ ଏତିକିରେ ସରିନି ବରଂ ପୁରା ରାଜ୍ୟରେ ପାଣ୍ଡିଆନଙ୍କ ପଲିଟିକାଲ ଲଂଚି ପାଇଁ ୪୫୦ ହେଲିପ୍ୟାଡ ତିଆରି ହୋଇଥିଲା । ଯେଉଁଥିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି ।
📱 Get Argus News App
✨କଥା ହେଲା, ବିଜେଡି ସରକାରରେ ଥିବା ବେଳେ ଅନେକ ଗୁଡିଏ ବେଆଇନ କାମ କରିଥିଲା । ଏମିତିକି ପାଣ୍ଡିଆନଙ୍କ ପାଇଁ ସବୁ ନିୟମ କାନୁନକୁ ଜଳାଞ୍ଜଳି ଦେଇଥିଲେ ନବୀନ । ହେଲେ ଏବେ ନୂଆ ସରକାର ଆସିବା ପରେ ତଥ୍ୟ ଆସିବା ସହିତ ପାଣ୍ଡିଆନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୋରଦାର ଦାବି ହୋଇଛି ।