ବିଜେଡି ଦେଉନଥିଲା, ବିଜେପି ଦେବ

Key Points
- ଓଡ଼ିଶାରେ ଆଉ ରହିବନି ପାଣି ସମସ୍ୟା
- କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ରବି
- ଦିଲ୍ଲୀର ୱାନ-ଟୁ-ୱାନ ମିଟିଂକୁ ନେଇ ବଢିଲା ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ରାଜ୍ୟର ଗ୍ରାମାଞ୍ଚଳରେ ଏବେ ବି ପାଣି ସମସ୍ୟା ଉତ୍କଟ । କେଉଁଠି ପିଇବା ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ ତ ଆଉ କେଉଁଠି ମୁନ୍ଦାଏ ପାଣି ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରୁଛନ୍ତି ଗାଁ ଲୋକେ । ଏ ସମସ୍ୟା ଆଜି କି କାଲିର ନୁହେଁ ବରଂ ବର୍ଷବର୍ଷର । ହଁ...ଠିକ୍ ଶୁଣିଲେ ଆପଣ ବର୍ଷ ବର୍ଷର । ସେଇଥି ଲାଗି ତ ନୂଆ ସରକାର ଆସୁ ଆସୁ କେମିତି ଲୋକଙ୍କର ପାଣି ସମସ୍ୟା ଦୂର ହେବ ସେନେଇ ଦିଲ୍ଲୀରେ ବୈଠକ ହୋଇଛି । ଆଉ ଖୁବ କମ୍ ଦିନରେ ପାଣି ସମସ୍ୟା ଦୂର ହେବା ନେଇ ଆଶା ବି ରହିଛି ।
ସ୍ଵଚ୍ଛ ପାଣି ସୁସ୍ଥ ରଖେ ଶରୀର । ସେଇଥି ଲାଗି ତ ପ୍ରତି ଘରକୁ ସ୍ଵଚ୍ଛ ପିଇବା ପାଣି ଦେବା ପାଇଁ ସଂକଳ୍ପ କରିଛନ୍ତି ମୋଦି ସରକାର । କେବଳ ଯୋଜନା କରିଛନ୍ତି ତାହା ନୁହେଁ ବରଂ ତାହାକୁ କେମିତି କାର୍ଯ୍ୟକାରୀ କରାଯିବ ସେନେଇ ବଜେଟ୍ ବ୍ୟୟବରାଦ କରାଯିବା ସହିତ ବାରମ୍ବାର ବୈଠକ ବି କରୁଛନ୍ତି । ସେହି ଭିତ୍ତିରେ କେନ୍ଦ୍ର ନୂଆଦିଲ୍ଲୀରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ସହ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ ରାଜ୍ୟରେ ଗ୍ରାମାଞ୍ଚଳର ବିକାଶ ସହ ପାନୀୟ ଜଳ ସମସ୍ୟାକୁ ଦୂର କରିବା ଲାଗି ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସୁଶାସନ ମଡେଲ୍ ମାଧ୍ୟମରେ କାର୍ଯ୍ୟ କରିବା ସହ ଜଳ ଜୀବନ ମିଶନ ଏବଂ ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନକୁ ତ୍ୱରାନ୍ୱିତ କରିବା ଉପରେ ଉଭୟ ମନ୍ତ୍ରୀ ଆଲୋଚନା କରିଛନ୍ତି । ଏହି ବୈଠକରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ପ୍ରବଳ ଖରାରେ ସାରା ରାଜ୍ୟରେ ପିଇବା ପାଣି ପାଇଁ ହାହାକାର ହେଉଛନ୍ତି ଲୋକେ । ୨୪ ବର୍ଷର ସ୍ଥିର ସରକାର ପରେ ବି ରାଜ୍ୟବାସୀଙ୍କୁ ପିଇବା ପାଣି ମୁନ୍ଦେ ଦେବାରେ ବିଫଳ ହୋଇଥିଲା ପୂର୍ବ ସରକାର । କାରଣ ମୋଦି ସରକାର ପିଇବା ପାଣି ପାଇଁ ୧୦,୨୦୭ କୋଟି ଦେବା ସତ୍ତ୍ଵେ କାହିଁକି ଓଡ଼ିଶାବାସୀଙ୍କୁ ମିଳୁନି ପାନୀୟ ଜଳ ମିଳିପାରିନାହିଁ ଠିକ୍ରେ ସେନେଇ ପୂର୍ବରୁ ରାଜ୍ୟରେ ତୁମ୍ବିତୋଫାନ ହୋଇଥିଲା । କାରଣ ରାଜ୍ୟର ୪୦% ପରିବାରକୁ ଶୁଦ୍ଧ ପାଣି ମିଳିପାରିନଥିଲା ।
📱 Get Argus News App
✨ପୂର୍ବରୁ ମଧ୍ୟ ଗଣମାଧ୍ୟମରେ ପିଇବା ପାଣିକୁ ନେଇ ଖବର ପ୍ରସାରିତ ହୋଇଥିଲା । ମୟୂରଭଞ୍ଜ, ବୌଦ୍ଧ, କେନ୍ଦୁଝର, ଗଂଜାମ ପରି ଜିଲ୍ଲାରେ ଉତ୍କଟ ଅଛି ପିଇବା ପାଣି ସମସ୍ୟା । ଜାଣି ଆଶ୍ଚର୍ଯ୍ୟ ହେବେ କି, ଗ୍ରାମାଞ୍ଚଳ କି ସହରାଞ୍ଚଳରେ ନୁହେଁ ବରଂ ରାଜ୍ୟର ସରକାରୀ ସ୍କୁଲରେ ବି ସଠିକ୍ ଢଙ୍ଗରେ ମିଳୁନି ପିଇବା ପାଣି । ପୂର୍ବ ସରକାର ଅର୍ଥାତ୍ ବିଜେଡି ଶାସନର ୨୫ ବର୍ଷ ପରେ ବି ଓଡ଼ିଶା ଗ୍ରାମାଞ୍ଚଳର ପ୍ରାୟ ୨୪ ଲକ୍ଷ ପରିବାର ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଥିଲେ । ସହରାଞ୍ଚଳରେ ଟ୍ୟାପ୍ ସଂଯୋଗ ଥାଇ ବି ୩୧.୨ ପ୍ରତିଶତ ପରିବାରଙ୍କୁ ମିଳିନଥିଲା ଶୁଦ୍ଧ ପିଇବା ପାଣି । ଯେଉଁଥି ଲାଗି ରାଉରକେଲା, ସମ୍ବଲପୁର, ରେଢ଼ାଖୋଲ ଓ ପୁରୀରେ ଝାଡ଼ାବାନ୍ତି ତାର ଉଦାହରଣ ଦେଖିବାକୁ ମିଳିଥିଲା । ତେବେ ଏବେ ଓଡ଼ିଶାର ମନ୍ତ୍ରୀ ଦିଲ୍ଲୀରେ ବୈଠକ କରିବା ପରେ ପ୍ରତି ଘରକୁ ସ୍ଵଚ୍ଛ ପିଇବା ପାଣି ମିଳିବ ବୋଲି ସ୍ପଷ୍ଟ ହେଉଛି ।